ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ ଜିଲା ରଣପୁର ଉପଖଣ୍ଡରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଇଛି । ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଠିକ୍‌ ଭାବେ ଚଢ଼ାଉ କରାଯାଉ ନ ଥିବା ଯୋଗୁ ଅସାଧୁ ଚୋରା ମଦ ବ୍ୟବସାୟୀମାନେ ଖୋଲାଖୋଲି ଭାବେ ଏହି କାରବାର ଚଳାଇଛନ୍ତି । ଏପରି କି ଅବକାରୀ ବିଭାଗର ଜଣେ ପୁରୁଣା କର୍ମଚାରୀଙ୍କୁ ହାତ କରି ଦୈନିକ ଦେଶୀ ମଦ ଭାଟି କର୍ମଚାରୀମାନେ ବାଇକ୍‌ ଯୋଗେ ବିଭିନ୍ନ ଗ୍ରାମକୁ ଚୋରା ମଦ ଚାଲାଣ କରୁଥିବା ସାଧାରଣରେ ଅଭିଯୋଗ ହେଉଛି ।

ବିଶେଷକରି ସୁର୍କାବାଡ଼ି, କାସନ୍ଦା ଓ ଦର୍ପଣନାରାୟଣପୁର ଅଞ୍ଚଳରେ ଏହି ହାତ ରନ୍ଧା ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଉଛି। ସୁର୍କାବାଡ଼ି, କାସନ୍ଦା,ଦର୍ପଣନାରାୟଣପୁର ର କେତେଜଣ ଚୋରା ମଦ ବ୍ୟବସାୟୀ ବିଭିନ୍ନ ଗୁପ୍ତ ସ୍ଥାନ ଜଙ୍ଗଲ ଭିତରେ ପ୍ରଶାସନ କକୁ ବେଖାତିରି କରି ଦିନ ଓ ରାତିରେ ଅବାଧରେ ଖୁଲୁମ ଖୁଲା ଦେଶୀ ମଦ ରାନ୍ଧି ବ୍ୟବସାୟ କରୁଛନ୍ତି। ହେଲେ ଅବକାରୀ ବିଭାଗ ପକ୍ଷରୁ ଅନ୍ୟ କେଉଁଠି କାଁ ଭାଁ ଚଢାଉ କରାଯାଉଛି । ଅତି ନିକଟରେ ଥାନା, ଫାଣ୍ଡି ଓ ଅବକାରୀ ବିଭାଗ ଥାଇ ମଧ୍ୟ ନ ଜାଣିଲାପରି ଚୁପ ରହୁଛନ୍ତି l

ଯାହାଫଳରେ ନୟାଗଡ ଜିଲ୍ଲା ଅବକାରୀ ବିଭାଗ କୂ ଚାଲେଞ୍ଜ କରି ଖୋର୍ଦ୍ଧା ବେଗୁନିଆ ଅବକାରୀ ବିଭାଗ ଧର ପଗଡ଼ କରୁଥିବା ଜଣାପଡିଛି l ସାମାଜିକ କର୍ମୀ ମାନେ କହିଛନ୍ତି ବିଭାଗ ତରଫରୁ
ଠିକ୍‌ ଭାବେ ଚଢ଼ାଉ କରାଯାଉନି ଏବଂ ବିଦ୍ୟାଳୟ ନିକଟରେ ଚୋରା ଦେଶୀ ମଦ ବିକ୍ରି ହେଉଛି। ଠିକ୍‌ ଭାବେ ଚଢାଉ ହେଉ ନ ଥିବା ଯୋଗୁ ଗ୍ରାମାଞ୍ଚଳରେ ନିଶା କାରବାର ବୃଦ୍ଧିପାଉଛି। ଏଥିପ୍ରତି ପୋଲିସ ଓ ଅବକାରୀ ବିଭାଗ ଦୃଷ୍ଟି ଦେବା ଆବଶ୍ୟକ l ଏହି ଚୋରା ଦେଶୀ ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଉନଥିବା ବେଳେ ହାତଗୁଂଜା ଦେଉନଥିବା କିଛି ଛୋଟ ବ୍ୟବସାୟୀଙ୍କୁ ଗିରଫ କରି କାମ ସାରିଦିଆଯାଉଛି l ବିଭାଗୀୟ ଅଧିକାରୀମାନେ ଚାହିଲେ ଏହି ବ୍ୟବସାୟକୁ ରୋକା ଯାଇପାରିବ ବୋଲି ବୁଦ୍ଧିଜୀବି ମାନେ କହିଛନ୍ତି l

Exit mobile version