ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନୃସିଂହ ପୁର ଟାଙ୍ଗୀ ସାହିସ୍ଥିତ ମା ତାରିଣୀ ଦେବୀଙ୍କ ୧୮ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଜାନକୀ ବଲ୍ଲଭ ଦାସଙ୍କ ଆବାହତତ୍ୱରେ ମଂଗଳ ବାର ଦିନ ଅନୁଷ୍ଠିତ ହୋଇଯାଇଅଛି ।ଏହି ବିଶ୍ଵଶାନ୍ତି ମହାଯଜ୍ଞ ରବିବାର ଦିନ ଶୁଭ ଅଙ୍କୁରାରୋପଣ, ଶାଲା ମଣ୍ଡନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରା ଯାଇଥିବା ବେଳେ ସୋମବାର ଦିନ କଳସ ଯାତ୍ରା ହୋଇ ଥିଲା । ଏହି ଅବସରରେ ବିଶାଳ କଳସ ଯାତ୍ରା ମହାଆଡମ୍ବର ସହକାରେ ଆୟୋଜିତ ହୋଇଥିଲା ।

ଏହି କଳସ ଯାତ୍ରାରେ ୧୦୮ କଳସ ବ୍ରତଧାରୀମାନେ ନେଳିଆ ପୋଖରୀରୁ ପବିତ୍ର ଜଳ ସହିତ ନୂତନ ବସ୍ତ୍ର ପରିଧାନ କରି ନିଷ୍ଠାର ସହ ପୂଜା ଅର୍ଚନା ପରେ ଗୋପୀନାଥପୁର ସାହି,ଦୁର୍ଗା ବଜାର ,ସୁନାଖଳାସାହି, କାଉଁରୀ ପାଟଣା ସାହି, ମଥୁରପୁରସାହି, ବଣିଆ ସାହି,ରତ୍ନପୁର ସାହି, ଶାସନ ସାହି ପ୍ରମୁଖ ସାହି ପରିକ୍ରମା କରିଥିଲେ । ଗ୍ରାମବାସୀମାନେ ନିଜ ନିଜ ଦୁଆରେ ଝୋଟି, ଚିତା ସହ ପ୍ରଦୀପ ପ୍ରଜ୍ବଳନ, କଳସ ସ୍ଥାପନ କରି ବିଶାଳ କଳସ ଯାତ୍ରାକୁ ଭବ୍ୟ ସ୍ୱାଗତ କରିଥିଲେ ।

ଏହି ଯାତ୍ରାରେ ଖେଡବେରଣା ଗ୍ରାମରୁ ଆସିଥିବା ସଙ୍କୀର୍ତ୍ତନ ଦଳ ଉତ୍ତମ ସଙ୍କୀର୍ତ୍ତନ ପ୍ରଦର୍ଶନ କରି ଥିବା ବେଳେ ଓଡ଼ିଶାର କୋଣ ଅନୁକୋଣରୁ ଆସି ଥିବା ବିଶିଷ୍ଟ ପଣ୍ଡିତ ମାନଙ୍କ ବେଦ ପଠନ ଚତଃଦିଗକୁ ଭାବ ଓ ଭକ୍ତି ମୟ ପରିବେଶ ସୃଷ୍ଟି କରିଥିଲା । ଏହି ବିଶ୍ଵଶାନ୍ତି ମହାଯଜ୍ଞ ୧୬ ତାରିଖ ଠାରୁ ଆରମ୍ଭ ହୋଇ ୧୮ତାରିଖ ବୁଧବାର ଦିନ ପର୍ଯ୍ୟନ୍ତ ୩ଦିନ ଧରି ଚାଲୁ ରହିବ । ଏଥି ସହିତ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି ।

Exit mobile version