ଡମସାହି ସେବା ସମବାୟ ସମିତି ତରଫରୁ ଧାନମଣ୍ଡି ଉଦଘାଟିତ 

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଡମସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡମସାହି ସେବା ସମବାୟ ସମିତି ତରଫରୁ ଓ ସେବା ସମବାୟ ସମ୍ପାଦକ ଜିତେନ୍ଦ୍ର କୁମାର ସିଂଙ୍କ ତତ୍ୱାବଧାନରେ ମଙ୍ଗଳ ବାରଦିନ ସମିତି କାର୍ଯ୍ୟାଳୟ ପରିସରରେ ୧୫ତମ ଧାନମଣ୍ଡି ଉଦଘାଟିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ଡମସାହି ସେବା ସମବାୟ ସମିତି ସଭାପତି ତଥା ରଣପୁର ବ୍ଲକ ଉପାଧ୍ୟାକ୍ଷ ପ୍ରଭାତ କୁମାର ଦଳବେହେରା,

ଡାଟା ଏଣ୍ଟ୍ରି ଅପେରଟର ସୁଧାଂଶୁ ଶେଖର ବାଣ୍ଠ, ଆର ଏମ ସି ବିକାଶ ଚନ୍ଦ୍ର ଖୁଣ୍ଟିଆ ସମେତ ବହୁ ଚାଷୀମାନେ ଉପସ୍ଥିତ ରହି ଏହାକୁ ଶୁଭ ଉଦଘାଟନ କରିଥିଲେ ! ଡମସାହି ସେବା ସମବାୟ ସମିତିରେ ୭୦୩ଜଣ ଚାଷୀମାନଙ୍କର ନାମ ପଞ୍ଜିକରଣ ହୋଇ ଥିବାବେଳେ ସେବା ସମବାୟ ସମିତି ଲିଃର ଚାଷୀମାନଙ୍କୁ ଉପଯୁକ୍ତ ଧାନର ପ୍ରାପ୍ୟ ୩୧୦୦ ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବା ସହିତ “ଆମେ ସମ୍ପୂର୍ଣ୍ଣ ସ୍ବଛତାର ସହ ଧାନ କ୍ରୟ କରିବାକୁ ପ୍ରସ୍ତୁତ ଅଛୁ ବୋଲି ବ୍ଲକ ଉପାଧ୍ୟକ୍ଷ ତଥା ସମିତି ସଭାପତି ପ୍ରଭାତ କୁମାର ଦଳବେହେରା ବିଜୟ କୁମାର ସାହୁ ପରାମର୍ଶ ଦେଇଥିଲେ l

ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଟୋକନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ସମ୍ପାଦକ ଜିତେନ୍ଦ୍ର କୁମାର ସିଂ ସୂଚନା ପ୍ରଦାନ କରିଥିଲେ l ବାହାଡାଝୋଲା ସ୍ଥିତ ରଙ୍ଗଣୀ ପାଟଣା ଅନନ୍ତ ବାସୁଦେବ ରାଇସ ମିଲ ଆଣ୍ଡ କମ୍ପାନୀ ଡମସାହି ସେବା ସମବାୟ ସମିତିରୁ ୭୨ଜଣ ଚାଷୀଙ୍କଠାରୁ ୨୭୦୦କ୍ୱିଣ୍ଟାଲ ଧାନ କ୍ରୟ କରିଥିଲେ l ଡମସାହି ସେବା ସମବାୟ ସମିତି ପରିଚାଳନା କମିଟିର ସମସ୍ତ ସଦସ୍ୟ,ଡାଟା ଏଣ୍ଟ୍ରି ଅପେରେଟର ସୁଧାଂଶୁ ଶେଖର ବାଣ୍ଠ ଓ ବହୁ ଚାଷୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

Exit mobile version