ଶ୍ରୀକଳା ନିକେତନର ମହିଳା ଦିବସ ପାଳିତ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ଗୁଣ୍ଡିଚା ବିହାର ସ୍ଥିତ ସୁଷମା ଗାର୍ଡନ ସମ୍ମୁଖରେ ଥିବା ଶ୍ରୀକଳା ନିକେତନ ଅନଷ୍ଠାନ ଠାରେ ବିଶ୍ୱ ମହିଳା ଦିବସ ମହା ସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗଦେଇ ଆନୁଷ୍ଠାନିକ ପୂର୍ବକ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ନଗରପାଳ ଗୌରହରି ପ୍ରଧାନ,

ସୋନି ଟିଭିର ମାଷ୍ଟର ସେଫ ବିଜୟିନୀ ମଞ୍ଜୁ ପ୍ରଧାନ ଓ ଅନୁଷ୍ଠାନର ମୁଖ୍ଯ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡିଶୀଶିଳ୍ପୀ ରୋଜାଲିନ ମହାନ୍ତି ଯୋଗଦେଇ ମହିଳାଙ୍କ ଉର୍ନ୍ନତି ଓ ସ୍ୱାବଲମ୍ବୀ ହେବା ପାଇଁ ଅତିଥି ମାନେ ମତପ୍ରକାଶ କରିଥିଲେ । ପୁରୀ, ଓଡିଶା ଓ ଜାତୀୟସ୍ତରରେ କୃତିତ୍ବ ହାସଲ କରିଥିବା ମଞ୍ଜୁ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ବାରା ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଅବନ୍ତିକା ଦାଶ, ସ୍ନେହାସ୍ନିଗ୍ଧା ମହାନ୍ତି, ବିଶ୍ଵରୂପା ଦାଶ, ସ୍ନେହଲତା ପାଢୀ, ଆଞ୍ଚଲ ବେହେରା, ଅମ୍ରିତା ଦାସ, ଆଭାସ୍ମିତା ମହାପାତ୍ର, ଶ୍ରେୟା ସଗୁନ ସାହୁ, ଆରାଧ୍ଯା ମିଶ୍ର, ଦିବ୍ଯଜ୍ଯାତି ନାୟକ, ସିଦ୍ଧିସ୍ବରୂପା ସ୍ବାଇଁ ଙ୍କ ସମେତ ଅନୁଷ୍ଠାନର ସଦସ୍ଯା ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ନୃତ୍ଯ ପରିବେଷଣ କରାଯାଇଥିଲା । ଶେଷରେ ବରିଷ୍ଠ ନୃତ୍ଯଶିଳ୍ପୀ ବିଶ୍ଵରୂପା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version