ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସର ” ବିଶ୍ୱାସ ” କାର୍ଯ୍ୟକ୍ରମ

କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ସହ ଆତ୍ମୀୟ ସମ୍ପର୍କ ସୁଦୃଢ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ “ବିଶ୍ୱାସ- ଏକ ସମ୍ପର୍କର ସେତୁ ” ଶୀର୍ଷକରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ପୋଲିସ କମିଶନର ଡ଼. ଏସ. ଦେବଦତ୍ତ ସିଂହ, ଡେପୁଟି କମିଶନର ଶ୍ରୀ ରିଷିକେଶ ଖୀଲାରୀଙ୍କ ସହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ବରିଷ୍ଠ ନାଗରିକ ମାନଙ୍କ ଶାରୀରିକ,

ଅର୍ଥନୈତିକ, ପାରିବାରିକ, ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ପ୍ରତି ପୋଲିସ ପ୍ରଶାସନର ଦୃଢ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ l ଏହା ସହ ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା, ସୁରକ୍ଷା ବ୍ୟବସ୍ଥା ଓ ସେମାନଙ୍କ ସୁବିଧା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ l ବିଡାନାସୀ ଥାନାର ମୁଖ୍ୟ ପୋଲିସ ଅଧିକାରୀ ଶ୍ରୀ ଅସିତ ବଳବନ୍ତରାଏ ଏବଂ ନୋଡାଲ ଅଫିସର ଶ୍ରୀ କମଳାକାନ୍ତ ନାୟକଙ୍କ ପ୍ରତ୍ୟେକ୍ଷ ପ୍ରତକ୍ଷ୍ୟ ତତ୍ୱାବଧାନରେ ବାଇମୁଣ୍ଡି ବରିଷ୍ଠ ନାଗରିକ ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀ ଗୋପାଳ ମିଶ୍ର,

ସଂଗଠନ ସମ୍ପାଦକ ଶ୍ରୀ ବସନ୍ତ କୁମାର ସାହୁ, ଶ୍ରୀ ଜୀବନ ବଲ୍ଳଭ ସେନ, ଶ୍ରୀ ରସାନନ୍ଦ ସାହୁ, ଶ୍ରୀ ବି. ବାବୁ ରାଓ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଏହି ସହାୟତା ଉପଯୋଗ କରିଥିବାରୁ ଉପଦେଷ୍ଟା ଶ୍ରୀ ଗୋପାଳ ମିଶ୍ର ବିଡାନାସୀ ଥାନାର ସମସ୍ତ ଅଧିକାରୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l

Exit mobile version