ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ଗୂରୁତ୍ଵକୁ ନେଇ ହିନ୍ଦୁ ଏକତା ମଞ୍ଚର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଓଡ଼ିଶାର ବିଶିଷ୍ଟ ସନାତନ ଧର୍ମର ମଞ୍ଚ ହିନ୍ଦୁ ଏକତା ମଞ୍ଚର ପ୍ରଥମ ବାର୍ଷିକୋତ୍ସବ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ମହିଳା କୀର୍ତ୍ତନ ମଣ୍ଡଳୀର ଭକ୍ତିମୟ କୀର୍ତ୍ତନ ପରିବେଷଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ ଯୋଗ ଦେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଟ୍ଟଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପାଞ୍ଜଳି ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସନାତନ ଧର୍ମ ପ୍ରଚାରକ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଓ କୋଟପାଡ଼ ବିଧାୟକ ଶ୍ରୀ ରୁପୁ ବାତ୍ରା ଯୋଗଦେଇ ହିନ୍ଦୁମାନଙ୍କର ବିଶିଷ୍ଟ ଗ୍ରନ୍ଥ ଶ୍ରୀମଦ୍ ଭାଗବତ ଉପରେ ଗବେଷଣାତ୍ମକ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥିମାନେ ହିନ୍ଦୁ ଶାସ୍ତ୍ର, ଦର୍ଶନ ଓ ହିନ୍ଦୁ ଇତିହାସର ଅଧ୍ୟୟନକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ , ଯାହାକି ବର୍ତ୍ତମାନ ସ୍ଥିତିରେ ହିନ୍ଦୁ ସମାଜରେ ଗୈରବବୋଧ ଓ ସଚେତନତାର ମୂଲ୍ୟ ବୃଦ୍ଧି କରିବ।

ଏହି ହିନ୍ଦୁ ସଚେତନତା ଲାଗି ହିନ୍ଦୁ ସମାଜର ପ୍ରାଚୀନ ପରମ୍ପରା “ଭାଗବତ ଟୁଙ୍ଗୀ” ର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଫେସର ହରିହର କାନୁନଗୋ,ତିରୁମଲାଇ ବିଶ୍ୱବିଦ୍ୟାଳୟ ର ଉପ-କୁଳପତି ତଥା ସଂସ୍କୃତି ବିଶେଷଜ୍ଞ ଡଃ ପ୍ରଫୁଲ୍ଲ ରଥ, ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀ, ହିନ୍ଦୁ ଏକତା ମଞ୍ଚର ମୂଖ୍ୟ ପରାମର୍ଶଦାତା ତଥା ରାଷ୍ଟ୍ରୀୟ ପତ୍ରକାର ମହାସଂଘ ର ଜାତୀୟ ଅଧ୍ୟକ୍ଷ ଡଃ ପବିତ୍ର ମୋହନ ସାମନ୍ତରାୟ, ସନ୍ନ୍ୟାସିନୀ ଅରୁନ୍ଧତୀ ମାତା,ବାବା ବିଶ୍ୱନାଥ ଦାସ,

ମହନ୍ତ କବୀନ୍ଦ୍ର ମହାରାଜ, ପ୍ରାକ୍ତନ ନିର୍ଦ୍ଦେଶକ ଏ.ଆଇ.ଆଇ.ଏମ.ଏସ୍ ପ୍ରଫେସର ଡଃ ଅଶୋକ ମହାପାତ୍ର, ଶିକ୍ଷାବିତ୍ ଡଃ ନିରଞ୍ଜନ ସାହୁ ଙ୍କ ସମେତ ବହୁ ହିନ୍ଦୁ ପ୍ରେମୀ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ହିନ୍ଦୁ ଧର୍ମ, ସଂସ୍କୃତି ର ପ୍ରଚାର ଉପରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ଜେନା ସଂଗଠନର ମୂଳ ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଓ ସମ୍ପାଦକ ଡଃ ପ୍ରଭାତ କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।

ସଂଗଠନର ଉପାଧ୍ୟକ୍ଷ ସଂଗଠନର ମୂଳ ଲକ୍ଷ୍ୟ “ଭାଗବତ ଟୁଙ୍ଗୀ” ର ପୁନରୁଦ୍ଧାର କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ପାଇଁ ସଙ୍କଳ୍ପ ନେବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସଂଗଠନର ସ୍ମରଣିକା “ଆର୍ଯ୍ୟ ଦର୍ଶନ” ର ଶୁଭ ଉନ୍ମୋଚନ କରାଯାଇଥିଲା। ଅବଶେଷରେ କାର୍ଯ୍ୟକ୍ରମ ର ସଫଳତା ଲାଗି ସମସ୍ତ ସନାତନୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଡଃ ପ୍ରଭାତ କୁମାର ସାହୁ, ରାଜ୍ୟ ସଂଯୋଜକ ସୁଶୀଲ ପାଲ୍,

ଆଜୀବନ ସଦସ୍ୟ ସୁଶୀଲ ପ୍ରଧାନ, ଙ୍କ ସହ ଶ୍ରୀ ଅକ୍ଷୟ କୁମାର ସାହୁ, ଶ୍ରୀ ବ୍ରଜକିଶୋର ଜେନା, ଶ୍ରୀ ଜୟନ୍ତ ଦାସ, ଶ୍ରୀ ରବିନ୍ଦ୍ର ମହାପାତ୍ର, ଶ୍ରୀ ବାବୁଲି ଧର ନାୟକ, ଡଃ ପଦ୍ମଲୋଚନ ନାୟକ, ଶ୍ରୀ ସୁରେନ୍ଦ୍ର ମହାନ୍ତି, ଶ୍ରୀ ସୁଜିତ ମହାନ୍ତି, ଶ୍ରୀ ପୀତବାସ ବାରିକ, ଶ୍ରୀ ମନୋଜ ଜେନା, ଶ୍ରୀ ରମେଶ ଚନ୍ଦ୍ର ଦାସ, ଶ୍ରୀମତୀ ରେଣୁବାଳା ରାଉତ, ଶ୍ରୀ ଆଦିତ୍ୟ ପ୍ରସାଦ ଧଳ, ଶ୍ରୀ ନିରଞ୍ଜନ ସାମଲ ଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ।

Exit mobile version