ଓଡ଼ିଆ ସାହିତ୍ୟ ଇତିହାସର ରଚୟିତା ଡ଼ ମାନସିଂହଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ନିନ୍ଦନୀୟ
ଆଧୁନିକ ଓଡ଼ିଆ କାବ୍ୟସାହିତ୍ୟର ଅନ୍ୟତମ ଏନ୍ତୁଡ଼ିଶାଳ ନନ୍ଦଳା ଗ୍ରାମ
ନନ୍ଦଳା ଗ୍ରାମକୁ ତୁରନ୍ତ ଏତିହ୍ୟ ଗ୍ରାମ ତାଲିକାଭୁକ୍ତ କରନ୍ତୁ ସରକାର
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜ୍ୟ ସରକାରଙ୍କ ସଂସ୍କୃତିି ବିଭାଗ ଓଡ଼ିଶାର ୨୫ ଜଣ ବରପୁତ୍ରଙ୍କ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବରେ ଘୋଷଣା କରିଛନ୍ତି । ଅଥଚ ଏ ତାଲିକାରେ କବି ପଦ୍ମଶ୍ରୀ ଡ. ମାୟାଧର ମାନସିଂହଙ୍କ ଗାଁ ନନ୍ଦଳା ଗ୍ରାମ ନାହିଁ । ସରକାରଙ୍କ ଏହି ବୈମାତୃକ ମନୋଭାବକୁ କଡ଼ା ସମାଲୋଚନା କରିଛନ୍ତି ବିଜୁ ଜନତା ଦଳର ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା । ଏକ ପ୍ରେସ ବିବୃତ୍ତିରେ ବିଜୁ ଜନତା ଦଳର ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ଯେ, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକର ନନ୍ଦଳା ଗ୍ରାମ ଆଧୁନିକ ଓଡ଼ିଆ କାବ୍ୟସାହିତ୍ୟର ଅନ୍ୟତମ ଏନ୍ତୁଡ଼ିଶାଳ ।
