ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଓଡ଼ିଶା ସରକାରଙ୍କର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅଧୀନସ୍ଥ ପରିବେଶ ଅଧ୍ୟୟନ କେନ୍ଦ୍ର ପ୍ରାୟୋଜିତ କିଚେନ ଗାର୍ଡେନିଙ୍ଗ ସମ୍ବନ୍ଧିତ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳା ସ୍ଥାନୀୟ ମଡେଲ ଡିଗ୍ରୀ କଲେଜଠାରେ ଅନୁଷ୍ଠିତ ହୋଇଯାଇଅଛି | ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଏହି କର୍ମଶାଳାର ଆୟୋଜକ ରୀତିଶ୍ରୀ ମଲ୍ଲିକ ଶିବିର ପରିଚାଳନା କରିଥିଲେ |
