Home ଓଡ଼ିଶା ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତି ପୁରୀ ପକ୍ଷରୁ ଆଶା, ଗାଁକଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଯୋଗ ଦେଇଥିଲା ବେଳେ ଡା. ଅକ୍ଷୟ କୁମାର ଶତପଥି ମୁଖ୍ୟ ଚିକତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଏଥିରେ ସଭାପତିତ୍ୱ କରିଥିଲେ । ଏଥିରେ ଅନ୍ୟତମ ଅତିଥି ଭାବରେ ତନୁପ୍ରଭା ବେଉରା , ଜ଼ିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି, ଅତିରିକ୍ତ ଜ଼ିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଯୋଗ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜ଼ିଲ୍ଲାର ସମସ୍ତ ଏଡିପିଏଚଓ ଏବଂ ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀ ଜ଼ତୀୟ ସ୍ୱାସ୍ଥ୍ୟ ମିଶନ ପୁରୀ ଅତିଥି ମାନଙ୍କର ପରିଚୟ କରାଇବା ସହିତ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆଶା ସଂଯୋଜକ ଅଶୋକ କୁମାର ସାହୁ ଏହି ସମ୍ମିଳନୀର ଉଦେଶ୍ୟ ବିସ୍ତୃତ ଭାବେ ଉଲେଖ କରିଥିଲେ । ପରେ ସମସ୍ତ ଅତିଥିମାନଙ୍କ ଦ୍ୱାରା ଆଶା ଓ ଗାଁକଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ମାନଙ୍କର ଆଜିର ପରିସ୍ଥିତିରେ ଭୁମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ଲୋକଙ୍କ ପାଖରେ ପହଁଚେଇବା ପାଇଁ ଆଶା କର୍ମୀ ମାନଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ । ମାତୃ ଓ ଶିଶୁ ସୁରକ୍ଷା , ଟୀକାକରଣ, ପୌଷ୍ଟିକ ଆହର ଓ ବିଭିନ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟ କର୍ମକୁ ସଫଳ କରିବାରେ ଆଶା କର୍ମୀ ମାନଙ୍କ ସହଭାଗିତା ଗୁରୁତ୍ୱପୂର୍ଣ । ଅନ୍ୟ ସମସ୍ତ ଅତିଥିବୃନ୍ଦ ଆଶାମାନଙ୍କର କାର୍ଯ୍ୟକୁ ଭୁୟସୀ ପ୍ରଂଶସା କରିଥିଲେ । ଉକ୍ତ କାର୍ୟକ୍ରମରେ ସ୍ୱାସ୍ଥ୍ୟ ସେବାରେ ଉକୃଷ୍ଟ କାର୍ଯ୍ୟ କରିଥିବା ୮ ଜଣ ଆଶାକର୍ମୀ , ୧୨ ଗୋଟି ଗାଁ କଲ୍ୟାଣ ସମିତି , ୧୧ ଗୋଟି ଉପ କେନ୍ଦ୍ର ଜନ ଆରୋଗ୍ୟ ସମିତି, ୩୩ ଗୋଟି ମହିଳା ଆରୋଗ୍ୟ ସମିତିକୁ ଅର୍ଥ ପ୍ରଦାନ ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଆଶାମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ଏବଂ ଉନତ ପ୍ରଦର୍ଶନ କରିଥିବା ଆଶା ମାନଙ୍କୁ ପୁରସ୍କୃତ କରାଯାଇଥିଲା । କୁଇଜି କମ୍ପିଟିସନ କରାଯାଇ ସଠିକ ଉତ୍ତର ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ପ୍ରକଳ୍ପ ପରିଚାଳକ ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ଶ୍ୟାମ ସୁନ୍ଦର ତ୍ରିପାଠୀ ସର୍ବେଶ୍ୱର ପ୍ରଧାନ, ଜ଼ିଲ୍ଲା ହିସାବ ରକ୍ଷକ, ଜ଼ତୀୟ ସ୍ୱାସ୍ଥ୍ୟ ମିଶନ, ପୁରୀ ମଞ୍ଚ ପରିଚାଳନା କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଡିପିଏଚସିଓ, ଏଡି ପିଏଚସିଓ ଏବଂ ଜ଼ତୀୟ ସ୍ୱାସ୍ଥ୍ୟ ମିଶନ ପୁରୀ ର ଅନ୍ୟ ସମସ୍ଥ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ନୟାଗଡ଼ରେ ବିଜେପିର ବିଶାଳ ମିଶ୍ରଣ ପର୍ବ : ପଦ୍ମ ଧରିଲେ ବିରୁଡ଼ା ପଞ୍ଚାୟତର ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ by Proprietor Abhimanyu Maharana September 18, 2026 ଓଡିଆ ଭାଷା ସାହିତ୍ୟ ତଥା ସଂସ୍କୃତିର ଗବେଷଣା ପାଇଁ ସମର୍ପିତ ଥିଲେ ପଣ୍ଡିତ ବିନାୟକ ମିଶ୍ର by Proprietor Abhimanyu Maharana September 18, 2026 ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026 ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026