ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର,୭ଟି ଦାମୀ ପ୍ଲଟ,୨ଟି ୩ ମହଲା ବିଶିଷ୍ଟ କୋଠା, ନଗଦ ଟଙ୍କା ଜବତ

କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା ଅନ୍ତର୍ଗତ କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ କୁମାର ସାମନ୍ତରାୟଙ୍କ କାର୍ଯ୍ୟାଳୟ ସମେତ ଏକ କାଳୀନ ୭ ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇ ଭୁବନେଶ୍ୱରର ସ୍ଥିତ ବହୁ ମହଲା ଅଟ୍ଟାଳିକା, କଟକ ଓ ଭୁବନେଶ୍ୱରରେ ୭ଟି ଦାମୀ ପ୍ଲଟ,୧ଟି ଚାରିଚକିଆ ଗାଡି,୩ ଟି ଦୁଇ ଚକିଆ ଗାଡ଼ି, ଓ ନଗଦ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଛି ।

ଏହା ସହିତ ତହସିଲଦାରଙ୍କ ବ୍ୟାଙ୍କ ଜମା, ଓ ବୀମାରାଶି ଉପରେ ଭିଜିଲାନ୍ସ ଖୋଳତାଡ ଆରମ୍ଭ ଜୋରଦାର କରିଛି । ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ଵାରା ଜାରି ସର୍ଟ ୱାରେଣ୍ଟ ବଳରେ ୨ ଜଣ ଏଏସପି , ୮ ଜଣ ଡିଏସପି , ୧୧ ଇନ୍ସପେକ୍ଟର,୫ ଜଣ ସହକାରୀ ଇନ୍ସପେକ୍ଟର ପ୍ରମୁଖ କର୍ମଚାରୀ ୭ ଟି ସ୍ଥାନରେ ଚଢ଼ାଉ କରିଥିଲେ । ଶ୍ରୀ ସାମନ୍ତରାୟଙ୍କ ଭୁବନେଶ୍ୱର ସହିଦନଗର କେସୁରା ମୌଜାରେ ୪ ହଜାର ୬୫ ବର୍ଗ ପ୍ଲଟ ଜମିରେ ଏକ ତିନି ମହଲା ଘର ଚାଲିଥିବାବେଳେ ଏହାର ନିକଟରେ ୬ ହଜାର ୭୫୦ ବର୍ଗ ଫୁଟର ଆଉ ଏକ ୩ ମହଲା ଘର ନିର୍ମାଣ କରାଯାଉଛି ।

ସେହିପରି ଭୁବନେଶ୍ଵର କେଶୁରା ଠାରେ ୩ ଟି ପ୍ଲଟ ରହିଛି । ଏତଦବ୍ୟତୀତ ଭୁବନେଶ୍ଵର କୋରଡକଣ୍ଟା, ବାଙ୍କଆଳ ମୌଜାର ଚାରୋଟି ଉଚ୍ଚ ମୂଲ୍ୟ ବିଶିଷ୍ଟ ପ୍ଲଟ ଠାବ କରାଯାଇଛି । ଶ୍ରୀ ସାମନ୍ତରାୟ ୨୦୦୦ରରେ ଲୋକାଲ ଫଣ୍ଡ ଅଡିଟର ଭାବେ ଚାକିରି ଆରମ୍ଭ କରିଥିଲେ । ତାଙ୍କର ମୂଳ ଦରମା ଥିଲା ୫ ହଜାର ୧୩୦ ଟଙ୍କା,୨୦୧୬ ଜୁନ ପର୍ଯ୍ୟନ୍ତ ସେ ବାଲେଶ୍ଵରରେ ଏହି ଚାକିରି କରିଥିଲେ । ପରେ ତାଙ୍କୁ ଓଆରଏସ କୁ ପଦଉନ୍ନତି ମିଳିଥିଲା ।

ଶ୍ରୀ ସାମନ୍ତରାୟ ସୋରରେ ସାଳନ୍ଦୀ ଉଠା ଜଳସେଚନ କେନାଲ ପ୍ରକଳ୍ପରେ ଜୋନ ଅଫିସର ଥିଲେ । ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ସତ୍ୟବାଦୀ ପୁରୀ ଓ ଟାଙ୍ଗୀ ଚୌଦ୍ବାର ବ୍ଲକରେ ଅତିରିକ୍ତ ତହସିଲଦାର ଭାବେ ଥିଲେ ।୨୦୨୨ ଅକ୍ଟୋବରରେ ଓଏଏସ୍ କୁ ପଦଉନ୍ନତି ହୋଇଥିଲେ । ବାଲେଶ୍ଵର ରେମୁଣାରେ ସେ ତହସିଲଦାର ଭାବେ କାର୍ଯ୍ୟ କରିବା ପରେ ୨୦୨୫ ସେପ୍ଟେମ୍ବର ୨୩ ରେ କଣ୍ଟାପଡ଼ା ତହସିଲଦାର ହୋଇଥିଲେ ।

Exit mobile version