Home ଓଡ଼ିଶା ରାଜ୍ୟସଭା ନିର୍ବାଚନ ପାଇଁ ନିଦ ହଜିଯାଇଛି ଦିଲ୍ଲୀପ ରାୟ ଙ୍କ ର – ଚାଲିଛି ଏବେ ଘୋଡ଼ା ବେପାର by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ବିଜେଡି ର ଡଃ ଦତ୍ତେଶ୍ୱର ହୋତା ଶୋଇଛନ୍ତି ନିଘୋଡ଼ ନିଦରେ : ଗାଡି ଚଳାଉଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ l ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ୨୦୦୨ ମସିହା ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହେଇଥିଲେ ଦିଲ୍ଲୀପ ରାୟ ! ନିର୍ବାଚନରେ ଜିତିଥିଲେ ! ଆଜି ପର୍ଯ୍ୟନ୍ତ ସେହି ଗୋଟିଏ ଡାଇଲଗ ଓଡିଶା ରାଜନୀତିରେ ବାଜୁଛି ! ଦିଲ୍ଲୀପ ରାୟ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସବୁ ରଣନୀତିକୁ ଚକମା ଦେଇ ନିର୍ବାଚନ ଜିତିଲେ ଓ ନବୀନ ତାଙ୍କୁ ବିଜେଡିରୁ ବହିଷ୍କାର କରି ଯେଉଁ ଭୁଲ କରିଥିଲେ ନିର୍ବାଚନ ଜିତି ଏହାର ଉଚିତ ଜବାବ ଦେଇଥିଲେ ଦିଲ୍ଲୀପ ! କିନ୍ତୁ ବାସ୍ତବରେ ସେ ନିର୍ବାଚନ ଥିଲା ଭିନ୍ନ ପ୍ରକାର l ୨୦୦୨ ମସିହାରେ ଓଡ଼ିଶାରେ ବିଜେଡି ଓ ବିଜେପିର ମେଣ୍ଟ ସରକାର କ୍ଷମତାରେ ଥିଲା ! କଂଗ୍ରେସ ଥିଲା ବିରୋଧୀ ଦଳରେ ! ବିଜେଡି ଜିତିଥିଲା ୬୮ ଆସନରେ ! ବିଜେପି ଜିତିଥିଲା ୩୮ ଆସନ ! କଂଗ୍ରେସ ହାତରେ ଥିଲା ୨୬ ଆସନ ! ୨୦୦୨ ମସିହା ରାଜ୍ୟସଭା ନିର୍ବାଚନରେ ଗୋଟିଏ ପ୍ରାର୍ଥୀ ଜିତିବା ପାଇଁ ୩୦ ସଂଖ୍ୟା ଦରକାର ଥିଲା ! ଦିଲ୍ଲୀପ ରାୟ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଥିଲେ ! ବିଜୁ ପଟନାୟକଙ୍କର ଅତି ଘନିଷ୍ଠ ଥିଲେ ! ବିଜୁ ବାବୁଙ୍କ ଆଶୀର୍ବାଦରୁ ରାଉଲକେଲା ମୁନିସିପାଲିଟି ଚେୟାରମ୍ୟାନରୁ ରାଜ୍ୟର ଶିଳ୍ପ ମନ୍ତ୍ରୀ ହେଇପାରିଥିଲେ ଦିଲ୍ଲୀପ l ଏହା ଛଡା ନିଜ ହୋଟେଲ ବ୍ୟବସାୟର ମୂଳଦୁଆ ସେ ବିଜୁ ବାବୁଙ୍କ ଆଶୀର୍ବାଦରେ ପକେଇଥିଲେ ! ତାଙ୍କ ଦ୍ୱାରା ପରିଚାଳିତ ‘ ମେ ଫେୟାର ‘ ହୋଟେଲ ଗ୍ରୁପ ବିଜୁ ବାବୁଙ୍କ ସରକାର ସମୟରେ ଅହେତୁକ ଅନୁକମ୍ପା ହାସଲ କରିଥିଲା ! ଏହା ବାଦ ବିଜୁ ବାବୁଙ୍କ ଆଶୀର୍ବାଦରୁ କେନ୍ଦ୍ରରେ ଅଣ କଂଗ୍ରେସ ସରକାରରେ ମନ୍ତ୍ରୀ ମଧ୍ୟ ହୋଇ ପାରିଥିଲେ ଦିଲ୍ଲୀପ ରାୟ ! କହିବାକୁ ଗଲେ ଦିଲ୍ଲୀପଙ୍କ ରାଜନୈତିକ ଓ ବ୍ୟବସାୟିକ ସଫଳତାର ମୁଖ୍ୟ ବିନ୍ଧାଣି ଥିଲେ ବିଜୁ ପଟନାୟକ l ତେଣୁ ବିଜୁ ପଟନାୟକଙ୍କ ଶେଷ ସମୟରେ ଦିଲ୍ଲୀପ ରାୟ ତାଙ୍କ ଦେଖା ଶୁଣା କରିବା ସ୍ୱାଭାବିକ ! ସମୟକ୍ରମେ ବିଜୁ ବାବୁଙ୍କ ଅନ୍ତେ ବିଜୁ ଜନତା ଦଳ ଗଠନ ହେଲା ! ଦଳ ବିଜେପି ସହିତ ମେଣ୍ଟ କରି ଓଡ଼ିଶାରେ କ୍ଷମତାକୁ ଆସିଲା ! ସେହି ସମୟରେ ଦିଲ୍ଲୀପ ନିଜକୁ ଜଣେ ଅଣ କଂଗ୍ରେସ ନେତା ହିସାବରେ ଜାତୀୟ ସ୍ତରରେ ପ୍ରତିଷ୍ଠା କରି ସାରିଥିଲେ l ବିଜେପିର ଅନେକ ଜାତୀୟସ୍ତରର ନେତାଙ୍କ ସହିତ ତାଙ୍କର ସୁ ସମ୍ପର୍କ ଥିଲା ! ବିଜେପି କେନ୍ଦ୍ରୀୟ ନେତାଙ୍କ ସହଯୋଗରେ ଓଡ଼ିଶାରେ ଅଣକଂଗ୍ରେସ ଆଞ୍ଚଳିକ ଦଳ ଗଠନ ହେଲା ! ମାତ୍ର ବିଡମ୍ବନା ମେଣ୍ଟ ସରକାର ଗଠନର ଦୁଇ ବର୍ଷ ପରେ ନବୀନ ଓ ଦିଲ୍ଲୀପଙ୍କ ମଧ୍ୟରେ ମତାନ୍ତର ହେଲା ଓ ନବୀନଙ୍କ ଅନୁରୋଧ କ୍ରମେ ସେ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବିଦା ହେବା ସହିତ ବିଜୁ ଜନତା ଦଳରୁ ବି ବହିଷ୍କାର ହେଲେ l ଏହି ଘଟଣାର କିଛି ମାସ ପରେ ରାଜ୍ୟସଭା ନିର୍ବାଚନ ହେଲା ! ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବରେ ମୈଦାନକୁ ଓଲ୍ହାଇଲେ ! ଲଢେଇ ଦିଲ୍ଲୀପ ରାୟ ଓ ନବୀନ ପଟନାୟକଙ୍କ ମଧ୍ୟରେ ହେଲା ! ଦିଲ୍ଲୀପ ନିର୍ବାଚନରେ ଜିତିଲେ ! ଏହାର କାରଣ ଥିଲା ଅନେକ ! ଦିଲ୍ଲୀପ ରାୟ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଥିଲେ ! ୨୦୦୦ ମସିହାରେ ପ୍ରଥମ ଥର ପାଇଁ ମେଣ୍ଟ ସରକାର ସାଧାରଣ ନିର୍ବାଚନ ଲଢୁଥିଲା l ଅନେକ ବିଧାୟକ ପ୍ରାର୍ଥୀଙ୍କୁ (ଉଭୟ ବିଜେଡି ଓ ବିଜେପି ) ଦିଲ୍ଲୀପ ନିର୍ବାଚନ ଲଢ଼ିବା ପାଇଁ ଆର୍ଥିକ ସହାୟତା ଦେଇଥିଲେ ! କେନ୍ଦ୍ର ବିଜେପି ନେତାଙ୍କ ସମର୍ଥନ ମଧ୍ୟ ଦିଲ୍ଲୀପଙ୍କ ସହିତ ଥିଲା ! କଂଗ୍ରେସର ବିଧାୟକ ସଂଖ୍ୟା ଥିଲା ୨୭ ! ସେଥିରୁ ମଧ୍ୟ କିଛି ବିଧାୟକ ଦିଲ୍ଲୀପଙ୍କୁ ସମର୍ଥନ କଲେ ! ତେଣୁ ଦେଖିବାକୁ ଗଲେ ତିନି ଦଳର ସମର୍ଥନ ଓ ସହାନୁଭୂତି ପାଇ ଦିଲ୍ଲୀପ ରାୟ ୨୦୦୨ ମସିହା ରାଜ୍ୟସଭା ନିର୍ବାଚନ ଜିତିଥିଲେ l ଦୀର୍ଘ ୨୪ ବର୍ଷ ପରେ ଦିଲ୍ଲୀପ ପୁଣି ରାଜ୍ୟସଭା ମୈଦାନରେ ! ଏଥର ମଧ୍ୟ ମୁଖ୍ୟ ପ୍ରତିଦ୍ବନ୍ଦୀ ନବୀନ ପଟନାୟକ ! ଫରକ ଏତିକି ନବୀନ ଏବେ ବିରୋଧୀ ଦଳରେ ବସିଛନ୍ତି ! ଶାସକ ବିଜେପିର ସମର୍ଥନରେ ମୈଦାନକୁ ଓଲ୍ହାଇଛନ୍ତି ଦିଲ୍ଲୀପ ! ବିଜେପିର ୨୨ ବିଧାୟକଙ୍କ ସମର୍ଥନ ତାଙ୍କ ସହିତ ଅଛି ! ଦୁଇ ବିଜେଡି ବହିସ୍କୃତ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ ତାଙ୍କୁ ସମର୍ଥନ ଦେବେ ବୋଲି ଆକଳନ ଚାଲିଛି ! ଏହାବାଦ ବିଜେଡି ଓ କଂଗ୍ରେସ ଭିତରେ ଫାଟ କରି ବଳକା ବିଧାୟକଙ୍କ ସମର୍ଥନ ହାସଲ କରିବା ଚକକରରେ ଥିଲେ ସେ l କିନ୍ତୁ ନାମାଙ୍କନର ଦିନ କେଇଟା ପରେ ତାଙ୍କ ଆଶା ନିରାଶା ଆଡକୁ ଗତି କରୁଛି ବୋଲି ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଲାଣି ! କଂଗ୍ରେସର ୧୪ ବିଧାୟକଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଅଫିସ ଯୋଗାଯୋଗରେ ରହିଛି ! ଦେଶର ଏପରି ଘଡ଼ିସନ୍ଧି ମୁହୂର୍ତରେ ବିଜେପି ବିରୁଦ୍ଧରେ ଏକାଠି ରହିବାକୁ ପରାମର୍ଶ ଦିଆ ଯାଇଛି ! କିଛି ଅସନ୍ତୁଷ୍ଟଙ୍କ ସହିତ ରାହୁଲ ଗାନ୍ଧୀ ସିଧାସଳଖ କଥା ମଧ୍ୟ ହେଇଛନ୍ତି l ଏପଟେ ଖାସ ବିଜେପିଙ୍କୁ ପାନେ ଚଖାଇବା ପାଇଁ ବିଜେଡିର ପୁରା ଟିମ ଏକାଠି ହେଇଛି ! ସାଧାରଣ ନିର୍ବାଚନରେ ଯେପରି ନିର୍ବାଚନ ଜିତିଛି ବିଜେପି ସେଥିପାଇଁ ଉଚିତ ଶିକ୍ଷା ଦେବା ପାଇଁ ସୁପ୍ରିମୋ ନବୀନଙ୍କ ପଛରେ ପୁରା ଦଳ ! ଶେଷ ମୁହୂର୍ତ୍ତରେ ଯଦି ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କ ଉପରୁ ନିଲମ୍ବନ ଉଠାଇ ଦଳରେ ସାମିଲ କରନ୍ତି ନବୀନ ତେବେ ଦିଲ୍ଲୀପ ‘ ନା ଏ କୂଳକୁ ହେବେ ନା ସେ କୂଳକୁ’! ରାଜନୈତିକ ଭବିଷ୍ୟତ ଏକ ପ୍ରକାର ସମାପ୍ତ ହେଇଯିବ ଏଥିରେ ସନ୍ଦେହ ନାହିଁ l Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026 ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ by Proprietor Abhimanyu Maharana September 28, 2026 ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 28, 2026