Home ଓଡ଼ିଶା ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଆର୍ଯ୍ୟାଲେକ୍ସ ଫାଉଣ୍ଡେସନ୍ ଫର୍ ସୋସିଆଲ୍ ଆକ୍ଟିଭିଟିଜ୍ (ଆଫସା) ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ “ହର୍ ଓଡ଼ିଶା” ନାମରେ ଏକ ବିଶେଷ କାର୍ଯ୍ୟକ୍ରମ ୯ ମାର୍ଚ୍ଚ ୨୦୨୬ ତାରିଖରେ ସ୍ୱସ୍ତି ପ୍ରିମିୟମ୍ ଠାରେ ତିନୋଟି ଅଧିବେଶନ ସହିତ ଆୟୋଜିତ ହୋଇଯାଇଛି । ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ଓ ସମାଜରେ ମହିଳାଙ୍କ ଅବଦାନକୁ ସମ୍ମାନିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା । ପ୍ରଥମ ଅଧିବେଶନରେ ଆଫସାର ପ୍ରତିଷ୍ଠାତା ଡ଼. ଆଲେକଜାଣ୍ଡାର ଦାସ ଅଧ୍ୟକ୍ଷତା କରିଥିବା ବେଳେ ଆର୍ସେଲର ମିତଲ ନିପନ୍ ଷ୍ଟିଲ ଇଣ୍ଡିଆ ର ଡିଜିଏମ୍ ଏଚଆର୍ ସୁପ୍ରିୟା ସ୍ୱାଇଁ ଓ ହିନ୍ଦାଲକୋ, ସୁନ୍ଦରଗଡ଼ର ଜିଏମ ଏବଂ ସିଏସଆର ହେଡ ନିହାରିକା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହା ସହିତ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ସଶକ୍ତିକରଣ ଉପରେ ତାଙ୍କର ମତାମତ ରଖିଥିଲେ । ଏହି ଅବସରରେ ହର୍ ଓଡିଶା ଏକ୍ସିଲେନ୍ସ ଅୱାର୍ଡ ଓ ଚେଞ୍ଜମେକର୍ସ ଅୱାର୍ଡ ପ୍ରଦାନ କରାଯାଇଛି । ହର୍ ଓଡିଶା ଏକ୍ସିଲେନ୍ସ ଅୱାର୍ଡ ପାଇଁ ସୋନାଲି ଓଝା, ବିଦ୍ୟୁତପ୍ରଭା ଦାସ, ରୁକ୍ମିଣୀ ଖଲିଆ, ବନସ୍ମିତା ପତି, ଲୀଳାବତୀ ଉଲାକା, ସୁଶ୍ରୀ ସଙ୍ଗୀତା ଦାସ, ସଞ୍ଜୁ ପାତ୍ର, ପ୍ରିୟାଂଶୀ ବିଶ୍ୱାଳ, ଶୁଭଶ୍ରୀ ଭଞ୍ଜ, ବିଭାରାଣୀ ପାତ୍ର, ଡ଼. ସୁମୋନା କାର୍ଜି ମିଶ୍ର ଓ ଦୀପିକା ଦଣ୍ଡପାଟଙ୍କୁ ସମ୍ମାନିତ କରାଯାଇଛି । ସେହିପରି ଭାରତୀ ନାହାକ, କୃଷ୍ଣା ପ୍ରିୟଦର୍ଶିନୀ ରାଉତ, ରୁମାନା ଜାଫ୍ରି, ମୋନାଲିସା ମିଶ୍ର, ପ୍ରଭାବତୀ ସାମଲ, ଚାରୁଲତା ବିଶ୍ୱାଳ, ଶିବାନୀ ସୁଭଦର୍ଶିନୀ, ଡ଼. ଅଭିଲାଷା ମିଶ୍ର ଓ ଚିନ୍ମୟୀ ଦେଓଙ୍କୁ ଚେଞ୍ଜମେକର୍ସ ଅୱାର୍ଡରେ ସମ୍ମାନିତ କରାଯାଇଛି । ଏଥି ସହିତ ତିନିଦିନିଆ ଏହି ଅଭିଯାନର ପ୍ରଥମ ଦିନରେ ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ୍ର ସୁଆଁସାହି ଆଶ୍ରମ ବିଦ୍ୟାଳୟ ର ଛାତ୍ରୀମାନଙ୍କୁ ଶିକ୍ଷାର ପ୍ରୋତ୍ସାହନ ଦେବା ପାଇଁ ସ୍କୁଲ୍ କିଟ୍ ବଂଟନ କରାଯାଇଥିଲା ଏବଂ ଦ୍ୱିତୀୟ ଦିନ ମହିଳାମାନଙ୍କ ଦ୍ୱାରା ଏକ ବିଶେଷ ମହିଳା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ “ୱିମେନ୍ ଲିଡିଙ୍ଗ ସମୃଦ୍ଧ ଓଡ଼ିଶା: ଅପର୍ଚୁନିଟୀ ଆଣ୍ଡ ଚ୍ୟାଲେଞ୍ଜେସ ଫର୍ ଓଡ଼ିଶା ଭିଜନ ୨୦୨୬” ବିଷୟରେ ଏକ ପ୍ୟାନେଲ୍ ଚର୍ଚ୍ଚା ଆୟୋଜିତ ହୋଇଥିଲା । ଏହି ଅଧିବେଶନକୁ ସାମ୍ବାଦିକା ବିଦ୍ୟୁତପ୍ରଭା ଦାସ ସଂଚାଳନ କରିଥିଲେ । ପ୍ୟାନେଲିଷ୍ଟ ଭାବେ ଇରନ୍ୟାସନାଲ ଇନ୍ ଡିସେନ୍ସି ମୁଭମେଂଟର ଡାଇରେକ୍ଟର ଡ଼ଃ ଅରୁନ୍ଧତୀ ଦେବୀ, ୱିନିଓରସ୍ ଫୋରମ୍ର ଫାଉଣ୍ଡର ଏବଂ ଏମଡି ଡ଼ଃ ମନୀଷା ଆଚାର୍ଯ୍ୟ, ଅଭିଷ୍ଟ ଚାରିଟେବୁଲ୍ ଟ୍ରଷ୍ଟ ର ଫାଉଣ୍ଡର ଆଲି ପାଢ଼ୀ, ବେଦାନ୍ତ ଆଲୁମିନିୟମ କୋଲ୍ ମାଇନ ର ଏଜିଏମ୍ ଓ ସିଏସଆର ହେଡ ସଙ୍ଗୀତା ସାହୁ ଓ ମହିଳା ଉଦ୍ୟୋଗୀ ଅନୁରାଧା ମହାନ୍ତି ଯୋଗଦେଇ ଓଡ଼ିଶାର ଉନ୍ନତିରେ ମହିଳାଙ୍କ ଭୂମିକା ଓ ଚ୍ୟାଲେଞ୍ଜ ସମ୍ପର୍କରେ ଗଭୀର ଆଲୋଚନା କରିଥିଲେ । ଶେଷ ଅଧିବେଶନରେ କେସିଡବ୍ଲୁ ର ଲିଡ୍ ସିଏସଆର୍ କବିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଓ ବାରବାଟି–କଟକ ନିର୍ବାଚନମଣ୍ଡଳୀର ବିଧାୟିକା ସୋଫିଆ ଫିର୍ଦେøସ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026 ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ by Proprietor Abhimanyu Maharana September 28, 2026 ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 28, 2026