Home ଓଡ଼ିଶା ନାବାର୍ଡ ଓ ନିଗମ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ନାବାର୍ଡ ସହାୟତା ଏଵଂ ନିଗମ ଓ ମଧୁକେଶ୍ୱରେ କୃଷକ ଉତ୍ପାଦକ କମ୍ପାନୀ ଲି, ର ମିଳିତ ସହଯୋଗରେ ବାଲିପାଟଣା ବ୍ଲକ ସ୍ଥିତ ଆତ୍ମା ସଭାଗୃହରେ ମହିଳା କୃଷି ଉଦ୍ୟୋଗମାନଙ୍କୁ କୃଷି ସମ୍ବଦ୍ଧିୟ ସଂପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱରର ନିଗମ ଅନୁଷ୍ଠାନର ମହିଳା ସଂଯୋଜିକା କାଦମ୍ବିନୀ ପାତ୍ର ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିକାଶ ପରିଚାଳକ DDM ଶ୍ରୀମତୀ ତୃପ୍ତି ତାପସୀ, ମୁଖ୍ୟ ବକ୍ତା ଭାବେ ବ୍ଲକ କୃଷି ଅଧିକାରୀ ପୁର୍ଣ୍ଣ ଚନ୍ଦ୍ର ବାରିକ୍, ଏଵଂ ସମ୍ମାନୀତ ଅତିଥି ଭାବେ ବି ଟି ଏମ ବାଲିପାଟଣା ସଂଜିବୀ କୁମାର ସାହୁ, ଏଵଂ ଭାପୁର ସରପଞ୍ଚ ଲିଲିପ୍ରଭା ସାହୁ, ପ୍ରମୁଖ ଯୋଗ ଦେଇ କୃଷି ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ ନାରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ଆଠ ଜଣ ସଫଳ କୃଷି ଉଦ୍ୟୋଗୀ ପଟଚିତ୍ର ଶିଳ୍ପୀ ପଙ୍କଜିନୀ ମହାପାତ୍ର, କତାଶିଳ୍ପୀ ସୁକାନ୍ତି ବେହେରା, କ୍ଷୁଦ୍ର ଉଦ୍ୟୋଗୀ ନଳିନୀ ବେହେରା, ଓ ସୁଲୋଚନା ମହାନ୍ତି, ନ୍ୟାୟିକା ଉପଦେଷ୍ଟା ଶ୍ରୀମତୀ ଜୋତ୍ରିମୟୀ ଦାସ, ହସ୍ତତନ୍ତ୍ର ଶିଳ୍ପୀ ମମତା ରାଉତ, ଡ୍ରୋନ ଦିଦୀ କୁମୁଦିନୀ ସ୍ୱାଇଁ, ଏବଂ ରଙ୍ଗୀନ ମହିଳା ମାଛଚାଷୀ ଶ୍ରୀମତୀ ଝୁନୁରାଣୀ ପରିଡା ପ୍ରମୁଖଙ୍କୁ ସେମାନଙ୍କର କୃତୀ ପାଇଁ ମାନପତ୍ର, ଉତ୍ତରୀୟ, ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମଧୁକେଶ୍ୱର କୃଷକ ଉତ୍ପାଦକ କମ୍ପାନୀ ଲି, ର କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ ନାଥ,, ଅନୁଷ୍ଠାନର ନିର୍ଦ୍ଦେଶକ କୃଷ୍ଣ ଚନ୍ଦ୍ର ଭୋଇ, ବସନ୍ତ ପାତ୍ର, କନକ ଜେନା, ଏବଂ ନିଗମ ଅନୁଷ୍ଠାନର ବିଚିତ୍ରା ନନ୍ଦ ସ୍ୱାଇଁ, ଅନିଲ କୁମାର ତରାସିଆ, ହରେକୃଷ୍ଣ ସାହୁ ପ୍ରମୁଖ ପରିଚାଳନରେ ସହଯୋଗ କରିଥିବାବେଳେ ନିଗମର ମହିଳା କର୍ମକର୍ତ୍ତା ମଧୁସ୍ମିତା ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ଖୋର୍ଦ୍ଧା, ହୋମ୍ Related Content ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026 ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ by Proprietor Abhimanyu Maharana September 28, 2026 ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 28, 2026