ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଜଗତସିଂହପୁର ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବିରିଡି ବ୍ଲକ ଅନ୍ତର୍ଗତ ପୁରଣ ଗ୍ରାମର ସତ୍ୟନାରାୟଣ ପ୍ରଗତି ପରିଷଦ ପାଢ଼ୀସାହି ପକ୍ଷରୁ ପବିତ୍ର ଦୋଳପୂର୍ଣ୍ଣିମା ଉପଲକ୍ଷେ ଧାର୍ମିକ ଓ ସାଂସ୍କୃତିକ ପରିବେଶ ମଧ୍ୟରେ 31 ତମ ବାର୍ଷିକ ବାଦୀପlଲl ମଙ୍ଗଳ ବାର ଠାରୁ ଆରମ୍ଭ ହୋଇ ଶନିବାର ଶେଷ ହୋଇଛି l

ଏଥିରେ ଓଡ଼ିଶାର ସୁନାମଧନ୍ୟ ପାଲl ଗାୟକ ଯୁବ ସମରାଟ ନୃସିଂହ ଚରଣ ହୋତା ଓ ଗାୟକ ଯୁବ ଭାସ୍କର ଜ୍ଞାନ ପ୍ରିୟ କାନୁନଗୋ ଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା l ପରିଷଦର ସଭାପତି ପ୍ରବୋଧ କୁମାର ତ୍ରିପାଠୀ, ଉପସଭାପତି ତପନ କୁମାର ଆଚାର୍ଯ୍ୟ, ସମ୍ପାଦକ ଭଗବାନ ପାଢ଼ୀ, କୋଷାଧ୍ୟକ୍ଷ୍ୟ ଡ଼ଃ ପ୍ରଜ୍ୟୋତ କୁମାର ତ୍ରିପାଠୀ,

ସହ ସମ୍ପାଦକ ସୁଦର୍ଶନ ସାହୁ, ସୂଚନା ଦେଇ କହିଛନ୍ତି ପାଲା ଓଡ଼ିଶାର ପ୍ରାଚୀନ କଳା l ପ୍ରାଚୀନ ଲୋକ ସଂସ୍କୃତି ପାଲା ମାଧ୍ୟମରେ ଜନଚେତନା ସୃଷ୍ଟି କରାଇଥାଏ l ଭାରତୀୟ ପୁରାଣ ଦର୍ଶନ, ଶିକ୍ଷା ସଂସ୍କୃତିକୁ ପାଲl ମାଧ୍ୟମରେ ଗଣlଭିମୁଖୀ କରାଇ ତାର ମର୍ଯ୍ୟଦା ବୃଦ୍ଧି କରାଇବାରେ ସହାୟକ ହୋଇଥାଏ l ସହାୟତା କରିଥିଲେ କାଳିଆନନା, ତନୁ ନନା, ଡ଼lଙ୍ଗ ନନା, ପପୁ ବାପୁନି l

Exit mobile version