Home ଓଡ଼ିଶା ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ by Proprietor Abhimanyu Maharana 5 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଠାରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ବଳନ କରି ଆନୁଷ୍ଠାନିକ ପୂର୍ବକ ଶୁଭାରମ୍ଭ କରି କହିଲେ ମହିଳାଙ୍କ ଉର୍ନ୍ନତିରେ ଦେଶର ପ୍ରଗତି ହୋଇଥାଏ । ବିଜୁବାବୁ ଦେଶରେ ପ୍ରଥମେ ପଞ୍ଚାୟତିରାଜ ବ୍ଯବସ୍ଥାରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ କରି ଇତିହାସ ସୃଷ୍ଟି କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗଦେଇ ମହିଳା ମାନେ ଏକତ୍ରିତ ହୋଇ ମହିଳାଙ୍କ ଅସୁବିଧା ସମୟରେ ଠିଆ ହୋଇ କାର୍ଯ୍ୟ କଲେ ଅନୁଷ୍ଠାନ ପ୍ରିୟପାତ୍ର ହୋଇପାରିବ । ସମ୍ମାନିତ ଅତିଥିଭାବେ ସିବିଆଇ ର ପ୍ରାକ୍ତନ ଆଇନ ପରାମର୍ଶଦାତା ରାଜଶ୍ରୀ ମହାପାତ୍ର , ଆଇନଜୀବୀ ଶୁକ୍ଳା ରାୟ , ପୂର୍ବତନ ନଗରପାଳ ଗୌରହରି ପ୍ରଧାନ,ବରିଷ୍ଟ ସାମ୍ବାଦିକ ତଥା ଓଡିଶା ସାମ୍ବାଦିକ ସଙ୍ଘର ଜିଲ୍ଲା ସଭାପତି ବିଜୟ ମିଶ୍ର , ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥ , ଦୃଷ୍ଟିର ନିର୍ଦ୍ଦେଶକ ତଥା ସାମ୍ବାଦିକ ନାରାୟଣ ଦାଶ ,ବରିଷ୍ଠ କ୍ରୀଡା ସଂଗଠକ ରବିଶଙ୍କର ପ୍ରତିହାରୀ , ଫାଉଣ୍ଡେସନ ର ଲିଗାଲ୍ ଆଡ଼ଭାଇଜର ଭଗବାନ ପଢିଆରୀ ପ୍ରମୁଖ ମଞ୍ଚାସୀନ ହୋଇ ମହିଳା ମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଥିବାରୁ ଖୁସିବ୍ୟକ୍ତ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶିକା ଅରୁଣିମା ନନ୍ଦ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ସଭାନେତ୍ରୀ ରତ୍ନମଣି ନାୟକ,ସମ୍ପାଦିକା ପଦ୍ମିନୀ ବେହେରା ,ସହ ସମ୍ପାଦିକା ମମତା ମିଶ୍ର ,ସଂଯୋଜିକା ବିଚିତ୍ରା ମିଶ୍ର, ନୃତ୍ଯ ଗୁରୁ ମନିଷା ମହାନ୍ତି, ନାରାୟଣ ବେଜ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସୋନି ଟିଭିର ମାଷ୍ଟର ସେଫ୍ ରେ ଚାମ୍ପିଅନ ହେଇଥିବା ଶ୍ରୀକ୍ଷେତ୍ରର ପୂର୍ବତନ ପୌରସଦସ୍ଯା ଅଞ୍ଜୁ ପ୍ରଧାନଙ୍କୁ ଭୂୟଂଶୀ ପ୍ରଶଂସା କରିବା ସହ ଅତିଥିମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବରୁ ହୋଇଥିବା ଝୋଟି , ମ୍ୟୁଜିକ୍ ଚେୟାର , ହୁଳୁହୁଳି,କବିତା ପାଠ , ଚିଟ୍ ଉଠାଣ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ସମ୍ମାନିତ କରାଯାଇଥିଲା । ସଂଯୋଜକ ଲଲାଟେନ୍ଦୁ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଅନୁଷ୍ଠାନର ସଭ୍ଯା ମାନଙ୍କ ଦ୍ବାରା ଗୀଟିନାଟ୍ୟ, ନୃତ୍ୟ , ପରିବେଷଣ କରାଯାଇଥିଲା । ଶେଷରେ ସଭାନେତ୍ରୀ ରତ୍ନମଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ମହିଳା ସଦସ୍ଯା ଏକ ରଙ୍ଗର ଶାଢୀ ପିନ୍ଧି ମଞ୍ଚରେ ସ୍ବାଗତ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବେଶ ଆକର୍ଷିତ ହୋଇଥିଲା । ଶତାଧିକ ମହିଳା ଓ ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନୋଭରି ଉପଭୋଗ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା by Proprietor Abhimanyu Maharana August 9, 2026 ତ୍ରିରଙ୍ଗା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ : ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana August 9, 2026 169 ଜନଜାତି ଗୋଷ୍ଠୀ କୁ ST ମାନ୍ୟତା ଦାବୀ ଦୋହରାଇଲେ ନବୀନ ପଟ୍ଟନାୟକ by Proprietor Abhimanyu Maharana August 9, 2026 ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026 ଭିଜିଲାନ୍ସ ଜାଲରେ ଏଡିଇଓ by Proprietor Abhimanyu Maharana August 9, 2026