ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଅପରାହ୍ନରେ ଏସ ସି ଏସ କଲେଜ ନିକଟରେ ବ୍ଲକ ସୁଭଦ୍ରା ଶକ୍ତି କେନ୍ଦ୍ର ଓ ସଖି ୱ୍ବାନ କେନ୍ଦ୍ରର ଉଦଘାଟନ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା।ମହିଳା ମାନଙ୍କୁ ଆତ୍ମ ନିର୍ଭର କରିବା ଲକ୍ଷ୍ୟ ରେ ସେମାନଙ୍କୁ ପ୍ରଶିକ୍ଷଣ ଦେବା, ପାରସ୍ପରିକ ସହଯୋଗ ବଢାଇବା, ଆଲୋଚନା ବୈଠକ କରାଇବା, ସମ୍ମାନ ର ସହ ନିଜ କାର୍ଯ୍ୟ କୁ ପରିଚାଳନା କରିବାରେ ବ୍ଲକ ସୁଭଦ୍ରା ଶକ୍ତି କେନ୍ଦ୍ର ସହାୟକ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସୂଚନା ଦେଇଥିଲେ ।

