ଶକ୍ତି ପଦଯାତ୍ରା ଅନୁଷ୍ଠିତ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କ୍ରୀଡା ବିଭାଗ ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନ କ୍ରୀଡା କାର୍ଯ୍ୟାଳୟ ସହଯୋଗ ରେ ଶକ୍ତି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।ତିନି ଦିନିଆ ଏହି କାର୍ଯ୍ୟକ୍ରମ ର ଶେଷ ଦିବସ ରେ ମହିଳା ମାନଙ୍କୁ ନେଇ ଏକ ଶକ୍ତି ପଦଯାତ୍ରା ଶ୍ରୀଜଗନ୍ନାଥ ଷ୍ଟାଡିୟମ ଠାରୁ ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରା ଶ୍ରୀଜଗନ୍ନାଥ ଷ୍ଟାଡିୟମ, ପେଣ୍ଠକଟା,ସଂସ୍କୃତ ବିଶ୍ବ ବିଦ୍ୟାଳୟ ଦେଇ ପୁନଃ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଠାରେ ପହଞ୍ଚି ଥିଲା ।

ଏହି ପଦଯାତ୍ରା କୁ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଜିଲ୍ଲା ଏନ ଏସ ଏସ ଅଫିସର ଗୋଲକ ବିହାରୀ ପଲାଇ, ପ୍ରାକ୍ତନ କ୍ରୀଡା ପ୍ରଶିକ୍ଷକ ଗୋପାଳ ଚନ୍ଦ୍ର ପରିଡା ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ମହିଳା ମାନଙ୍କୁ ମହିଳା ଦିବସ ରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ପ୍ରତିଟି ମହିଳା ଶକ୍ତି ର ପ୍ରତୀକ।ତେଣୁ ନିଜକୁ ଦୁର୍ବଳ ନ ଭାବି ନିଜ ଦକ୍ଷତା ଓ କୌଶଳ କୁ ପ୍ରତିପାଦିତ କରିବାକୁ ଉପ ନିର୍ଦ୍ଦେଶକ ଶ୍ରୀ ସେଠୀ ଆହ୍ଵାନ ଦେଇଥିଲେ । ପ୍ରାକ୍ତନ କ୍ରୀଡା ପ୍ରଶିକ୍ଷକ ଶ୍ରୀ ପରିଡା ଅଧ୍ୟବସାୟ, କଠୋର ପରିଶ୍ରମ, ସାହସ ଓ ସଂକଳ୍ପ ବଦ୍ଧ ଭାବେ ନିଜ ସ୍ବପ୍ନ ହାସଲ ପାଇଁ ପ୍ରଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ ।

Exit mobile version