ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) ଓଡ଼ଗାଁ :- ମହିଳା ଦିବସ ଅବସରରେ ଏପରି ଏକ ମହିୟସୀ ମହିଳା ଯେକି ନୟାଗଡ଼ ଜ଼ିଲ୍ଲା କଣ ରାଜ୍ୟସ୍ତର ରେ ସୁନାମ ଅର୍ଜନ କରିଛନ୍ତି ଏହି ପ୍ରଭାସିନୀ.ମହିଳା ମାନଙ୍କୁ ସଶକ୍ତ ଓ ସୁଦୃଢ କରି ତୋଳିବାରେ ସେ ସିଦ୍ଧ ହସ୍ତ.ପିଲା ଦିନରୁ ଗାଁ ପରିବେଶରେ ଜୀବନ ଅତିବାହିତ କରୁଥିବା ପ୍ରଭାସିନୀ ଜଣେ 300ଗରିବ, ଅନାଥ, ନେଷ୍ପେସିତ, ଦଳିତ ପିଲାମାନଙ୍କର ମା ସାଜିଛନ୍ତି. ସେ ଜଣେ ମାଧ୍ୟ୍ୟବିତ୍ତ ପରିବାରର ଅଟନ୍ତି l

ଘର ଓଡ଼ଗାଁ ବ୍ଲକ ରାବର ଗ୍ରାମରେ, ବାପା ଜଣେ ପୋଲିସ କର୍ମଚାରୀ ଥିଲେ, ମା ଗୃହିଣୀ, ତିନି ଭାଇ ଦୁଇ ଭଉଣୀ. ସେ ଘରର sana ଝିଅ. ବିବାହ ନକରି ଜୀବନରେ ବହୁ ସଂଘର୍ଷ କରି କରି, ବହୁ ଜାଗାରେ ଚାକିରୀ କରି ଛାଡି ଏହି ସମାଜ ସେବା କାମକୁ ଆପଣେଇ ଛନ୍ତି. ପିଲାବେଳୁ ସେ ଏହି ସମାଜ ସେବା କାମରେ ନିଜକୁ ସମର୍ପି ଦେଇଛନ୍ତି. ପାଠ ପଢିବା ସହିତ ସେ ଗରିବ ପିଲାଙ୍କୁ ମହାଳିଆରେ ପାଠ ପଢେଇବା ସହିତ ସବୁକ୍ଷେତ୍ରରେ ସାହାଯ୍ୟ ର ହାତ ବଢ଼େଇଥାନ୍ତି. ସେ ଜଣେ ଉଚ୍ଚ ଶିକ୍ଷିତା ଅଟନ୍ତି.l

ଶିକ୍ଷ୍ୟାଗତ ଯୋଗ୍ୟତା ତାଙ୍କର M. A,LLB , MSW, MPEd ପାସ କରି ଗୋଟିଏ ମିସନାରୀ ସ୍କୁଲ ରେ ଚାକିରୀ କରି ପ୍ରଥମେ କେତୋଟି ଅନାଥ ପିଲାଙ୍କୁ ନେଇ2006ମସିହାରେ ରେ ଅନାଥ ଆଶ୍ରମ ଗଢିଲେ, ସେହି ଆଶ୍ରମ ପିଲାମାନେ ବାହାରକୁ ପଢିବାକୁ ଗଲେ କାଳେ ଅସୁବିଧା ହେବ ଅଖି ଆଗରେ ରଖି2007ମସିହାରେ ମଦର ଆବାସିକ ନାମରେ ବିଦ୍ୟାଳୟ ଟିଏ ଗଢିଲେ. ସବୁଆଡୁ ମାଗ ଜାଚା କରି ବହୁ କଷ୍ଟରେ ଅନୁଷ୍ଠାନ କୁ ଚଳେଇଲେ. ଧୀରେ ଧୀରେ ପିଲା ବଢିବାକୁ ଲାଗିଲେ l

ଗରିବ ଓ ଅନାଥ ପିଲାଙ୍କୁ ଦେଖିଲେ ସେ କୋଳେଇ ନିଅନ୍ତି. ଏବଂ ସେହିପିଲାଙ୍କର ଖାଇବା, ପିନ୍ଧିବା, ସବୁ ପ୍ରକାର ବ୍ୟବସ୍ଥା କଷ୍ଟ ହେଲେ ମଧ୍ୟ ବୁଝିଥାନ୍ତି. ଖାଲି ସେତିକି ନୁହେଁ ନୟାଗଡ଼ ଜ଼ିଲ୍ଲା ରେ ଗରିବ ମହିଳା ମାନଙ୍କୁ ନିଜ ଗୋଡ଼ରେ କିଭଳି ଠିଆ ହେବାକୁ ପଡିବ ସେହି ବାବାଦରେ ତାଲିମ ଦେଇଥାନ୍ତି. ବିଭିର୍ନ ପ୍ରକାର ସାମାଜିକ କାଯ୍ୟରେ ନିଜକୁ ସବୁବେଳେ ନିୟୋଜିତ କରିଥାନ୍ତି. ନୟାଗଡ଼ ଜ଼ିଲ୍ଲା ରେ ବାଲ୍ୟ ବିବାହ, ଶିଶୁ ଶ୍ରମିକ ରୋକିବା ଉପରେ ମଧ୍ୟ କାମ କରୁଛନ୍ତି l

ଅନାଥାଶ୍ରମରୁ ବହୁ ଝିଅ ମାନଙ୍କୁ ବାହାଘର ସହିତ ବହୁତ ପିଲାଙ୍କୁ ନିଜର ଜୀବିକା ନିର୍ବାହ କରିବା ପାଇଁ ବିଭିନ୍ନ ଜାଗାରେ ନିଯୁକ୍ତି ମଧ୍ୟ୍ୟ କରେଇଛନ୍ତି.ମହିଳା ସଶକ୍ତି କରଣ ରେ ସେ କାମ କରୁଥିବାରୁ ତାଙ୍କୁ ଦୁଇ ଦୁଇ ଥର ରାଜ୍ୟପାଳ ପୁରସ୍କାର ପାଇଛନ୍ତି. ଏବଂ ରାଜ୍ୟରେ ଜ଼ିଲ୍ଲା ରେ ବିଭିନ୍ନ ପ୍ରକାର କ୍ଷେତ୍ରରେ ସମ୍ନାନୀତ ହୋଇଛନ୍ତି. ମଦର ଟେରେସା ଙ୍କ ଦ୍ୱତୀୟ ଅବତାର ବୋଲି ଲୋକ କୁହନ୍ତି. ତାଙ୍କର ଏଭଳି କାଯ୍ୟକୁ ଜ଼ିଲ୍ଲା ରେ ଓ ରାଜ୍ୟରେ ସମସ୍ତେ ପ୍ରଶଂସା କରିଛନ୍ତି l

Exit mobile version