Home ଓଡ଼ିଶା ଏକାମ୍ର ହାଟରେ “ସପ୍ତାହର କାରିଗର” କାର୍ଯ୍ୟକ୍ରମର ଶୁଭାରମ୍ଭ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭାରତୀୟ ହସ୍ତଶିଳ୍ପ ପରିଷଦ ଏବଂ ବିଶ୍ୱ ହସ୍ତଶିଳ୍ପ ପରିଷଦ ସହିତ ଜଡିତ ରାଜ୍ୟର ହସ୍ତଶିଳ୍ପ ପ୍ରେମୀଙ୍କ ଏକ ସଂଗଠନ, ଓଡ଼ିଶା ହସ୍ତଶିଳ୍ପ ପରିଷଦ ପକ୍ଷରୁ ଭୁବନେଶ୍ୱରର ଏକାମ୍ର ହାଟରେ ଏହାର ଅନନ୍ୟ କାର୍ଯ୍ୟକ୍ରମ “ସପ୍ତାହର କାରିଗର’ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗର କମିଶନର-କମ୍-ସଚିବ, ଶ୍ରୀମତୀ ଗୁହା ପୁନମ ତାପସ କୁମାର (ଆଇଏଏସ୍), ପରିଷଦର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମହାପାତ୍ର, ଆଇଏଏସ୍ (ଅବସରପ୍ରାପ୍ତ) ଏବଂ ଅନ୍ୟାନ୍ୟ ସମ୍ମାନିତ ଅତିଥିଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ । ସୋମବାରରୁ ରବିବାର ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ଜଣେ ଉତ୍କୃଷ୍ଟ କାରିଗରଙ୍କୁ ନିଜର ସାମଗ୍ରୀ ପ୍ରଦର୍ଶନ କରିବାର ସୁଯୋଗ ଦେବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମ ଅଧିନରେ, ମନୋନୀତ କାରିଗରଙ୍କୁ ତାଙ୍କ ଉତ୍ପାଦ ସାମଗ୍ରୀର ପ୍ରଦର୍ଶନ ଏବଂ ବିକ୍ରୟ କରିବା ପାଇଁ ସମଗ୍ର ସପ୍ତାହ ପାଇଁ ଏକାମ୍ର ହାଟରେ ଏକ ଏୟାର୍ କଣ୍ଡିସନଡ୍ ଶୋ’ରୁମ୍ ଯୋଗାଇ ଦିଆଯିବ । କ୍ରେତା, ଡିଜାଇନ୍ର ଏବଂ ହସ୍ତଶିଳ୍ପ ପ୍ରେମୀଙ୍କ ଆଗମନ ସହିତ ଏହାର ବହୁଳ ପ୍ରଚାର ଏବଂ ପ୍ରସାର କାର୍ଯ୍ୟ ପରିଷଦ କରିବ । ପ୍ରଥମ ମାସର ଏହି କାର୍ଯ୍ୟକ୍ରମ ଏସ୍ଏନ୍ଏମ୍ (ଝଘଗ) ଗ୍ରୁପ୍ ଅଫ୍ କମ୍ପାନୀଜ୍ ଦ୍ୱାରା ପ୍ରାୟୋଜିତ ହେଉଛି । ଏହାର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ୍ତ ମହାନ୍ତିଙ୍କ ସହିତ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଦିପ୍ତୀ ମହାନ୍ତି ଏହି ଅବସରରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଲଳିତଗିରିର ପଥର ଖୋଦେଇ କାରୁକାର୍ଯ୍ୟ ପାଇଁ ରାଷ୍ଟ୍ରୀୟ ତଥା ଶିଳ୍ପୀଗୁରୁ ପୁରସ୍କାର ପ୍ରାପ୍ତ କାରିଗର ଶ୍ରୀଯୁକ୍ତ କଳ୍ପତରୁ ମହାରଣା ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ମହାପାତ୍ର ବ୍ୟାଖ୍ୟା କରିଥିଲେ ଯେ, ରାଜ୍ୟ ପରିଷଦ ଦ୍ୱାରା ଗୃହୀତ ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ ଏବଂ ପ୍ରୋତ୍ସାହନ ହେଉଛି ବିଶ୍ୱ ହସ୍ତଶିଳ୍ପ ପରିଷଦର ଉଦ୍ଦେଶ୍ୟ । ମୁଖ୍ୟଅତିଥି ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ହସ୍ତଶିଳ୍ପ ପ୍ରେମୀ ଏବଂ ଜନସାଧାରଣଙ୍କୁ ବହୁ ସଂଖ୍ୟାରେ ପ୍ରଦର୍ଶନୀ ପରିଦର୍ଶନ କରି ହସ୍ତଶିଳ୍ପୀଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଥିଲେ । ଓଡ଼ିିଶାର ହସ୍ତଶିଳ୍ପ ପରିଷଦ ବିଷୟରେ ଏକ ଟିପ୍ପଣୀ ଓଡ଼ିଶାର ହସ୍ତଶିଳ୍ପ ପରିଷଦ ହେଉଛି ରାଜ୍ୟର ପାରମ୍ପରିକ ହସ୍ତଶିଳ୍ପ ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ଉତ୍ସର୍ଗୀକୃତ ହସ୍ତଶିଳ୍ପ ପ୍ରେମୀଙ୍କ ଏକ ବେସରକାରୀ ସଂଘ । ଏହା ଭାରତୀୟ ହସ୍ତଶିଳ୍ପ ପରିଷଦ ଏବଂ ବିଶ୍ୱ ହସ୍ତଶିଳ୍ପ ପରିଷଦ ସହିତ ଜଡ଼ିତ । ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପ ଏବଂ ହସ୍ତଶିଳ୍ପୀ ସମ୍ପ୍ର୍ରଦାୟର ସଂରକ୍ଷଣ, ପ୍ରୋତ୍ସ। ହନ ଏବଂ ସମର୍ଥନ କରିବା ହେଉଛି ଏହି ପରିଷଦର ମୁଖ୍ୟ ଉଦ୍ଦେଶ୍ୟ । ଅତୀତରେ, ଓଡ଼ିଶାର ହସ୍ତଶିଳ୍ପ ପରିଷଦ, ମାଷ୍ଟର୍ କ୍ରାଫ୍ଟର୍ସ ପ୍ରଦର୍ଶନୀ ଆୟୋଜନ କରିଛି, ଯାହା କାରିଗରୀର ଉତ୍କର୍ଷତାକୁ ପ୍ରତିପାଦନ ପ୍ରଦାନ କରିବା ସହ ମାଷ୍ଟର୍ କାରିଗରମାନଙ୍କୁ ସେମାନଙ୍କର ସର୍ବୋତ୍ତମ କାର୍ଯ୍ୟ ଉପସ୍ଥାପନ କରିବା ପାଇଁ ଏକ ପ୍ଲାଟ୍ଫର୍ମ ପ୍ରଦାନ କରିଛି । “କ୍ରାଫ୍ଟ୍ ମ୍ୟାନ୍ ଅଫ୍ ଦ ୱିକ୍” ହେଉଛି ଓଡ଼ିଶା ହସ୍ତଶିଳ୍ପ ପରିଷଦର ଏକ ଅନନ୍ୟ ପଦକ୍ଷେପ । ଏହି କାର୍ଯ୍ୟକ୍ରମ ଅଧୀନରେ, ଜଣେ ମନୋନୀତ କାରିଗରଙ୍କୁ ତାଙ୍କ ଉତ୍ପାଦର ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ଗୋଟିଏ ସପ୍ତାହ ପାଇଁ ଏକ ଏୟାର୍ କଣ୍ଡିସନ୍ ଶୋ ‘ରୁମ୍ ପ୍ରଦାନ କରାଯିବ । ପରିଷଦ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ପ୍ରଚାର ବ୍ୟବସ୍ଥା କରିବ ଏବଂ କାରିଗରମାନଙ୍କୁ ବ୍ୟାପକ ବଜାରରେ ପହଞ୍ଚିିବାରେ ସାହାଯ୍ୟ କରିବା ପାଇଁ ଡିଜାଇନର୍, କ୍ରେତା ଏବଂ ରପ୍ତାନିକାରୀଙ୍କ ସହିତ ଯୋଗାଯୋଗ ସହଜ କରିବ । ଯୁବପିଢ଼ିଙ୍କ ମଧ୍ୟରେ ହସ୍ତଶିଳ୍ପ ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ସ୍କୁଲ୍ ପିଲାମାନଙ୍କୁ ନେଇ ଏହି ସମ୍ବନ୍ଧିତ କର୍ମଶାଳା ଆୟୋଜନ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଉତ୍ପାଦନ କ୍ଷେତ୍ରରେ କଞ୍ଚାମାଲ୍, ଡିଜାଇନ୍ ଓ ଉତ୍ପାଦ ବିକାଶ ଏବଂ ବିପ୍ପଣନ କ୍ଷେତ୍ରରେ ବ୍ରାଣ୍ଡିଂ ତଥା ପ୍ରଚାର ଭଳି ବିଭିନ୍ନ ଦିଗକୁ ଅନ୍ତର୍ଭୁକ୍ତ କରି ହସ୍ତଶିଳ୍ପ-ଭିତ୍ତିକ ବିକାଶ କାର୍ଯ୍ୟକ୍ରମ ହାତକୁ ନେବାକୁ ପରିଷଦ ପ୍ରସ୍ତାବ ଦେଇଛି । ଓଡ଼ିଶା ହସ୍ତଶିଳ୍ପ ପରିଷଦ ଏହାର ଉଦ୍ଦେଶ୍ୟକୁ ଆଗକୁ ବଢ଼ାଇବା ପାଇଁ ସରକାର ଏବଂ ଅନ୍ୟାନ୍ୟ ସଂଗଠନ ସହିତ ମିଳିତ ସହଭାଗିତାରେ କାର୍ଯ୍ୟ କରିବ । Categories: ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ମହାନଗର, ହୋମ୍ Related Content ସିୟୁଟିଏମ ପରିସରରେ ପ୍ରଫେସର ଏମ.ଏସ. ସ୍ୱାମୀନାଥନ’ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳନ by Proprietor Abhimanyu Maharana September 29, 2026 ସଂସ୍କାର ଭାରତୀ, ଉତ୍କଳ ପୂର୍ଵ ପ୍ରାନ୍ତ ତରଫରୁ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି by Proprietor Abhimanyu Maharana September 29, 2026 ସହିଦ ଭଗତ ସିଂଙ୍କ ଜନ୍ମଦିବସ ପାଳିତ by Proprietor Abhimanyu Maharana September 29, 2026 ଗୀତାପାଠ ହିଁ ମନୁଷ୍ୟର ମନକୁ ଶୁଦ୍ଧ ଓ ଶାନ୍ତ କରିଥାଏ : ଜିଲ୍ଲାପାଳ by Proprietor Abhimanyu Maharana September 29, 2026 ଜାତୀୟ ଷ୍ଟାଟ ଅପ୍ କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କ ସଫଳତା by Proprietor Abhimanyu Maharana September 29, 2026 ସୃଷ୍ଟି ଏକାଡେମୀରେ ‘ଉତ୍କର୍ଷ ୨.୦ ଇଣ୍ଡଷ୍ଟ୍ରି କନକ୍ଲେଭ୍ ଶିଳ୍ପଜଗତ ସହ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ସୁଦୃଢ଼ କରିବା ସହ ଭବିଷ୍ୟତମୁଖୀ ପରିଚାଳନା ଗଢ଼ିବା ଉପରେ ଗୁରୁତ୍ୱ by Proprietor Abhimanyu Maharana September 29, 2026