ବଲାଙ୍ଗିର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) କଲସାଇପାଲି (ବଲାଙ୍ଗିର) :- ଠାରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ ହୋଇଯାଇଛି | ଉଦଘାଟନ କାର୍ଯ୍ୟକ୍ରମ ରେ ଓମ୍ ଏଣ୍ଟର ପ୍ରାଇଜେସ୍ ର ପରିଚାଳନା ନିର୍ଦ୍ଦେଶକ ସୌମ୍ଯ ରଞ୍ଜନ , ଉଦ୍ୟୋଗପତି ସୌରଭ ବଂଶଲ, ନିକୁଞ୍ଜ ବଂଶଲ, ଜାନକୀ ବଲ୍ଲଭ ଜେନା ( ଜେଇ), ହିମାଂଶୁ ମଲ୍ଲିକ୍, ମାନସ ଜେନା, ସନ୍ଧ୍ୟାରାଣୀ ବେହେରା ଓ ଅଶୋକ ଦେଓ ପ୍ରମୁଖ ଯୋଗ ଦେଇଥିଲେ | କେବଳ ବଲାଙ୍ଗିର ଜିଲ୍ଲା ନୁହଁ, ସମଗ୍ର ପଶ୍ଚିମ ଓଡ଼ିଶା ର ଆଶାୟୀ ଉଦ୍ୟୋଗୀ ମାନଙ୍କୁ ପେପର୍ ପ୍ଲେଟ୍ ମେସିନ୍ ଯୋଗାଇ ଦେଇ ସେମାନଙ୍କୁ କମ୍ ନିବେଶ ରେ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରିବାର ଲକ୍ଷ୍ୟ ରଖିଛି ଓମ୍ ଏଣ୍ଟରପ୍ରାଇଜେସ୍ |

