Home ଓଡ଼ିଶା ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ by Proprietor Abhimanyu Maharana 5 months ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ସ୍ଥିତ ମହାସିଙ୍ଗ ଠାରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇ ଯାଇଛି l ଏହି ଅବସରରେ ଜିଲ୍ଲା ବିଜେଡି ଉପସଭାପତି ଟୁନା ଦାସ ଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ଫୋଟୋ ଚିତ୍ର ରେ ଦୀପ ଧୂପ ପ୍ରଜ୍ବଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରି ବିଜେଡି ର ସଂଗଠନ କୁ ଅଧିକ ମଜବୁତ କରିବା ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ହାତ ମୁଠା କୁ ଟାଣ କରିବାକୁ ଶପଥ ପାଠ କରିଥିଲେ ବିଜେଡି କର୍ମୀ l ବିଜେପି ସରକାର ର କୋଡିଏ ମାସ ମଧ୍ୟରେ କୌଣସି ପ୍ରତିଶୃତି ପାଳନ କରିନାହିଁ ବିଜେପି l ବରଂ ବିଜେପି ସରକାରରେ ନାରୀ ନିର୍ଯାତନା ବୃଦ୍ଧି ପାଇବା ସହ , ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିଛି, ଚାଷୀ ଆଜି ହତାଶ ହୋଇଛନ୍ତି ବୋଲି ବିଜେଡି ଜିଲ୍ଲା ଉପସଭାପତି ଟୁନା ଦାସ କହିଛନ୍ତି l ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ଜବର ଦଖଲ ଉଛେଦ, ଚାଷୀ ଙ୍କ ସମସ୍ୟା ପରି ଅନେକ ସମସ୍ୟା ନେଇ ଜନସାଧାରଣ ଙ୍କ ପାଇଁ ବିଜେଡି ସଦା ସର୍ବଦା ଲଢେଇ ଜାରୀ ରଖିବ l ଆବଶ୍ୟକ ପଡିଲେ ଲୋକଙ୍କ ନ୍ୟାର୍ଯ୍ୟ ଦାବି ସହ ହକ ପାଇଁ ରାଜ ରାସ୍ତା କୁ ମଧ୍ୟ ଓଲ୍ହାଇବ ବୋଲି ଆହ୍ୱାନ ଦେଇଛନ୍ତି ବିଜେଡି ଜିଲ୍ଲା ଉପସଭାପତି ଟୁନା ଦାସ l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ପୂର୍ବତନ ବିଧାୟକ ରାଜୀବ ପାତ୍ର, ବରିଷ୍ଠ ବିଜେଡି ନେତା ପ୍ରମୋଦ ସାହୁ, ବାଲିଗୁଡା ନଗର ବିଜେଡି ସଭାପତି ଏମଡି ସାବେଜ ଉଦିନ, ବାଲିଗୁଡା ବ୍ଲକ ବିଜେଡି ସଭାପତି ଅବନୀକାନ୍ତ ନାୟକଙ୍କ ସମେତ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ଚାରି ଗୋଟି ବ୍ଲକ ର ବିଜେଡି ନେତା ଓ କର୍ମୀ ପ୍ରମୁଖ ଯୋଗ ଦେଇନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ l Categories: ଓଡ଼ିଶା, କନ୍ଧମାଳ, ରାଜନୀତି, ହୋମ୍ Related Content ଆକାଶ ପଥରେ କାର୍ଯ୍ୟରତ ବିମାନ ଏବେ ସ୍ଥଳପଥରେ ଜନତାଙ୍କ ରେସ୍ତୋରାଁ by Proprietor Abhimanyu Maharana August 10, 2026 ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା by Proprietor Abhimanyu Maharana August 9, 2026 ତ୍ରିରଙ୍ଗା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ : ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana August 9, 2026 169 ଜନଜାତି ଗୋଷ୍ଠୀ କୁ ST ମାନ୍ୟତା ଦାବୀ ଦୋହରାଇଲେ ନବୀନ ପଟ୍ଟନାୟକ by Proprietor Abhimanyu Maharana August 9, 2026 ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026