ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

କଟକ  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗତ କାଲି ଶୁୁକ୍ରବାର ବିଳମ୍ବିତ ରାତିରେ କଟକ- ଫୁଲନଖରା, ପାହାଳ ଥାନା ଅନ୍ତର୍ଗତ ଅନନ୍ତପୁର ନିକଟରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ସ୍ଥାନୀୟ ଅଂଚଳର ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ୩ ଜଣ ଯୁବକଙ୍କ ମଧ୍ୟରୁ ଜଣକର ପରିଚୟ ମିଳିଥିବା ବେଳେ ଆଉ ଦୁଇ ଜଣଙ୍କ ପରିଚୟ ମିଳିପାରି ନାହିଁ । ମିଳିଥିବା ସୂଚନା ଅନୁ ଯାଇ ଗତ କାଲି ବିଳମ୍ବିତ ରାତିରେ ନିଆଳି –  ଫୁଲନଖରା ରାସ୍ତାରେ ତିନି ଜଣ ଯୁବକ ଗୋଟିଏ ବାଇକ ସାହାଯ୍ୟରେ ଯାଉଥିବା ବେଳେ ଏକ ହାଇୱା ଗାଡ଼ି ତାଙ୍କୁ ପଛରୁ ଧକ୍କା ଦେଇ ନିକସ୍ଥ ଏକ ଦୋକାନ ଗୃହ ଉପରେ ଚଢି ଯାଇଥିଲା ।

ମୃତକ ଜଣକ ହେଲେ ନିଆଳି ଥାନା କସର୍ଦା ଅଞ୍ଚଳର ବିଦ୍ୟାଧର ଓଝା ଓରଫ ସିପୁନା।ଖବର ପାଇ ପାହାଳ ଥାନା ପୋଲିସ ଦୁର୍ଘଟଣା ସ୍ଥାନରେ ପହଂଚି ମୃତ ଦେହ ଗୁଡିକୁ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇବା ସହିତ ଦୁର୍ଘଟଣା ଗ୍ରସ୍ତ ଦୁଇଟି ଗାଡିକୁ ଜବତ କରି ତଦନ୍ତ ଚଳାଇଛି । ନିଆଳି ଫୁଲନଖରା ରାସ୍ତାରେ ରାତି ସାରା ବାଲି ବୋଝେଇ ଗାଡ଼ି ଗୁଡିକ ଦ୍ରୁତ ଗତିରେ ଗମନାଗମନ କରୁଥିବାରୁ ରାସ୍ତାଟି ସାଧାରଣ ଲୋକଙ୍କ ପାଇଁ ବଡ ବିପଦପୂର୍ଣ ହୋଉଛି ।

ପୋଲିସ ଓ ପ୍ରଶାସନର ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣା ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବ ବୋଲି ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସୋନ୍ତୋଷ ପ୍ରକାଶ ପାଇଛି । କିଛି ମାସ ଧରି ଏହି ରାସ୍ତାଟିରେ ହାୱାଇ ଯୋଗୁଁ ଦୁର୍ଘଟନା ବୃଦ୍ଧି ପାଇଁ ଏବେ ମରଣ ଯନ୍ତା ପାଲଟିଛି, ଏଥି ପ୍ରତି ପୋଲିସ୍ ବିଭାଗ ଏଵଂ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବୀ କରାଯାଇଅଛି ।

Exit mobile version