ସ୍ୱାଧୀନତା ସଂଗ୍ରାମୀ ବୈକୁଣ୍ଠ ନାଥ ଦାସଙ୍କ ବିୟୋଗରେ ଶୋକ

କାକଟପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଜନନେତା, ଦେଶ ମାତୃକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ସ୍ଵାଧୀନତା ଆନ୍ଦୋଳନରେ ସାମିଲ ହୋଇଥିବା ଗାନ୍ଧିବାଦୀ ନେତା ବୈକୁଣ୍ଠ ନାଥ ଦାସଙ୍କ ବିୟୋଗରେ ସମଗ୍ର ପୁରୀ , ଖୋର୍ଦ୍ଧା , କଟକ ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଵାଧୀନତା ସଂଗ୍ରାମୀ ବୈକୁଣ୍ଠ ନାଥ ଦାସଙ୍କ ମୃତ୍ୟୁ ବେଳକୁ ବୟସ ୧୦୨ ବର୍ଷ ହୋଇଥିଲା। ତାଙ୍କ ଘର ପୁରୀ ଜିଲ୍ଲା ଅନ୍ତର୍ଗତ କାକଟପୁର ବ୍ଲକର ଜଳେଶ୍ବରପଡ଼ା ଗ୍ରାମରେ ।

ମାତା ଦୁଃଖୀ ଦାସ ଏବଂ ପିତା ଯଦୁନାଥ ଦାସଙ୍କର ଏକ ମାତ୍ର ସେ ପୁତ୍ର ଥିଲେ , ସ୍ବର୍ଗତ ବୈକୁଣ୍ଠ ନାଥ ଦାସ, ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ ମସିହାରେ ସ୍ଵଚ୍ଛାଚାରୀ ଇଂରେଜ ସରକାରଙ୍କ ବିରୁଦ୍ଧରେ ଭାରତଛାଡ ଆନ୍ଦୋଳନରେ ସାମିଲ ହେବା ସହ ଗୋପରେ ତଥ୍ୟ ସଂଗ୍ରହ କରିବା, ଓ ପିକେଟିଁଙ୍ଗ କରିବା ଭଳି ଦୁଃସାହସିକ କାର୍ଯ୍ୟ କରିବା ଅବର୍ଣ୍ଣନୀୟ ଅଟେ। ସେ ମହାନ ବିପ୍ଳବୀ ପୂର୍ଣାନନ୍ଦ ସ୍ୱାଇଙ୍କ ପ୍ରେରଣାରେ ବାନର ସେନାରେ ଯୋଗଦାନ କରି ଇଂରାଜୀ ବିରୁଦ୍ଧରେ ଦେଶ ପାଇଁ ଲଢେଇ କରୁଥିଲେ ।

ଆଉ ମଧ୍ୟ ଇଂରେଜ ବିରୁଦ୍ଧରେ ଅସ୍ତରଂଗ ଠାରେ ଲବଣ ସତ୍ୟାଗ୍ରହ ଆନ୍ଦୋଳନରେ ଝାସ ଦେଇଥିଲେ । ଖାଲି ସେତିକି ନୁହେଁ ସେ ଜଣେ ଧର୍ମ ପରାୟଣ, ନ୍ୟାୟବନ୍ତ୍ନ ବ୍ୟକ୍ତି ଭାବେ ପରିଚିତ , ସେ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରି ଦଳିତ, ନିଷ୍ପେସିତ ଲୋକମାନଙ୍କୁ ନ୍ୟାୟ ଦେଉଥିଲେ, ତାଙ୍କର ଦେଶ ସେବା କାର୍ଯ୍ୟ ପାଇଁ ମଧୁସୂଦନ ବରିଷ୍ଠ ନାଗରିକ ମଞ୍ଚ, କଟକ ସ୍ଵରାଜ ଆଶ୍ରମ, ମା କ୍ଷେତ୍ରପାଳ ଯୁବ ପରିଷଦ ସମେତ ବହୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ, ସମ୍ମାନିତ, ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ସଙ୍ଗଠନର ଲୋକମାନେ ଶୋକ ପାଳନ କରିବା ସହ ତାଙ୍କ ଆତ୍ମାରେ ସଦଗତି ନିମନ୍ତେ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ସେ ବାର୍ଦ୍ଧକ୍ୟ ଅସୁସ୍ଥତାରେ ପୀଡିତ ଥିଲେ, ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ତାଙ୍କ ପରିବାର ପକ୍ଷରୁ ଗତ ଫେବୃୟାରୀ ମାସ ୨୬ ତାରିଖ ଗୁରୁବାର ଦିନ ରାତିରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ,। ତାଙ୍କ ବିୟୋଗ ଖବର ଶୁଣି ସ୍ଵାଧୀନତା ସଂଗ୍ରାମୀମାନେ ଦୁଃଖ ପ୍ରକାଶ କରିଛନ୍ତି,। ପୁରୀ ସ୍ବର୍ଗ ଦ୍ବାର ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ପୂତ୍ର ମନୋଜ ଦାସ ମୁଖାଗ୍ନି ଦେଇଥିଲେ । ସେ ଶିକ୍ଷକତା ଛାଡି ଦେଶ ସେବା ଲାଗି ଇଂରାଜୀ ଶାସନ ବିରୁଦ୍ଧରେ ଲଢ଼ୁଥିଲେ । ଆଉ ମଧ୍ୟ ବହୁ ଧର୍ମାନୁଷ୍ଠାନ କାର୍ଯ୍ୟରେ ନିଜକୁ ସମର୍ପିତ କରିଥିଲେ ।

Exit mobile version