ଡ଼ଃ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ, ବ୍ୟାନରକୁ ଚିରିଦେଲେ ଦୁର୍ବୃତ୍ତ, ତୁରନ୍ତ ଗିରଫ ପାଇଁ ଦାବୀ

କଟକ  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭାରତର ସମ୍ବିଧାନ ପ୍ରଣୟତା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଫଟୋ ଲାଗିଥିବା ଏକ ବ୍ୟାନରକୁ କୌଣସି ଦୁର୍ବୃତ୍ତ ଚିରିଦେଇଥିବା ଘଟଣାକୁ ଆମ୍ବେଦକରବାଦି ତଥା ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯିବା ସହ ତୁରନ୍ତ ଦୁର୍ବୃତ୍ତମାନଙ୍କୁ ଗିରଫ କରିବାକୁ ଜଗନ୍ନାଥପୁର ଗ୍ରାମପଞ୍ଚାୟତ ଆମ୍ବେଦକର ଦଳିତ ମହାସଂଘ ବିଚାରମଞ୍ଚ ପକ୍ଷରୁ ପାହାଳ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି ।

ପ୍ରାପ୍ତ ଅଭିଯୋଗରୁ ପ୍ରକାଶ ଯେ ଚଳିତ ବର୍ଷ ୨୦୨୬ ରେ ବାବା ସାହେବ ଆମ୍ବେଦକରଙ୍କୁ ସ୍ଵାଗତ କରିବା ପାଇଁ ଜଗନ୍ନାଥପୂର୍ ଗ୍ରାମପଞ୍ଚାୟତ ଆମ୍ବେଦକର ଦଳିତ ମହାସଂଘ ବିଚାରମଞ୍ଚ ପକ୍ଷରୁ ମହାପୁରୁମାନଙ୍କ ଫଟୋ ସମେତ ଭଗବାନ ବୁଦ୍ଧଦେବ, ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀର ଫଟୋ ଏବଂ ସଂଘର କର୍ମକର୍ତ୍ତାଙ୍କର ଫଟୋ ଲାଗିଥିବା ଏକ ବ୍ୟାନରକୁ କଟକ ସଦର ,ଫୁଲନଖରା ନିକଟ ତଥା ପାହାଳ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଟଙ୍ଗା ଯାଇଥିଲା ।

ମାତ୍ର ଦୁଃଖର ବିଷୟ କୌଣସି ଦୁର୍ବୃତ୍ତ ଏହି ବ୍ୟାନରକୁ ଗତ କାଲି ଭାଙ୍ଗି ଚିରି ଦେଇଛି, ଏହି ବ୍ୟାନର ଚିରାଯିବା ଘଟଣା ଭାରତର ସମ୍ବିଧାନ ପ୍ରଣୟତା ଡଃ ବାବା ସାହେବ ଆମ୍ବେଦକରଙ୍କ ପ୍ରତି ଏହା ଏକ କୋଠାଘାତ ସଦୃଶ୍ୟ ଅପମାନଜନଙ୍କ, ଅସମ୍ମାନ ବିଷୟ ପାଲଟିଛି । ଆମ୍ବେଦକରଙ୍କ ପ୍ରତି ଘଟିଥିବା ଏହି ଅସମ୍ମାନ ଘଟଣାକୁ ନେଇ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି, ପଛୁଆବର୍ଗ, ଅଳ୍ପ ସଂଖ୍ୟକ ମହାସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହିତ ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି ।

ଆମ୍ବେଦକର ସଙ୍ଗଠନର ସଭାପତି ମାୟାଧର ଜେନା, ମହାସଚିବ ସୁକାନ୍ତ କୁମାର ଭୋଇ ,ସମ୍ପାଦକ ସନାତନ ବେହେରା, କୋଷାଧକ୍ଷ ଅଶୋକ କୁମାର ଭୋଇ,ପକ୍ଷରୁ ଏ ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ,ପୋଲିସ ମହାନିର୍ଦ୍ଦେଶକ, ମାନବଅଧିକାର କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି । ଯଦି ଅପରାଧୀଙ୍କୁ ତୁରନ୍ତ ଗିରଫ କରାନଯାଏ, ତେବେ ମହାସଂଘ ପକ୍ଷରୁ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସତର୍କତା କରାଇ ଦିଆଯାଇଛି ।

Exit mobile version