ଇରାନ ଉପରେ ଆମେରିକାର ଆକ୍ରମଣ ବିରୁଦ୍ଧରେ ସିପିଆଇର ବିକ୍ଷୋଭ

କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ବିରୁଦ୍ଧରେ ଓ ଭାରତ ସରକାରଙ୍କ ଆକ୍ରମଣକୁ ନିନ୍ଦା ନକରି ନୀରବ ରହିବାର ପ୍ରତିବାଦରେ ଓ ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ଦାବିରେ ଆଜି କଟକର କଚେରି ଗଡା ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏକ ସାର୍ବଭୌମ ରାଷ୍ଟ୍ର ଉପରେ ହଠାତ୍ ଆକ୍ରମଣ ଏବଂ ଏହାର ରାଷ୍ଟ୍ରମୂଖ୍ୟ ଓ ତାଙ୍କ ପରିବାରକୁ ହତ୍ୟା କରିବା,

ବିଦ୍ୟାଳୟ ଉପରେ ଆକ୍ରମଣକରି ନିରୀହ ଛାତ୍ର ଛାତ୍ରୀ ମାନଙ୍କୁ ହତ୍ୟା କରିବା ସହ ସମଗ୍ର ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବିଭୀଷିକା ସୃଷ୍ଟି କରିଥିବା ଆମେରିକା ଓ ଇସ୍ରାଏଲକୁ ନିନ୍ଦା ନକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାରାନ୍ତରେ ଆକ୍ରମଣର ସମର୍ଥନର ନିନ୍ଦା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କମ୍ୟୁନିଷ୍ଟ ନେତା ଅମରେନ୍ଦୁ ମହାନ୍ତି, ଶ୍ରମିକ ନେତା କିଶୋର ଜେନା,ନଗର ସମ୍ପାଦକ ପ୍ରସନ୍ନ କୁମାର ମହାପାତ୍ର,ଜିଲା ସହ ସମ୍ପାଦକ ଉଦୟ କେଶରୀ ବର୍ମା ନାରୀନେତ୍ରୀ କୃଷ୍ଣ ପ୍ରିୟା ମିଶ୍ର,

ଇପ୍ଟାର ସମ୍ପାଦକ ସୁଶାନ୍ତ ମହାପାତ୍ର,ଇସକଫର ସମ୍ପାଦକ ସଞ୍ଜୟ ପରିଜା, ବ୍ୟାଙ୍କ କର୍ମଚାରୀ ନେତା ବିପିନ ପାଢୀ, ଅଶୋକ ତାହା, କୁଳମଣି ପଣ୍ଡା, ପୂର୍ଣ୍ଣଚନ୍ଦ୍ର ସିଂ, ଭ୍ରମର ସାହୁ, ମିହିର ବିଶ୍ଵାଳ, ତପନ ମିଶ୍ର, ନୈନା ଦେହୁରୀ, ଭାବଗ୍ରାହୀ ଦାସ, ରାଜକିଶୋର ସାହୁ, ପ୍ରଭାତ କୁମାର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ  । ଭାରତ ତଥା ବିଶ୍ୱର ଶାନ୍ତିକାମୀ ଜନସାଧାରଣ ଏହି ଯୁଦ୍ଧର ଅବସାନ ପାଇଁ ଗଣ ଆନ୍ଦୋଳନ ଗଢିତୋଳିବା ପାଇଁ ଅହ୍ୱାନ ଦେଇଥିଲେ ।

Exit mobile version