Home ଓଡ଼ିଶା ରଞ୍ଜନ ସରଙ୍ଗୀ ନବମ ସଂସ୍କରଣରେ ରକ ଷ୍ଟାର ବିଜୟୀ ହୋଇ ଫାଇନାଲରେ ପ୍ରବେଶ by Proprietor Abhimanyu Maharana 5 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସହିଦ ହାବିଲଦାର ରଞ୍ଜନ ସରଙ୍ଗୀ ନାମରେ ନବମ ସଂସ୍କରଣ କ୍ରିକେଟ ଖେଳ ପୁରୀ ପୋଲିସ ଲାଇନ ପଢିଆରେ ଆରକ୍ଷୀ ଅଧକ୍ଷକ ଶ୍ରୀ ପ୍ରତୀକ ସିଂ ଦ୍ୱାରା ଉଦ୍ଘାଟନ ହୋଇଥିଲା । ଏହି ସେମି ଫାଇନାଲ ମ୍ୟାଚରେ କଳିଙ୍ଗ ସ୍ପଟିଙ୍ଗ ବନାମ ରକ ଷ୍ଟାର ମଧ୍ୟରେ ହୋଇଥିଲା । ପ୍ରଥମେ ଟସ୍ ଜିତି ରକଷ୍ଟାର ଅଧୁନାୟକ ସତ୍ୟବାନ ସ୍ୱାଇଁ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । କଳିଙ୍ଗ ସ୍ପୋର୍ଟିଂ ୧୬ ଓଭର ଖେଳରେ ୪ ଗୋଟି ୱକେଟ ହରାଇ ୧୬୮ ରନ କରିଥିଲେ । ଜଗନ୍ନାଥ, ସିଲୁ ଓ ସ୍ମୃତି ୧ ୱକେଟ ନେଇଥିଲେ।ଏହାକୁ ପିଛା କରି ରକ ଷ୍ଟାର ୯ ଓଭର ୩ ଟି ବଲରେ ବିନା ୱିକେଟ ହରାଇ ୧୭୨ ରନ କରି ମ୍ୟାଚ ଜିତିଥିଲେ । ଅଧିନାୟକ ବାପି ୩୫ ବଲରେ ୧୦୨ , ଲିଟୁ ୨୨ ବଳରେ ୬୦ ରନ କରି ବିଜୟୀ ହୋଇଥିଲେ । ଶେଷରେ ବାପି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। ଏହି ପ୍ରତିଯୋଗିତାରେ ପୁରୀ ପୋଲିସର ୧୯୫ ଜଣ ୮ଗୋଟି ଦଳରେ ଭାଗ ହୋଇ ଏହି ଖେଳରେ ଅଂଶ ଗ୍ରହଣ କରିଛନ୍ତି ଏହି ଖେଳକୁ ଅନେକ ଦର୍ଶକ ଭରପୁର ମଜା ନେଇଥିଲେ ଯାହା ଖେଳ ଏକ ତରଫା କରି ରକ ଷ୍ଟାର ବିଜୟୀ ହୋଇଥିଲେ । ଏହା ସହ ଚିତ୍ତରଞ୍ଜନ ମହାନ୍ତି ଆରଆଇ , ପୋଲିସ ସଂଘ ସଭାପତି ସନ୍ତୋଷ ମହାନ୍ତି, ସେକେଟାରୀ ସୂର୍ଯ୍ୟତାପ ଜେନା, କୋଷାଧକ ଦିଲୀପ ଭୋଇ ସହସମ୍ପାଦକ ସତ୍ୟନାରାୟଣ ନାୟକ, ପ୍ରହଲ୍ଲାଦ ଭୋଇ, ରଞ୍ଜନ ପଲେଈ, ତ୍ରିଲୋଚନ ହୋତା ଓ ପ୍ରଶାନ୍ତ ବିଶ୍ଵାଳ, ସୁଧାଂଶୁ ମଙ୍ଗରାଜ, ଅଂଶୁମାନ, ହାପି, ଦିଲ୍ଲୀପ ଛାଟୋଇ, ଜିତୁ ଉପସ୍ଥିତ ରହି ଖେଳକୁ ସୁଚାରୂପେ ପରିଚାଳନା କରିଥିଲେ। ସୂଚନା ଥାଉ କି ରଞ୍ଜନ ସରଙ୍ଗୀ ବ୍ରହ୍ମଗିରିରେ ବୋମା ନିଷ୍କ୍ରିୟ କରିବାକୁ ଯାଇ ବିସ୍ପୋରଣରେ ସହିଦ ହୋଇଥିଲେ। ଏହି ସ୍ମୃତିରେ ପୁରୀ ପୋଲିସ ତାର ୯ ସଂସ୍କରଣ ରଞ୍ଜନ ସରଙ୍ଗୀ ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲା । Categories: ଓଡ଼ିଶା, ପୁରୀ, ହୋମ୍ Related Content ଆକାଶ ପଥରେ କାର୍ଯ୍ୟରତ ବିମାନ ଏବେ ସ୍ଥଳପଥରେ ଜନତାଙ୍କ ରେସ୍ତୋରାଁ by Proprietor Abhimanyu Maharana August 10, 2026 ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା by Proprietor Abhimanyu Maharana August 9, 2026 ତ୍ରିରଙ୍ଗା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ : ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana August 9, 2026 169 ଜନଜାତି ଗୋଷ୍ଠୀ କୁ ST ମାନ୍ୟତା ଦାବୀ ଦୋହରାଇଲେ ନବୀନ ପଟ୍ଟନାୟକ by Proprietor Abhimanyu Maharana August 9, 2026 ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026