Home ଓଡ଼ିଶା ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ by Proprietor Abhimanyu Maharana 5 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀ ଜିଲ୍ଲାର ଚାଷୀମାନଙ୍କୁ ଧାନ ବିକ୍ରି ନେଇ ଚାଲିଥିବା ଶୋଷଣ ଓ ଅଵେବସ୍ଥା ବନ୍ଦ କରିବାକୁ ସିପିଆଇ ପୁରୀଜିଲ୍ଲା କମିଟି ପକ୍ଷରୁ ମାର୍ଚ୍ଚ ୬ତାରିଖରେ ପୁରୀ ଉପଜିଲ୍ଲାପାଳଙ୍କ ନିକଟରେ ଦାବୀ କରାଯାଇଛି। ନାମ ରେଜିଷ୍ଟ୍ରି କରିଥିବା ସମସ୍ତ ଚାଷୀଙ୍କ ସମସ୍ତ ଧାନ କ୍ରୟ କରିବା, ନାମ ରେଜିଷ୍ଟ୍ରି କରିନଥିବା ଚାଷୀ ମାନଙ୍କ ଧାନ କିଣିବାକୁ ତୁରନ୍ତ ପଦକ୍ଷେପ ନେବା, ମଣ୍ଡିରେ କଟଣି ଚଟଣୀ ବନ୍ଦ କରିବା, ଧାନ ବିକ୍ରି ପାଇଁ ଅଖା ପ୍ରଦାନ ପ୍ରଭୃତି ଦାବୀ କରି ସିପିଆଇ ପକ୍ଷରୁ ପୁରୀ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ସିପିଆଇ ପୁରୀ ଜିଲ୍ଲା ସମ୍ପାଦକ କୃଷ୍ଣଚନ୍ଦ୍ର ରାଉତ, କୃଷକ ନେତା ଆଶିଷ କାନୁନଗୋ, ପ୍ରଦୀପ୍ତ ମହାନ୍ତି, ବ୍ରଜବନ୍ଧୁ ପ୍ରଧାନ, ଦେବେନ୍ଦ୍ରନାଥ ସାହୁ, ସୁରେଶ ଚନ୍ଦ୍ର ବିଶ୍ବାଳ, ବନମାଳୀ ସାହୁ, ସୁକାନ୍ତ ମହାନ୍ତି, ପ୍ରକାଶ ଚନ୍ଦ୍ର ବେହେରା, ତରୁଣ ନାୟକ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ। ପୁରୀ ଜିଲ୍ଲାରେ ଧାନ କିଣାରେ ସୁଧାର ନଆସିଲେ ଜିଲ୍ଲା ବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସିପିଆଇ ଜିଲ୍ଲା ସମ୍ପାଦକ କୃଷ୍ଣଚନ୍ଦ୍ର ରାଉତ ଘୋଷଣା କରିଥିଲେ। Categories: ଓଡ଼ିଶା, ପୁରୀ, ହୋମ୍ Related Content ଆକାଶ ପଥରେ କାର୍ଯ୍ୟରତ ବିମାନ ଏବେ ସ୍ଥଳପଥରେ ଜନତାଙ୍କ ରେସ୍ତୋରାଁ by Proprietor Abhimanyu Maharana August 10, 2026 ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା by Proprietor Abhimanyu Maharana August 9, 2026 ତ୍ରିରଙ୍ଗା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ : ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana August 9, 2026 169 ଜନଜାତି ଗୋଷ୍ଠୀ କୁ ST ମାନ୍ୟତା ଦାବୀ ଦୋହରାଇଲେ ନବୀନ ପଟ୍ଟନାୟକ by Proprietor Abhimanyu Maharana August 9, 2026 ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026