ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ପୁରୀ  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଏମ୍.ବି.ଏ. ଏବଂ ଏମ୍.କମ୍. (ଫାଇନାନ୍ସ ଓ କଣ୍ଟ୍ରୋଲ) ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ “ୟୁ ଟି ଆଇ ମିୟୁ ଚୁଆଲ ଫଣ୍ଡ ସହଯୋଗୀତାରେ “ସ୍ୱତନ୍ତ୍ର : ଇଣ୍ଡିଆ ଇନଭେଷ୍ଟ କରୋ ” ଶୀର୍ଷକ ଉପରେ ଏକ ଦିନିକିଆ ନିବେଶକ ସଚେତନତା କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଯାଇଛି |ମହାବିଦ୍ୟାଳୟର ଏମ୍.ବି.ଏ. ବିଭାଗରେ ଆଜି ଶୁକ୍ରବାର ଦିନ ଆୟୋଜିତ ହୋଇଯାଇଛି ।

କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ଦ୍ୱିବେଦୀ କହିଲେ ସାମ୍ପ୍ରତିକ ଆର୍ଥିକ ଅନିଶ୍ଚିତତା ପରିସ୍ଥିତି ମଧ୍ୟରେ ଏଭଳି ଏକ ସଚେତନତା କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀମାଙ୍କ ପାଇଁ କିଭଳି ଉପଯୋଗୀ ସାବ୍ୟସ୍ତ ହୋଇପାରିବ| ଏମ୍.ବି.ଏ. ଓ ଏମ୍.କମ୍.(ଫାଇନାନ୍ସ ଓ କଣ୍ଟ୍ରୋଲ) ବିଭାଗର‌ ସଂଯୋଜକ ଡଃ ମହେନ୍ଦ୍ର କୁମାର ମିଶ୍ର “ସେବି” ର ଉପସ୍ଥିତ ପ୍ରଶିକ୍ଷକଙ୍କୁ ସ୍ୱାଗତ କରିବା ସହିତ, ତାଙ୍କ ପରିଚୟ ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟ ଡଃ ସତ୍ୟ ପ୍ରକାଶ ମିଶ୍ର ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ।

ଏହି କର୍ମଶାଳାର ମୁଖ୍ୟ ତଥା ସେବିର ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକ ଡଃ ଶିବପ୍ରସନ୍ନ ପଟ୍ଟନାୟକ, ବିଭିନ୍ନ ପ୍ରକାର ଆର୍ଥିକ ନିବେଶ ଓ ତତ୍ ସଂଲଗ୍ନ ସତର୍କତା ସମ୍ବନ୍ଧରେ ଏକ ଚମତ୍କାର ଉପସ୍ଥାପନା ପ୍ରସ୍ତୁତ କରିଥିଲେ । ଆର୍ଥିକ କ୍ଷେତ୍ରରେ ଜ୍ଞାନ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ସାମାଜିକ ଓ ବୃତ୍ତିଗତ ଜୀବନରେ କିପରି ସହାୟକ ହୋଇପାରିବ, ସେ ସମ୍ପର୍କରେ ଅବଗତ କରାଇଥିଲେ । ବିଭାଗୀୟ ଅଧ୍ୟାପିକା ସୌମ୍ୟା ମହାନ୍ତି କର୍ମଶାଳାକୁ ସୁଚାରୁରୂପେ ପରିଚାଳନା କରିଥିଲେ । ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀମାନେ ଏପରି ଏକ ଉପଯୋଗୀ କାର୍ଯ୍ୟକ୍ରମ ଆୟୋଜନରେ ଗଭୀର ଆନନ୍ଦ ଓ ଆତ୍ମସନ୍ତୋଷ ପ୍ରକାଶ କରିଥିଲେ ।

Exit mobile version