Home ଅପରାଧ ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର by Proprietor Abhimanyu Maharana 5 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଶୁକ୍ରବାର ସକାଳ ସାଢେ ଏଗାରଟା ବେଳେ 1 ଗାଡିଶାଗଦା ଥାନାର ଏସ୍ଆଇ ଟି. କେ. ମିଶ୍ର ନେତୃତ୍ୱରେ ପ୍ୟାଟ୍ରୋଲିଂ କରୁଥିଲେ | ଏହି ସମୟରେ ଗୁପ୍ତ ସୂଚନା ପାଇଥିଲେ ଯେ କଳାମାଟି ଗ୍ରାମର ରାମ ରଞ୍ଜନ ମହାପାତ୍ର ନାମକ ବ୍ୟକ୍ତି ତାଙ୍କ ଘରେ ବହୁ ପରିମାଣରେ ଗନପାଉଡର ଓ ଫୋଟୋକା ତିଆରି ପାଇଁ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ସଞ୍ଚୟ କରି ରଖିଛି । ଏହି ସୂଚନା ପାଇ ପୋଲିସ ଦଳ ତତ୍କ୍ଷଣାତ୍ ଘଟଣାସ୍ଥଳରେ ଚଡ଼ାଉ କରିଥିଲେ । ଚଡ଼ାଉ ସମୟରେ ଉକ୍ତ ସ୍ଥାନରୁ ମୋଟ ୮୫ କେଜି ଗନପାଉଡର, ୧୭୫ଟି ଘଡ଼ି, ୨୦ଟି ସିଙ୍ଗଲ୍ ସଟ୍ ଓ ୫୦ଟି ନଡ଼ିଆ ବୋମା ଜବତ କରାଯାଇଛି। ପୋଲିସ ସ୍ଥଳରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ରାମ ରଞ୍ଜନ ମହାପାତ୍ର ସ୍ଥାନ ଛାଡ଼ି ପଳାଇ ଯାଇଥିବାରୁ ବର୍ତ୍ତମାନ ସେ ଫେରାର ଅଛନ୍ତି। ଏହି ସମ୍ପର୍କରେ ଗାଡିଶାଗଦା ଥାନା କେସ୍ ନଂ ୪୬/୨୬ ଧାରା ୪/୫ ଏକ୍ସପ୍ଲୋସିଭ ସବଷ୍ଟାନ୍ସ ଆକ୍ଟ ରେ ମାମଲା ରୁଜୁ କରାଯାଇଛି | ପୋଲିସ ତଦନ୍ତ ଜାରି ରହିଛି। ପଳାତକ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଛି । Categories: ଅପରାଧ, ଓଡ଼ିଶା, ପୁରୀ, ହୋମ୍ Related Content ଆକାଶ ପଥରେ କାର୍ଯ୍ୟରତ ବିମାନ ଏବେ ସ୍ଥଳପଥରେ ଜନତାଙ୍କ ରେସ୍ତୋରାଁ by Proprietor Abhimanyu Maharana August 10, 2026 ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା by Proprietor Abhimanyu Maharana August 9, 2026 ତ୍ରିରଙ୍ଗା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ : ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana August 9, 2026 169 ଜନଜାତି ଗୋଷ୍ଠୀ କୁ ST ମାନ୍ୟତା ଦାବୀ ଦୋହରାଇଲେ ନବୀନ ପଟ୍ଟନାୟକ by Proprietor Abhimanyu Maharana August 9, 2026 ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026