Home ଓଡ଼ିଶା ମେଧାବୀ ତଥା ଗରିବ ଛାତ୍ର ଧନଞ୍ଜୟ ବୋନ ମେରୋ ମାରାତ୍ମକ ରୋଗରେ ଆକ୍ରାନ୍ତ, ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କା ସାହାର୍ଯ୍ୟ ନିବେଦନ by Proprietor Abhimanyu Maharana 5 months ago Share on FacebookShare on TwitterWhatsapp ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମେଧାବୀ ଛାତ୍ର ଧନଞ୍ଜୟ ବୋନ ମେରୋ ନାମକ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଛି । ଦିନ ମଜୁରିଆ ତଥା ଦାଦନ ଫେରନ୍ତା ଶ୍ରମିକର ପୁଅ ଧନଞ୍ଜୟର ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ଅଟନ୍ତି । ଏହି ରୋଗର ଚିକିତ୍ସା ପାଇଁ ୪୦ ରୁ ୫୦ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି. ପିତା ମାତାଙ୍କ ସମେତ ଅଞ୍ଚଳବାସୀ ପ୍ରଶାସନ ଓ ସରକାର ଧନଞ୍ଜୟର ଚିକିତ୍ସା ପାଇଁ ସହାୟତାର ହାତ ପ୍ରଦାନ କରନ୍ତୁ ବୋଲି ନିବେଦନ କରିଛନ୍ତି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ମୋହନା ବ୍ଲକ୍ ଚାନ୍ଦିପୁଟ ପଞ୍ଚାୟତ ବାଙ୍କୀଝୁଲା ଗ୍ରାମର କାଶୀନାଥ ନାୟକ ଓ ତମାଳ ନାୟକଙ୍କ ପୁଅ ଧନଞ୍ଜୟ । ବୟସ ମାତ୍ର ଆଠ ବର୍ଷ ,ତୃତୀୟ ଶ୍ରେଣୀରେ ପାଠ ପଡୁଛି । ଆଉ ଜଣେ ମେଧାବୀ ଛାତ୍ର ବାପା ମାଁଙ୍କ ଅନେକ ଓଷା ବ୍ରତ ପରେ ଧନଞ୍ଜୟ ଜନ୍ମ ହୋଇଛି । ବାପା ଜଣେ ଦିନ ମଜୁରୀଆ , ଯାହା ପାରିଶ୍ରମିକ ଆଣେ ସେଥିରେ ପରିବାର ଗୁଜୁରାଣ ମେଣ୍ଟାଇଥାଏ । ଦୁର୍ଗମ ଗାଆଁ ଆଦିବାସୀ ପରିବାର ହୋଇଥିଲେ ମଧ୍ୟ ନିଜ ପୁଅ ପାଇଁ ଅନେକ ସ୍ବପ୍ନ ଦେଖିଥିଲେ । ହେଲେ ସ୍ବପ୍ନ ଦେଖିବା ତାଙ୍କ ପାଇଁ ଭାଗ୍ୟରେ ନାହିଁ। ନିଜ ପୁଅ ର ସ୍ବପ୍ନ ପୂରଣ କରିବା ଲାଗି ଯାଇଥିଲେ ଦାଦନ , ହଟାତ୍ ଖବର ଆସି ପହଞ୍ଚିଲା ପୁଅ ଧନଞ୍ଜୟ ର ଦେହ ଖରାପ । ପ୍ରଥମେ ତାକୁ ରା.ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଶେଷରେ ଏମକେସିଜି ବ୍ରହ୍ମପୁରରେ ପରୀକ୍ଷା ପରେ ଜଣା ପଡିଲା ଧଞ୍ଜୟକୁ ବୋନ ମେରୋ ହୋଇଛି । ଏଠାରେ କିଛିଦିନର ଚିକିତ୍ସା ପରେ ଭୁବନେଶ୍ୱର ଏମ୍ସକୁ ଉଚ୍ଚ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କଲେ ଡାକ୍ତର । ହେଲେ ସେଠାରେ ଡାକ୍ତରଙ୍କ ସୂଚନା ପ୍ରକାରେ ଚାଳିଶରୁ ପଚାଶ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କଲେ ସୁସ୍ଥ ହୋଇପାରିବ ଧନଞ୍ଜୟ । ଏହା ବାପା ଓ ମା ଶୁଣି ପାଦ ତଳୁ ପୃଥିବୀ ଖସି ଯିବା ଭଳି ଏମାନଙ୍କୁ ଲାଗିଚି । ନିରାଶ ହୋଇ ଫେରିଛନ୍ତି ଗାଁକୁ । ଠାକୁରଙ୍କ ଠାରେ କି ଅପରାଧ କରିଥିଲି ? ପିଲାର ଏ ଖେଳକୁଦ ବୟସରେ ଭଗବାନ ଏତେ ବଡ ଦଣ୍ଡ ଦେଲେ । ଏହା ଭାବି ଭାବି ବାପା ମା ପୁଅ ଧନଞ୍ଜୟ ମୁହଁ ପୁଛି ନିଜ କୋହକୁ ଛାତିରେ ଚାପି ରଖୁଛନ୍ତି । ପୁଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା କଲେ ମୋ ପୁଅ ଭଲ ହୋଇ ପାରିବ ବୋଲି ଆକୁଳ ନିବେଦନ କରିଛନ୍ତି ଉଭୟ ଧନଞ୍ଜୟର ବାପା ଓ ମା. ଘଟଣା ନେଇ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଧନଞ୍ଜୟର ଚିକିତ୍ସା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି ଜଣାଇଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ by Proprietor Abhimanyu Maharana August 3, 2026 ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ by Proprietor Abhimanyu Maharana August 3, 2026 ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ by Proprietor Abhimanyu Maharana August 3, 2026 ଜ୍ଞାନ ବିଜ୍ଞାନ ମେଳା by Proprietor Abhimanyu Maharana August 3, 2026 ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ by Proprietor Abhimanyu Maharana August 3, 2026 TANISHQ INTRODUCES DIAMOND EXPERTISE CENTRE ACROSS THREE STORES IN ODISHA, REDEFINING TRANSPARENCY IN DIAMOND BUYING by Proprietor Abhimanyu Maharana August 3, 2026