Home ଓଡ଼ିଶା ବିଜୁ ବାବୁଙ୍କ ନାହିଁ ବିକଳ୍ପ – ବେଗୁନିଆରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ବେଗୁନିଆ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜ୍ୟର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଓ ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରଦୀପ କୁମାର ସାହୁ ନେତୃତ୍ୱରେ ଗୁରୁବାରଦିନ ବେଗୁନିଆସ୍ଥିତ ବିଜୁ ପଟ୍ଟନାୟକ ପାର୍କ ପରିସରରେ ମହାନ ଜନନାୟକ ପ୍ରବାଦ ପୁରୁଷ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଅଛି ! ଏହି ଅବସରରେ ବିଜେଡି ଦଳ ପକ୍ଷରୁ ପାର୍କ ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକ୍ରମ ବୋଲଗଡ଼ ବ୍ଲକ ବିଜେଡି ସଭାପତି ବାନାମ୍ବର ମାଝିଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ଓଡିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ ଥିଲେ ଓଡିଆଙ୍କ ଗର୍ବ ଏବଂ ଗୌରବ । ନୂଆ ଓଡ଼ିଶା ଗଠନ କରିବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା ସାହସୀ ଓ ନିର୍ଭିକ ବ୍ୟକ୍ତିତ୍ୱ ଭାବେ ପ୍ରତିଟି ଓଡ଼ିଆଙ୍କ ମନରେ ସେ ରହିଛନ୍ତି । ବିଜୁ ବାବୁଙ୍କୁ କେହି ଚାହିଁଲେ ବି ଓଡିଶା ବାସୀଙ୍କ ମନରୁ ଲିଭାଇପାରିବ ନାହିଁ ।ସେହିପରି ନବ ଉତ୍କଳର ଅନ୍ୟତମ ପୁରୋଧା ଥିଲେ ! ଓଡିଆ ଜାତିର ସ୍ୱାଭିମାନର ପ୍ରତୀକ ଏକାଧାରରେ ସେ ଜଣେ ସ୍ୱାଧିନତା ସଂଗ୍ରାମୀ, ଦୁଃସାହସିକ ରାଜନିତିଜ୍ଞ, ଦୁର୍ଦ୍ଦଶ ପାଇଲଟ, ଯୁଗସ୍ରଷ୍ଟା ଓ ଦୂରଦ୍ରଷ୍ଟା ରାଜନେତା ଥିଲେ ବୋଲି ବିଧାୟକ ପ୍ରଦୀପ କୁମାର ସାହୁ କର୍ମୀମାନଙ୍କୁ ସୂଚନା ଦେଇଥିଲେ ! ମାଟିର ବରପୁତ୍ର ତଥା ଝଡ଼ର ଇଗଲ ବିଜୁବାବୁଙ୍କର ଅଭିନବ ଉଦ୍ୟମ, ସାହସ ଏବଂ କ୍ରାନ୍ତିକାରୀ ପଦକ୍ଷେପ ଯୋଗୁଁ ସେ ସମସ୍ତଙ୍କ ମନର ମହାନାୟକ । ତାଙ୍କ ବ୍ୟକ୍ତିତ୍ୱ ଓଡିଶାବାସୀଙ୍କୁ ସବୁବେଳେ ଉଦବୁଦ୍ଧ କରିଆସିଛି, ପ୍ରେରଣା ଯୋଗାଇ ଆସିଛି । ଯାହାକୁ କେହି ବି ଆସିଲେ ଲିଭାଇପାରିବ ନାହିଁ, ଏଥିସହିତ ତାଙ୍କ ଉଦ୍ୟମରେ ପାରାଦୀପ ବନ୍ଦର, ହାଲ, ରାଉଲକେଲା ଇସ୍ପାତ କାରାଖାନା, ରିଜିଓନାଲ କଲେଜ ଆଦି ପ୍ରତିଷ୍ଠା ହୋଇଥିଲାଲି ମତ ଦେବା ସହ ସେ ଇଣ୍ଡୋନେସିଆର ଭୂମିପୁତ୍ର ଉପାଧି ପାଇଥିଲେ ବୋଲି ବେଗୁନିଆ ବ୍ଲକର ବରିଷ୍ଠ ବିଜେଡି ନେତା ଭଗବାନ ପଣ୍ଡା ବକ୍ତବ୍ୟରେ କହିଥିଲେ । ବିଜୁ ବାବୁ ତ୍ରିସ୍ତରୀୟ ପଂଚାୟତି ରାଜ ବ୍ୟବସ୍ଥାକୁ ଆରମ୍ଭ କରିଥିଲେ । ମାର୍ଚ୍ଚ ୫ କୁ ବିଜୁ ବାବୁଙ୍କ ଜନ୍ମ ଦିବସ ତଥା ପଂଚାୟତ ରାଜ ଦିବସ ଭାବେ ସାରା ରାଜ୍ୟରେ ପାଳନ ହୋଇ ଆସୁଥିଲା । ମାତ୍ର ଡବଲ ଇଞ୍ଜିନ ସରକାର ଆସିଲା ଦିନ ଠାରୁ ଆଜିର ଦିବସକୁ ପଂଚାୟତ ରାଜ ଦିବସ ଭାବେ ପାଳନ କରୁ ନଥିବାରୁ ଏଥି ନିମନ୍ତେ ଜିଲ୍ଲାପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ କ୍ଷୋଭ ପ୍ରକାଶ କରିଥିଲେ । ସ୍ୱାଧୀନତା ପରେ ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସ୍ୱପ୍ନ ଦେଖିଥିବା ନେତା ଥିଲେ ବିଜୁ ପଟ୍ଟନାୟକ । ୧୯୬୧ରେ ମାତ୍ର ୪୫ ବର୍ଷ ବୟସରେ ବିଜୁ ପଟ୍ଟନାୟକ ହୋଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଆଉ ଆଧୁନିକ ଓଡ଼ିଶା ନିର୍ମାଣର ନିଅଁ ପଡ଼ିଥିଲା ତାଙ୍କରି ହାତରେ । ଓଡ଼ିଶାରେ ମୁଣ୍ଡ ଟେକିଥିଲା ବହୁ ଶିଳ୍ପ, କଳ କାରଖାନା । ଗାଁର ବିକାଶ ସହ ଘରେ ଘରେ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ମହିଳା ସଶକ୍ତୀକରଣ ପାଇଁ ତାଙ୍କର ସ୍ୱପ୍ନ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ସମ୍ଭବ ହୋଇଥିବା ବୋଲଗଡ଼ ବ୍ଲକ ବିଜେଡି ସଭାପତି ବାନାମ୍ବର ମାଝୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ବେଗୁନିଆ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି , ଜିଲ୍ଲାପରିଷଦ ସଦସ୍ୟା ତନୁଜା ପାଟ୍ଟଶାଣୀ , ପ୍ରକାଶ କୁମାର ସାହୁ , ଜଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ , ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ତଥା ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ବୋଲଗଡ଼ ବ୍ଲକ ଉପାଧ୍ୟାକ ରମେଶ ଚନ୍ଦ୍ର ସାହୁ,ବେଗୁନିଆ ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ ବେହେରା, ଜିଲ୍ଲାପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ, ବେଗୁନିଆ ବ୍ଲକ ଉପାଧ୍ୟାକ୍ଷ ଙ୍କ ପ୍ରତିନିଧି ସୁଶାନ୍ତ ମହାପାତ୍ର,ବେଗୁନିଆ ସରପଞ୍ଚ ସତ୍ୟନାରାୟଣ ପ୍ରଧାନ, ପଙ୍ଗlରସିଂହ ସରପଞ୍ଚ ଲାବଣ୍ୟ ଜୟସିଂହ, ଓ ବୋଲଗଡ଼ ବ୍ଲକ ମାଣିବନ୍ଧ ସରପଞ୍ଚ.ସୁନନ୍ଦା ବରାଳ, ପିଚୁକୁଳି ପଞ୍ଚାୟତ ସରପଞ୍ଚ1 ଜୟନ୍ତୀ ପ୍ରଧାନ ଓ ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀର ବହୁ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ /ସଭ୍ୟା ଶତାଧିକ କର୍ମୀ ଏବଂ ବିଜୁପ୍ରେମୀମାନେ ଯୋଗଦେଇଥିଲେ ! ପରିଶେଷରେ ବେଗୁନିଆ ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ! Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026