Home ଓଡ଼ିଶା ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କଳିଙ୍ଗର ବରପୁତ୍ର, କୋଟି ଓଡିଆଙ୍କ ମଉଡ ମଣି, ଭୂମିପୁତ୍ର,ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଗୁରୁବାର ହିଞ୍ଜିଳି ଓ ଶେରଗଡ଼ ବିଜେଡି ପକ୍ଷରୁ ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଛି । ନଗର ବିଜେଡି ସଭାପତି ହୃଦୟାନନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ସହସ୍ରାଧିକ ଦଳୀୟ କର୍ମୀ ମିନି ଷ୍ଟାଡିୟମ ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ। ବିଜୁ ପଟ୍ଟନାୟକ ଛକ ସ୍ଥିତ ସ୍ବର୍ଗତ ବିଜୁ ବାବୁଙ୍କ ପୂର୍ଣ୍ଣାବୟବ ପ୍ରତିକୃତିରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସେଠାରେ ଆୟୋଜିତ ପଥପ୍ରାନ୍ତ ସଭାରେ ବରିଷ୍ଠ ଉପଦେଷ୍ଟା ସୁରେନ୍ଦ୍ର ନାଥ ପ୍ରଧାନ ବିଜୁ ବାବୁଙ୍କ ଦେଶ ଓ ବିଦେଶରେ ତାଙ୍କ ଦୁଃସାହାସିକ ପଦକ୍ଷେପ, ନୂତନ ଓଡ଼ିଶା ନିର୍ମାଣରେ ଭୂମିକା, ମହିଳାଙ୍କୁ ୩୩% ରାଜନୈତିକ ଅଧିକାର ଓ ତାଙ୍କ ପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ବର୍ଷ ଧରି ଓଡ଼ିଶାକୁ ବିକାଶର ଶୀର୍ଷ ସ୍ତରକୁ ନେଇ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ ଗତ ୨ ବର୍ଷ ମଧ୍ୟରେ ବିଜେପି ସରକାର ଓଡ଼ିଶାକୁ ଋଣ ଯନ୍ତାରେ ବୁଡାଇ ପୁଣି ଏକ ପଛୁଆ ରାଜ୍ୟରେ ପରିଣତ କରିଥିବା କହିଥିଲେ। ଏହି ଅବସରରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ପୁଣି ଥରେ ବିଜେଡ଼ି ଦଖଲ କରିବା ପାଇଁ ଉପସ୍ଥିତ ନେତା ଓ କର୍ମୀ ସମୁହ ସଂକଳ୍ପ କରିଥିଲେ। ଶେରଗଡ଼ ବ୍ଲକ ସଭାପତି ଶରତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବିରୋଧି ଦଳ ନେତାଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ପୈାରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ପୌର ପ୍ରତିନିଧି ପ୍ୟାରୀ ମୋହନ ପାଢ଼ୀ,ଶେରଗଡ଼ ବ୍ଲକ ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଶେରଗଡ଼ ପ୍ରତିନିଧି ଦିଗାମ୍ବର ନାହାକ, ଦୁର୍ଗା ବିଷୋୟୀ, ବରୁଣ ପୋଲେଇ, ସରୋଜ ପାତ୍ର, ବାସୁଦେବ ସ୍ଵାଇଁ,ଯୁବ ବିଜେଡି ସଭାପତି ମନୋଜ କୁମାର ସାବତ, ବ୍ଲକ ସଭାପତି, ବ୍ଲକ ପ୍ରତିନିଧି, ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ବି.ରାମଚନ୍ଦ୍ର, ପ୍ରଦୀପ କୁମାର ପଣ୍ଡା, ଛାତ୍ର ବିଜେଡି ସଭାପତି ଅନିଳ ସ୍ବାଇଁ, ଯୁଧିଷ୍ଠିର ସ୍ବାଇଁ, କାଉନସିଲର ବିଭୁ ପ୍ରସାଦ ପଣ୍ଡା, ବସନ୍ତ ବେହେରା, ରାମହରି ଶର୍ମା, ସୁଧାଂଶୁ ସାହୁ, ରଶ୍ମିତା ବେହେରା,ଏ.ସୁଶୀଳା ପାତ୍ର, ବିଷ୍ଣୁ ପ୍ରିୟା ସାହୁ,ଜିତେନ୍ଦ୍ର ଗୌଡ,ସନ୍ତୋଷ ମହାରଣାଙ୍କ ସମେତ ଜନ ପ୍ରତିନିଧି ଓ ବିଜୁ ପ୍ରେମୀ ଯୋଗ ଦେଇଥିଲେ Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content କନ୍ଧ ନୟାଗଡ଼ ରେ ରାଧାକୃଷ୍ଣ ସେବା ସଂସ୍ଥା ଆନୁକୂଲ୍ୟରେ ଷୋଡଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ by Proprietor Abhimanyu Maharana September 6, 2026 ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ସମାରୋହ by Proprietor Abhimanyu Maharana September 6, 2026 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କୋଟି କୋଟି ଟଙ୍କା ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ by Proprietor Abhimanyu Maharana September 6, 2026 ଗଜପତିଜିଲ୍ଲା ଶିକ୍ଷାଧିକାରୀ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ନୂଆଦିଲ୍ଲୀ ଠାରେ ସମ୍ମାନିତ by Proprietor Abhimanyu Maharana September 6, 2026 ପାରମ୍ପରିକ କଳା ଓ କାରିଗରଙ୍କ ସମ୍ମାନ ପାଇଁ ‘ସଂପର୍କ’ ଓ ପାରମ୍ପରିକ ହସ୍ତଶିଳ୍ପ ଗୁରୁକୁଳର ପ୍ରୟାସ by Proprietor Abhimanyu Maharana September 6, 2026 ୧ କ୍ୟୁଣ୍ଟାଲ ୮୩ କେଜି ଗଞ୍ଜେଇ ଜବତ, ୨ଅଟକ by Proprietor Abhimanyu Maharana September 6, 2026