Home ଓଡ଼ିଶା ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସ୍କୁଲ ତୋଟାର’ ଅନୁଷ୍ଠିତ ମେଳଣ ଏକ ନିଆରା ପରମ୍ପରା ଏଟେ , ବାଲିପାଟଣା ଅଞ୍ଚଳରେ ପବିତ୍ର ପଞ୍ଚୁ ଦୋଳ ଉତ୍ସବ ମହା ଆଡ଼ମ୍ବରରେ ପାଳନ ହେଉଛି |ଏହି ଦୋଳ ପୂର୍ଣମୀ ଓ ହୋଲି ପର୍ବ ଅଵସରରେ ପୁରପଲ୍ଲୀ ଉତ୍ସବ ମୁଖର ହୋଇ ଉଠିଛି | ସୁସଜ୍ଜିତ ବିମାନରେ ଠାକୁରଙ୍କ ଚଳନ୍ତି ପ୍ରତିମା ଘର ଘର ବୁଲି ଭୋଗ ଖାଉଛନ୍ତି | ଚାଚେରୀ ଭୋଗ ଖିଆ ପରେ ଦୋଳ ପୂର୍ଣ୍ଣିମାରେ ମେଣ୍ଢା କୁଡ଼ିଆ ପୋଡା ହୋଇଥିଲା | ଚନ୍ଦ୍ର ଗ୍ରହଣ ମୋକ୍ଷ ପରେ ରାତିରେ ଦୋଳ ବେଦୀରେ ଝୁଲଣ ଓ ପାଞ୍ଜି ପଢା ଵିଧି ପାଳନ ହୋଇଛି | ବିଭିନ୍ନ ସ୍ଥାନରେ ପଞ୍ଚୁ ଦୋଳ ମେଳଣ ପ୍ରଥା ପରମ୍ପରାରେ ଵିଧି ମୁତାବକ ପାଳନ ଉତ୍ସବ ଦ୍ଦେଖିବାକୁ ମିଳିଛି | ,ବାଲିପାଟଣା ବ୍ଲକର ସର୍ବ ପୁରାତନ ପମ୍ପାଲୋ ପଞ୍ଚାୟତ ଚଣାହଟ୍ଟା ସ୍ଥିତ ଜନ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ‘ ସ୍କୁଲ ତୋଟା ‘ ମେଳଣ ଏକ ନିଆରା ପ୍ରଥା ଅଦ୍ୟାବଧି ପାଳନ ହୋଇ ଆସୁଛି | ସରାଟ ମୌଜାର ଆରାଧ୍ୟ୍ୟ ବାବା ନୀଳକଣ୍ଠେଶ୍ଵର ମହାଦେବ ଓ ଗୋପୀନାଥ ଦେବ ମେଳଣର ଥାନପତି ଭାବେ ରହିଥିଲାବେଳେ ଅନ୍ୟମାନଙ୍କ ମଧ୍ୟରେ ଅଠାନ୍ତର ରାଧା ଗୋବିନ୍ଦ ଦେବ , କୁଳନ୍ତିରା ବାଗିଲୋ ଗୋପୀନାଥ ଦେବ , କୁଳନ୍ତିରା ଗ୍ରାମ ରାଧାକାନ୍ତ ଦେବ , ଚଣାହଟ୍ଟା ରାଧା ଗୋବିନ୍ଦ ଦେବ , କୁଳନ୍ତିରା ଶାସନ ଗୋପୀନାଥ ଦେବଙ୍କ ଚଳନ୍ତି ପ୍ରତିମା ଗୁଡିକ ସୁସଜ୍ଜିତ ବିମାନରେ ବିଜେ ହୋଇ ମେଳଣକୁ ଆସନ୍ତି | ତତ୍କାଳୀନ ଜମିଦାର ପ୍ରଥାରୁ ସ୍କୁଲ ତୋଟା ମେଳଣ ପାଳନ ହୋଇ ଆସୁଅଛି , ଫାଲଗୁନ ମାସ ଶୁକ୍ଲପକ୍ଷ ଦ୍ୱାଦଶୀରେ ପ୍ରସିଦ୍ଧ ଦୋପଟି ମେଳଣ ଅନୁଷ୍ଠିତ ହୋଇଥିଲା | ଚତୁର୍ଦଶୀରେ ଚଣାହଟ୍ଟା ପଟ୍ଟନାୟକ ସାହିର ଦାଣ୍ଡ ମେଳଣ , ହାଟ ମେଳଣ ଏବଂ ଗୁରୁବାର ଦହି କଡ଼ି ମେଳଣ ଅନୁଷ୍ଠିତ ହୋଇଯାଇଛି | ଏହି ମେଳଣ ଉତ୍ସଵରେ ଠାକୁରଙ୍କୁ ଲୋକମାନେ ଦର୍ଶନ କରିବା ସହ ଗଢିଉଠିଥିବା ବିଭିନ୍ନ ଦୋକାନ ବଜାରରୁ ଜିନିଷ ପତ୍ର କିଣି ଘରକୁ ଆଣିଥିଲେ । ଏହି ବ୍ଲକ ଅନ୍ତର୍ଗତ, କୁଦପାଟଣାର ମା,ବାରଭୂଜା, ଆମଣାକୁଦର ଆମଣେଇ ଠାକୁରାଣୀ,ଗୋକର୍ନେଶ୍ଵର,କପିଳେଶ୍ୱର, ଶୋଭନେଶ୍ୱର ଆଦି ଠାକୁରଙ୍କ ଚଳନ୍ତି ପ୍ରତିମା ଏକ ସୁସଜ୍ଜିତ ବିମାନରେ ଆସି ଗ୍ରାମେ ଗ୍ରାମେ ବୁଲି ଭୋଗ ଖାଇଥିଲେ । ଏହି ସବୁ ଗାଆଁଟିରେ ଠାକୁର ବିମାନ ଘଣ୍ଟି ଘଣ୍ଟା ଶବ୍ଦ ସହ ଗୀତ ଗାଇ ନାଚି ନାଚି ବେହେରା ସେବକମାନେ ଯାଉଥିଲାବେଳେ ଗାଁ ଗୁଡିକ ଆନନ୍ଦରେ ଉତ୍ସବମୁଖର ହୋଇଉଠେ । ଏହି ଦୋଳ ଉତ୍ସବର ପରମ୍ପରା ଗାଁ କୁ ହସାଇ ଥାଏ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026