Home ଓଡ଼ିଶା “କଳାକ୍ଷେତ୍ର”ର ରାଜ୍ୟମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଜିଲ୍ଲାରେ “କଳାକ୍ଷେତ୍ର ଗାଁ” ପ୍ରତିଷ୍ଠା ଲାଗି ପ୍ରସ୍ତାବିତ କାର୍ଯ୍ୟକ୍ରମ by Proprietor Abhimanyu Maharana 4 months ago Share on FacebookShare on TwitterWhatsapp ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭୁବନେଶ୍ବର ଉତ୍ତରା ଛକ ନିକଟ ଗାନ୍ଧୀ ନଗର, ଜଗନ୍ନାଥ ବିହାର ସ୍ଥିତ “କଳାକ୍ଷେତ୍ର”ଅନୁଷ୍ଠାନର ମୂଖ୍ୟ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ” କଳାକ୍ଷେତ୍ର ଗାଁ “ପ୍ରତିଷ୍ଠା କରିବା ଲାଗି ପ୍ରସ୍ତାବମାନ ଆଗତ କରାଯିବା ସହ ଏହାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅନୁଷ୍ଠାନର ଏହି ମହତ କାର୍ଯ୍ୟକୁ ବିଭିନ୍ନ କଳାକାର ସଙ୍ଗଠନ ପକ୍ଷରୁ ସ୍ଵାଗତ କରାଯାଇଛି । କଟକ ଜିଲ୍ଲାର ବିଭିନ୍ନ ଆଭିମୁଖିକରଣ ପ୍ରସ୍ତାବମାନ କଳାକ୍ଷେତ୍ରର ସଂପାଦକ ବାସୁଦେବ ମାଲବିଶୋଇଙ୍କ ଅଧ୍ୟକ୍ଷତାରେ ଉପସ୍ଥାପିତ ପ୍ରସ୍ତାବମାନ ଆଗତ କରାଯାଇଛି । ଏଥିରେ କଟକ , ଖୋର୍ଦ୍ଧା, ଓ କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ବିଶିଷ୍ଟ କର୍ମକର୍ତ୍ତା ଯୋଗ ଦେଇ କଳାକ୍ଷେତ୍ର ଅନୁଷ୍ଠାନର ବିଭିନ୍ନ ଲକ୍ଷ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ । ପ୍ରତ୍ୟେକ ଜିଲ୍ଲାର କଳାକ୍ଷେତ୍ର ଗ୍ରାମରେ ଓଡିଆ ନବବର୍ଷରେ ଦୁଇଦିନ ଧରି କଳା ପରିବେଷଣ କାର୍ଯ୍ୟକ୍ରମ ପାଳନ କରାଯିବ, କଳାକ୍ଷେତ୍ରର ରାଜ୍ୟ କାର୍ଯ୍ୟାଳୟରେ ପାଲା ଓ ସଂକ୍ରିତନ ପାଇଁ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ ରହିବା ସହ ଚଳିତ ମାର୍ଚ୍ଚ ମାସରେ କଟକ ଜିଲ୍ଲାରେ ଜିଲ୍ଲା କଳାକ୍ଷେତ୍ର ମହୋତ୍ସବ ତଥା ଲୋକକଳାଦଳ ମାନଙ୍କର ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ଆୟୋଜିତ ହେବ, ଆଉ ମଧ୍ୟ କଟକ ଜିଲ୍ଲାରେ ” ଗାଁ ମୋ ମାଆ ” କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ବୋଲି କଳାକ୍ଷେତ୍ର ଅନୁଷ୍ଠାନର ଏହା ଏକ ନିଜର ପରିକଳ୍ପନା ଅଟେ । ଓଡିଶାର କଳା, ସଂସ୍କୃତି, ପରମ୍ପରା ଓ ଭାଇଚାରାକୁ ସୁଦୃଢ଼ କରିବା, ଗାଁ ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ଓ କଳା ସଂସ୍କୃତି ସହିତ ବିକାଶକୁ ଯୋଡିବା, ଗାଁ ର ବିକାଶରେ ସମସ୍ତେ ସାମିଲ ହେବା ଆଦି ବିଭିନ୍ନ କାର୍ଯ୍ୟକ୍ରମ ରହିଛି ବୋଲି କଳାକ୍ଷେତ୍ର ଅନୁଷ୍ଠାନର ସଂପାଦକ ଶ୍ରୀ ବାସୁଦେବ ମାଲବିଶୋଇ ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବନ୍ଦେ ଉତ୍କଳ ମହାସଂଘର ସଭାପତି ବିଜୟ କୁମାର ମିଶ୍ର, ସଂପାଦକ ବିନୋଦ କୁମାର ଭୋଇ, ଜିଲ୍ଲା ସଙ୍ଗଠନ ସଂପାଦକ ଦେବାଶିଷ ମହାନ୍ତି, ସଂସ୍କୃତି ସଂପାଦକ ବଇଁଶୀଧର ମହାପାତ୍ର, ସଂଘର କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ବେଉରା, ପୂର୍ବାଞ୍ଚଳ ମୁଖ୍ୟ ଅଭିମନ୍ୟୁ ବେହେରା ପ୍ରମୁଖ ଯୋଗ ଦେଇ ରାଜ୍ୟରେ କୋଣ ଅନୁକୋଣରେ ଥିବା ଅବହେଳିତ,ଦୁଃସ୍ତ କଳାକାରମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ,। ଏହାକୁ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି କରାଯାଇଛି । ରାଜ୍ୟରେ ଲକ୍ଷ ଲକ୍ଷ ବିଭିନ୍ନ ଲୋକକଳାକାର ମାନେ କଳା ପରିବେଷଣ କରି ଆସୁଥିଲେ ମଧ୍ୟ ସେମାନଙ୍କ କଲ୍ୟାଣ ପାଇଁ ସରକାର ଦୃଷ୍ଟି ଦେଉ ନାହାଁନ୍ତି, କଳାକାରମାନେ ଦୁଃଖ ଦୟନୀୟ ଭାବେ କାଳାତିପାତ କରୁଛନ୍ତି। ସେମାନଙ୍କ ଦୁଃଖରେ ସାମିଲ ହୋଇ ଏହି “କଳାକ୍ଷେତ୍ର” ଅନୁଷ୍ଠାନ ସହାୟତା ଯୋଗାଇ ଦେବା ଲାଗି ଏବେ ନୂତନ ଭାବେ ଗଢି ଉଠିଛି । କଳାକାରମାନଙ୍କର କିପରି ଉନ୍ନତି ଘଟିବ ଏବଂ କିପରି ସମଗ୍ର ବିଶ୍ବରେ କଳାର ବିକାଶ ଘଟିବ ସେ ସଂମ୍ପର୍କରେ ଅନୁଷ୍ଠାନ ପକ୍ଷରୁ କୋଣାର୍କ ଠାରେ ଏକ କଳାମଣ୍ଡପ ନିର୍ମାଣ କରାଯାଇ କଳାକାର ମାନେ ସେମାନଙ୍କର କଳା ପ୍ରଦର୍ଶନ କରିବେ ଏଵଂ କିଛି ଆର୍ଥିକ ସହାୟତା ପାଇପାରିବେ ବୋଲି କଳାକ୍ଷେତ୍ର ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଖାଲି ସେତିକି ନୁହେଁ କଳାକାର ମାନଙ୍କର ବିଭିନ୍ନ ସୁରକ୍ଷା, ସହଯୋଗ ପାଇଁ ମଧ୍ୟ ସଙ୍ଗଠନ ସମସ୍ତ ପ୍ରକାର ବ୍ୟବସ୍ଥା କରିବାର ଯୋଜନା ରଖିଛି । ଏହି କଳାକ୍ଷେତ୍ର ସଂଗଠନର ଏପରି ମହତ୍ ଉଦ୍ଦେଶ୍ୟର ଆଭିମୁଖ୍ୟକୁ କଳାକାର ମାନଙ୍କ ପକ୍ଷରୁ ସ୍ଵାଗତ କରାଯାଇଛି । Categories: ଓଡ଼ିଶା, କଟକ, ହୋମ୍ Related Content Malabar Gold & Diamonds Unveils 'Nuwa', a Natural Diamond Collection Inspired by Nature's Finest Creations by Proprietor Abhimanyu Maharana June 20, 2026 ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ by Proprietor Abhimanyu Maharana June 20, 2026 ବରାହ ସାମଲଙ୍କର ୮୦ତମ ଜନ୍ମଜୟନ୍ତୀ ପାଳନ by Proprietor Abhimanyu Maharana June 20, 2026 Pattamundai celebrates 80th Birthday of Baraha Samal by Proprietor Abhimanyu Maharana June 19, 2026 ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ by Proprietor Abhimanyu Maharana June 19, 2026 ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ by Proprietor Abhimanyu Maharana June 19, 2026