Home ଓଡ଼ିଶା ନିଆଳି ମହାବିଦ୍ୟାଳୟରେ ପ୍ରାଣୀବିଜ୍ଞାନ ବିଭାଗର ବାର୍ଷିକ ସେମିନାର ଅନୁଷ୍ଠିତ by Proprietor Abhimanyu Maharana 5 months ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ ଆଇକ୍ୟୁଏସି ଙ୍କ ସହଯୋଗରେ ୨୦୨୫–୨୬ ଶିକ୍ଷାବର୍ଷର ବାର୍ଷିକ ସେମିନାର ସ୍ମାର୍ଟ କ୍ଲାସ୍ ରୁମ୍ରେ ଅନୁଷ୍ଠିତ ହୋଇଯାଇଛି । ଏହି ପାଠଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ ରେ ଥିବା ବିଭୁ ପ୍ରସାଦ ବିଶ୍ଵାଳ ଉଦ୍ଘାଟନ କରିବା ସହ ଅଧ୍ୟକ୍ଷତା କରିଥିଲେ। ପ୍ରଧାନ ବକ୍ତା ଭାବେ ମାହାଙ୍ଗା ପୁଷ୍ପଗିରି ମହାବିଦ୍ୟାଳୟର , ଏରକଣାର ପ୍ରାଣୀବିଜ୍ଞାନ ବିଭାଗ ମୁଖ୍ୟ ଡକ୍ଟର ଅଶୋକ କୁମାର ଖଟୁଆ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଷୟ ଭିତ୍ତିକ ଗଭୀର ଆଲୋଚନା ମାଧ୍ୟମରେ ଶିକ୍ଷାଦାନ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ପ୍ରାଣୀବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡ଼ଃ ସତ୍ୟନାରାୟଣ ସାହୁ ଅତିଥିଙ୍କ ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ଅଧ୍ୟାପିକା ପ୍ରିୟଦର୍ଶିନୀ ଲେଙ୍କା ବିଷୟବସ୍ତୁ ଉପରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଉକ୍ତ ପାଠଚକ୍ର ରେ ଛାତ୍ରୀ ସୁସ୍ମିତା ପ୍ରଧାନ, ସୋନାଲି ସାହୁ ଓ ଦୀପା ନାୟକ ତାଙ୍କର ଗବେଷଣାମୂଳକ ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିଥିଲେ । ପରେ ପ୍ରଧାନ ବକ୍ତାଙ୍କ ଉଦ୍ବୋଧନ ଓ ଆଲୋଚନାଚକ୍ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନମୂଳକ ଚେତନା ସୃଷ୍ଟି କରିଥିଲା । ଉକ୍ତ ସେମିନାରଟିର ସଫଳ କ୍ଷେତ୍ରରେ ଇନ୍ଚାର୍ଜଙ୍କ ଭୂମିକା ସ୍ୱାଗତଯୋଗ୍ୟ ଥିଲା ବୋଲି ଡ ସାହୁ ମତ ପ୍ରକାଶ କରିଥିଲେ। ପାଠଚକ୍ରରେ ଭାଗ ନେଇଥିବା ସମସ୍ତ ଛାତ୍ର/ଛାତ୍ରୀ ମାନଙ୍କୁ ସମ୍ମାନିତ କରା ଯାଇଥିଲା । ଶେଷରେ ଅଧିକାରୀ ଦେବଦତ୍ତ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ସେମିନାରରେ ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳତା କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଆକାଶ ପଥରେ କାର୍ଯ୍ୟରତ ବିମାନ ଏବେ ସ୍ଥଳପଥରେ ଜନତାଙ୍କ ରେସ୍ତୋରାଁ by Proprietor Abhimanyu Maharana August 10, 2026 ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା by Proprietor Abhimanyu Maharana August 9, 2026 ତ୍ରିରଙ୍ଗା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ : ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana August 9, 2026 169 ଜନଜାତି ଗୋଷ୍ଠୀ କୁ ST ମାନ୍ୟତା ଦାବୀ ଦୋହରାଇଲେ ନବୀନ ପଟ୍ଟନାୟକ by Proprietor Abhimanyu Maharana August 9, 2026 ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026