ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ କଳା ପରମ୍ପରା ଓ ଐତିହ୍ଯ ସମ୍ପନ୍ନ ଗ୍ରାମ ଶ୍ରୀରାମଚନ୍ଦ୍ରପୁର ଶାସନ ପ୍ରଥମ ଖଣ୍ଡି କୋଠ ଆନୁକୁଲ୍ଯରେ ଦୋଳପୂର୍ଣ୍ଣିମା ଅବସରରେ ଭୁବନେଶ୍ଵର ଡ୍ରିମ ନାଇଟ ଡ୍ଯାନ୍ସ ଗ୍ରୁପ ପକ୍ଷରୁ ଗୋପୀନାଥ ମନ୍ଦିର ସମ୍ମୁଖରେ ଭଜନନୃତ୍ଯ ଓ ଆଧୁନିକ ନୃତ୍ଯ ଗୀତ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି । କୋଠର ସମ୍ପାଦକ ଚିତ୍ତରଞ୍ଜନ ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

