ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ବିଜୁ ଜୟନ୍ତୀ ପାଳନ : ବସନ୍ତ ମଞ୍ଜରୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବିଜୁ ଜୟନ୍ତୀ ପାଳନ ଅବସରରେ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଫଳ ବଣ୍ଟନ । ପ୍ରବାଦ ପୁରୁଷ ବିଜୁ ପଟ ନାୟକ ଙ୍କ ପବିତ୍ର ଜୟନ୍ତୀ ପାଳନ ଅବସରରେ କନ୍ଧ ନୟା ଗଡ଼ ପଞ୍ଚାୟତର ବିଜୁ ପ୍ରେମୀ ସାମାଜିକ କର୍ମୀ ଓ ଯୁବକ ମାନେ ସମ୍ମିଳିତ ହୋଇ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିବା ଜଣାପଡିଛି ।

ଚିକିତ୍ସାଳୟ ପ୍ରବେଶ ପଥରେ ଥିବା ଏହି ଚିକିତ୍ସାଳୟର ପ୍ରାଣ ପ୍ରତିଷ୍ଠାତା ରଣପୁର ରାଜମାତା ତଥା ରାଜ୍ୟମନ୍ତ୍ରୀ ପରିଷଦରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱରେ ଥିବା ପ୍ରଥମ ମହିଳା ବସନ୍ତ ମଞ୍ଜରୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଯୁବ ସମାଜସେବୀ ତଥା ସଫଳ ଉଦ୍ୟୋଗୀ ତ୍ରିନାଥ ବିଶ୍ୱାଳ ଙ୍କ ନେତୃତ୍ୱରେ ସମାଜସେବୀ ମନୋଜ ଦାସ,

ପୂର୍ବତନ ସରପଞ୍ଚ ଅରୁଣ କୁମାର ସୁବୁଦ୍ଧି, ସରପଞ୍ଚ ଗୁଲୁବାସ ସୁବୁଦ୍ଧି,କୃଷ୍ଣ ଗୋପାଳ ବାଚସ୍ପତି, ଲକ୍ଷ୍ମୀଧର ବେହେରା, ଆଦିତ୍ୟ ରଥ, ପାଣ୍ଡଵ ସାହୁ, ରୂପ ଖମାରୀ,ଭୀମସେନ ପରିଡାଙ୍କ ସମେତ ବହୁ କର୍ମୀ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦୁଃସାହାସିକ କାର୍ଯ୍ୟର ସ୍ମୃତି ଚାରଣ କରିଥିଲେ ।

Exit mobile version