ଖୋର୍ଦ୍ଧା ରେଳ ଡିଭିଜନ କୁହୁଡ଼ି ରେଳ ଷ୍ଟେସନରେ ଦେଖା ଦେଇଛି ବ୍ୟାପକ ଅବ୍ୟବସ୍ଥା 

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗତକାଲି ରେଳ ଷ୍ଟେସନରେ ଲୋକଙ୍କ ଭିଡ଼ ଥିବାବେଳେ ଟିକେଟ କାଉଣ୍ଟର ବନ୍ଦ ଥିଲା l ଯାହା ଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।ଫଳରେ କିଛି ସମୟ ପର୍ଯନ୍ତ ଉତ୍ତେଜନା ଦେଖାଯାଇଥିଲା l ଲୋକମାନଙ୍କ ଅଭିଯୋଗ ଆମେ ବିନା ଟିକେଟରେ  ରେଳଯାତ୍ରା କରିବୁନାହିଁ l

ଟିକେଟ କାଉଣ୍ଟର ବନ୍ଦ ରହିଲେ ଆମେ ବିନା ଟିକେଟ ରେ   ଯାତ୍ରା କଲେ ବାଟରେ ଅସୁବିଧା ରେ ପଡ଼ିବୁ ସେଥିପାଇଁ କିଏ ଦାୟି ରହିବ,, ସେ ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ  ଉତ୍ତେଜନା ଲାଗି ରହିଥିଲା,, ଲୋକେ ରେଳବାଇ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ, ପରେ ଷ୍ଟେସନ ମାଷ୍ଟର ଉତ୍ୟକ୍ତ ଜନତାଙ୍କୁ ବୁଝାସୁଝା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।

Exit mobile version