ଡକ୍ଟର ମହତାବଙ୍କ କର୍ମକ୍ଷେତ୍ରରେ ଉତ୍କଳକେଶରୀ ସ୍ମରଣିକା ଲୋକାର୍ପିତ

କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୩୯ତମ ସ୍ମୃତିରେ ପ୍ରକାଶିତ ସ୍ମରଣିକାକୁ ବୟୋଜ୍ୟେଷ୍ଠ ସାମ୍ବାଦିକ ତଥା ଓଡ଼ିଶାର କାଳିଦାସ ଭାବେ ପରିଚିତ ବିଶିଷ୍ଟ ସଂସ୍କୃତ କବି ପଣ୍ଡିତ ଡକ୍ଟର ପ୍ରବୋଧ କୁମାର ମିଶ୍ର ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିଲେ ! ରାଷ୍ଟ୍ରୀୟ ମହତାବ ସେବାଦଳ ପକ୍ଷରୁ ଡକ୍ଟର ମହତାବଙ୍କ କର୍ମଭୂମି ପ୍ରଜାତନ୍ତ୍ର ପରିସରରେ ଆବକ୍ଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଉଠାଦୋକାନୀର ନୋଟିସ କବିତା ଆବୃତ୍ତି କରାଯାଇଥିଲା !

ଏହି ଆୟୋଜିତ ଉତ୍ସବରେ ବିଶିଷ୍ଟ ସମାଜସେବୀ ବସନ୍ତ କୁମାର ସାହୁଙ୍କ ସଭାପତିତ୍ୱ କରିଥିଲେ ! ପ୍ରାରମ୍ଭରେ ସେବାଦଳର ମହାସଚିବ ଆଡ଼ଭୋକେଟ ଡକ୍ଟର ଜ୍ଞାନଗୁରୁ ଦାସ ସ୍ୱାଗତ ଭାଷଣ ଦେବା ଅବସରରେ ଉତ୍କଳକେଶରୀ ସ୍ମରଣିକା ସମ୍ପର୍କରେ ଆଲୋଚନା କରିଥିଲେ ! ମୁଖ୍ୟଅତିଥି ପଣ୍ଡିତ ଡକ୍ଟର ପ୍ରବୋଧ କୁମାର ମିଶ୍ର ଡକ୍ଟର ମହତାବଙ୍କୁ ଓଡ଼ିଆର ଅସ୍ମିତା ଭାବେ ପ୍ରତିପାଦନ କରିବା ସହିତ କଳିଙ୍ଗ କେଶରୀ ଭାବେ ପ୍ରତିପାଦନ କରିଥିଲେ !

ଅନ୍ୟମାନଙ୍କ ମଧ୍ୟରେ ପ୍ରଜାତନ୍ତ୍ରର ପରିଚାଳନା ସମ୍ପାଦିକା ତଥା ସୁଲେଖିକା ଶ୍ରୀମତୀ ମହାଶ୍ୱେତା ମହତାବ, ଶ୍ରୀମତୀ ଦେବକୀ ନାୟକ, ପ୍ରଫେସର ପ୍ରଭାକର ମିଶ୍ର, ପୂର୍ବତନ କର୍ପୋରେଟର ପ୍ରମୋଦ କୁମାର ବେହେରା, ରୋଟାରିଆନ ବିକ୍ରମ ଦାଶ, ସାଂସଦଙ୍କ ପ୍ରତିନିଧି ଜ୍ୟୋତିପ୍ରକାଶ ରାୟ, ଆଡ଼ଭୋକେଟ ଅଭିନ୍ନ ଦେଓ, ଆଡ଼ଭୋକେଟ ସୁଜିତ କୁମାର ଦାସ ଓ ସମାଜସେବୀ ବିଜୟ କୁମାର ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ! ଶେଷରେ ସେବାଦଳର ସଂଗଠନ ସମ୍ପାଦକ ପ୍ରଭାତ କୁମାର ସାହୁ ଧନ୍ୟବାଦ ଦେଇଥିଲେ !

Exit mobile version