Home ଓଡ଼ିଶା ଲୋକ ଗୀତ ଓ ଲୋକ ନୃତ୍ୟରେ ଝୁମିଲେ ଦର୍ଶକ – ସୁକତେଲ ମହୋତ୍ସବର ତୃତୀୟ ଦିବସ by Proprietor Abhimanyu Maharana 5 months ago Share on FacebookShare on TwitterWhatsapp ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବଲାଙ୍ଗୀର ବ୍ଲକ ଅନ୍ତର୍ଗତ ବାନ୍ଧନ ଘୋର ଗ୍ରାମରେ ଚାଲିଥିବା ତୃତୀୟ ସୁକତେଲ ମହୋତ୍ସବର ଆଜି ଥିଲା ତୃତୀୟ ଦିବସ । ଆଜି ସଭାରେ ସଭାପତିତ୍ୱ କରିଥିଲେ ହାଡ଼ିବନ୍ଧୁ ତ୍ରିପାଠୀ । ଅତିଥି ଭାବରେ ଯୋଗ ଦେଇଥିଲେ ବିଶିଷ୍ଟ ସମାଜସେବୀ ଗୋପାଳଜୀ ପାଣିଗ୍ରାହୀ,ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ଶ୍ରୀ ନବୀନ କୁଅଁର ,ବରିଷ୍ଠ କଣ୍ଠଶିଳ୍ପୀ ଶ୍ରୀ ବ୍ୟାସଦେବ ପୁରୋହିତ ,କଳା ସଂଗଠକ ତଥା ସମାଜସେବୀ ବିନୋଦ କାଲସାଏ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଶିବ ପ୍ରସାଦ ସାହୁ । ଏହି ଅବସରରେ ଦୁଲ ଦୁଲି କଳା ପରିଷଦର ସମ୍ପାଦକ ଶ୍ରୀ ବାସୁଦେବ ସାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶ୍ୱଜିତ କୁମାର ନାଥଙ୍କ ସଂଯୋଜନାରେ ଅନୁଷ୍ଠିତ ଆଜିର ଉତ୍ସବରେ ଅପରାହ୍ନ ଅଧିବେଶନରେ ବରଗଡ଼,ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାର ଦଣ୍ଡ କଳାକାର ମାନେ ଦଣ୍ଡ ପରିବେଷଣ କରିଥିଲେ । ରୁମୁକୁ ଝୁମାନା,ସୁବର୍ଣ୍ଣପୁର ଓ ସ୍ବର୍ଣ୍ଣଶିଖା ଗ୍ରୁପର କଳାକାରମାନେ ଲୋକ ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । କଂସ ଦରବାରରେ କଂସ ଅଭିନୟ କରୁଥିବା ଶୁଭମ ଘିବିଲା ଓ ତାଙ୍କ ସହ କଳାକାରମାନଙ୍କ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।ରୁମକୁ ଝୁମାନାର ସଙ୍ଗୀତର ତାଳେ ତାଳେ ଦର୍ଶକ ମାନେ ନାଚି ଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୁକତେଲ ମହୋତ୍ସବ କମିଟିର ସଦସ୍ୟ ଉମେଶ କୁମାର ବିଶି । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଚିଙ୍କୁ ପ୍ରଧାନ,ପ୍ରସନ୍ନ ଗହୀର,ସତ୍ୟ ଗହୀର,ଦେବାଶିଷ ପାଣ୍ଡିଆ ଓ ସୁରେଶ ବୁଡେକ ଓ ହରେକୃଷ୍ଣ ବୁଡେକ । ଆଖପାଖ ଅଞ୍ଚଳର ଶହ ଶହ ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । Categories: ଓଡ଼ିଶା, ବଲାଙ୍ଗିର, ମନୋରଞ୍ଜନ, ହୋମ୍ Related Content ରାଜସୁନାଖଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ by Proprietor Abhimanyu Maharana August 11, 2026 ସରକାରୀ ଉଚ୍ଚ ବିଦ୍ୟାଳୟର ୬୮ତମ ପ୍ରତିଷ୍ଠା ଦିବସ by Proprietor Abhimanyu Maharana August 11, 2026 ରଣପୁର ଏନଏସି ପକ୍ଷରୁ ହର ଘର ତିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 10, 2026 ଆଷାଢ ସାହିତ୍ୟ ସଂସଦର ୩୫ ତମ ବର୍ଷା ଆସର,କବିତା ପାଠୋତ୍ସବ, ପୂଜ୍ୟପୂଜା,ଆଲୋଚନା ଚକ୍ର ଓ ସଂବର୍ଦ୍ଧନା ସଭା by Proprietor Abhimanyu Maharana August 10, 2026 ବାଲିଗୁଡା ରେ ବିଶ୍ୱ ଆଦିବାସୀ ଦିବସ ପାଳିତ by Proprietor Abhimanyu Maharana August 10, 2026 ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପ୍ରଥମ ସେମି ଫାଇନାଲ ରେ ପେନାଲଟିକ ସୁଟ ଜରିଆରେ ସିନ୍ଦ୍ରିଗାଁ ଦଳ ବିଜୟୀ by Proprietor Abhimanyu Maharana August 10, 2026