“କଳାକ୍ଷେତ୍ର ଓ ବନ୍ଦେ ଉତ୍କଳ ମହାସଂଘ” ର କାର୍ଯ୍ୟକାରୀଣି ବୈଠକ

କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- “କଳାକ୍ଷେତ୍ର” ଓ ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘର ଏକ କାର୍ଯ୍ୟକାରିଣୀ ବୈଠକ କଟକ ଖାନନଗର ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମହାସଂଘର ରାଜ୍ୟ ସଂଯୋଜକ ନିବାସ ଚନ୍ଦ୍ର ମିଶ୍ର, ସଂପାଦକ ବିନୋଦ କୁମାର ଭୋଇ, ଉପସଭାପତି ଚନ୍ଦ୍ର ଶେଖର ସାମଲ, କବି ବଇଁଶୀଧର ମହାପାତ୍ର, ବସନ୍ତ କୁମାର ସାହୁ, ପାଲାକାର ସୁବଳ ଚରଣ ବେହେରା, ନାଟ୍ୟ ନିର୍ଦେଶକ ରଣଜିତ୍ ପ୍ରସାଦ ଜେନା, ଗୋପାଳ ଚନ୍ଦ୍ର ମିଶ୍ର,

ବସନ୍ତ କୁମାର ସାହୁ, ନୀଳମଣି ପାତ୍ର, ଅନ୍ତରଯ୍ୟାମି ସାହୁ, କାହୁଁ ଚରଣ ଲେଙ୍କା, ସୁଦର୍ଶନ ସାହୁ, ଦେବାଶିଷ ମହାନ୍ତି, ନିତାଇ ଚରଣ ମହାରଣା, ପୀତବାସ ବେହେରା, ରଶ୍ମିତା ଦାସ, ଶ୍ରୀନିବାସ ପ୍ରଧାନ, ପ୍ରଦ୍ୟୁମ୍ନ ସ୍ୱାଇଁ, ତରଣିସେନ ବେହେରା, ଝରଣା ଦାସ, ନୀଳମଣି ପାତ୍ରଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ କଳାକାର ଯୋଗ ଦେଇ କଳା ଓ ସଂସ୍କୃତିର ବିକାଶ କ୍ଷେତ୍ରରେ କିପରି ଉନ୍ନତି ହୋଇ ପାରିବ ସେ ସଂମ୍ପର୍କରେ ଆଲୋଚନା କରାଯିବା ସହ ରାଜ୍ୟ ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ କଳାକାରମାନଙ୍କ ପକ୍ଷରୁ ଦାବି କରାଯାଇଛି ।

ଆଉ ମଧ୍ୟ କଳାକ୍ଷେତ୍ର ଅନୁଷ୍ଠାନରେ ନିଜକୁ ପଞ୍ଜିକୃତ କରି କଳା ଓ ସଂସ୍କୃତିର ବିକାଶ କ୍ଷେତ୍ରରେ କଳାକାରମାନେ ନିଜକୁ ସାମିଲ କରିବା ସହିତ କଳାକ୍ଷେତ୍ର ଅନୁଷ୍ଠାନ ଦ୍ଵାରା ଆୟୋଜିତ ସରକାରଙ୍କର ପର୍ଯ୍ୟଟନ ବିଭାଗକୁ ଏହାର ନାମ ଓ ତାଲିକାକୁ ଅନୁଷ୍ଠାନ ପକ୍ଷରୁ ପଠାଗଲା । ଶେଷରେ ରାଜ୍ୟ ସଂଯୋଜକ ନିବାସ ଚନ୍ଦ୍ର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।  

Exit mobile version