ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମ ଠାରେ ତୃତୀୟ ସୁକତେଲ ମହୋତ୍ସବ ଉଦଘାଟିତ ହୋଇ ଯାଇଛି । ସ୍ବେଚ୍ଛାସେବୀ ଅନୁଷ୍ଠାନ ନେସନାଲ ସର୍ଭିସ ଫାଉଣ୍ଡେସନ,ବଲାଙ୍ଗୀର, ସୁକତେଲ ମହୋତ୍ସବ କମିଟି ଓ ଓଡିଶା ସରକାରଙ୍କର ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ମହୋତ୍ସବ ୨୮ ଫେବୃୟାରୀ ରୁ ୩ ମାର୍ଚ୍ଚ ପର୍ଯ୍ୟନ୍ତ ଚାରି ଦିନ ବ୍ୟାପି ଅନୁଷ୍ଠିତ ହେବ।ଲୁପ୍ତ ପ୍ରାୟ ଲୋକ ନୃତ୍ୟ,ଗୀତ ସହିତ କଳାକାର ସମାବେଶ,ସଂସ୍କୃତି ଚର୍ଚ୍ଚା ଓ ସମ୍ବର୍ଦ୍ଧନା ଉତ୍ସବ ପ୍ରତ୍ୟେକ ଦିନ ଅପରାହ୍ନ ୨ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
