ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନ ଘୋର ଗ୍ରାମ ଠାରେ ତୃତୀୟ ସୁକତେଲ ମହୋତ୍ସବ ଅନୁଷ୍ଠିତ ହେଉଛି । ସ୍ବେଚ୍ଛାସେବୀ ଅନୁଷ୍ଠାନ ନେସନାଲ ସର୍ଭିସ ଫାଉଣ୍ଡେସନ, ବଲାଙ୍ଗୀର, ସୁକତେଲ ମହୋତ୍ସବ କମିଟି ଓ ଓଡିଶା ସରକାରଙ୍କର ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ମହୋତ୍ସବ ୨୮ ଫେବୃୟାରୀ ରୁ ୩ ମାର୍ଚ୍ଚ ପର୍ଯ୍ୟନ୍ତ ଚାରି ଦିନ ବ୍ୟାପି ଅନୁଷ୍ଠିତ ହେବ ।

