ଦ୍ୱାଦଶହ ରେ ସ୍ବର୍ଗତଃ ରାଧେଶ୍ୟାମ ପୁରୋହିତ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ

ଓଡ଼ିଶା ତାଜା ନ୍ୟୁଜ (୨୫ ସେପ୍ଟେମ୍ବର ,ଶୁକ୍ରବାର)  ପଦ୍ମପୁର :- ପଦ୍ମପୁର ର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଙ୍କ ପିତା ତଥା ବହୁ ପ୍ରତିଷ୍ଠିତ ପୁରୋହିତ ହୋଟେଲ ର ପ୍ରତିଷ୍ଠାତା ସ୍ବର୍ଗତଃ ରାଧେଶ୍ୟାମ ପୁରୋହିତ ଙ୍କ ଦ୍ୱାଦଶହ ଅବସରରେ ପଦ୍ମପୁର, ପାଇକମାଲ ଏବଂ ଝାରବନ୍ଧ ଅଞ୍ଚଳର ବହୁ ମାନ୍ୟଗନ୍ୟ ବ୍ୟକ୍ତି ମାନେ ସ୍ବର୍ଗତଃ ଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହ ଶ୍ରଦ୍ଧା ସୁମନ ଜ୍ଞାପନ ପୂର୍ବକ ସ୍ମୃତି ଚାରଣ କରିଥିଲେ। ସ୍ବର୍ଗତଃ ପୁରୋହିତ ଙ୍କ ଭାବମୂର୍ତି ଅଞ୍ଚଳ ର ସମସ୍ତଙ୍କ ହୃଦୟରେ ଚିର ସ୍ମରଣୀୟ ଛବି ଭାବରେ ସ୍ଥାପିତ ହୋଇ ରହିବା ସହ ତାଙ୍କର ଆତ୍ମୀୟ ମନୋଭାବ ଏବଂ ଲୋକଙ୍କ ପ୍ରତି ଆକଣ୍ଠ ଭାବ କୁ ମନେ ପକାଇ ବିଭିନ୍ନ ଅନୁଷ୍ଠାନ ତଥା ବୁଦ୍ଧିଜୀବୀ ମହଲ ତରଫରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version