ବିରିଡିରେ ବିଜେଡି ର ବିଶାଳ କର୍ମୀ ସମାବେଶ

ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବିରିଡି ଛକ ଠାରେ ଶନିବାର ତିର୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ ଙ୍କ ନେତୃତ୍ୱରେ ଏକ ବିଶାଳ ବିଜେଡି କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିଲା l ବିରିଡି ବ୍ଲକ ବିଜେଡି ସଭାପତି ରବୀନ୍ଦ୍ରଉଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ କୁମାର ମୁଦୁଲି, ରାଜ୍ୟ ବିଜେଡି ଉପସଭାପତି ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ଇପ୍ସିତା ସାହୁ,

ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଲୋରା ମହାପାତ୍ର, ପୂର୍ବତନ ବିଜେଡି ଜିଲ୍ଲାସଭାପତି ରବିନାରାୟଣ ଜେନା, ରଘୁନାଥପୁର ବ୍ଲକ ଅଧ୍ୟକ୍ଷା ଲଷ୍ମୀପ୍ରିୟା ବେହେରା, ଉପାଧ୍ୟକ୍ଷ୍ୟ ଦେବାଶିଷ ତ୍ରିପାଠୀ, ଜିଲ୍ଲାପରିଷଦ ସଭ୍ୟା ଦିପ୍ତିମୟୀ ରାୟ, ରୀନାରାଣୀ ମଲ୍ଲିକ ଜିଲ୍ଲା ବିଜେଡି ଉପସଭାପତି ପବିତ୍ର ପଶାୟତ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସାରଦା ସାହୁ, ତୃପ୍ତି ରାୟ, ରବୀନ୍ଦ୍ର ସାହୁ, ଗୟାଧର ମହାନ୍ତି, ପ୍ରମୁଖ ବିଜେଡି ନେତୃ ବୃନ୍ଦ ଯୋଗଦେଇଥିଲେ l

ଶାସକ ବିଜେପି ଦଳକୁ ନିଶାନlକରି ନେତାମାନେ କହିଲେଜେ ଚାଷୀମାନେ ମଣ୍ଡିରେ ଧାନ ଦେଇନପାରି ଆତ୍ମହତ୍ୟା କରୁଛି l ବର୍ତ୍ତମାନ ଓଡ଼ିଶାରେ ନାରୀ ଅସୁରକ୍ଷିତ, ଛାତ୍ରୀ ଅସୁରକ୍ଷିତ, ସରକାର ନାରୀ ସୁରକ୍ଷାପାଇଁ ଡିଣ୍ଡିମ ପିଟୁଥିଲାବେଳେ ବାସ୍ତବ ଚିତ୍ର ସମ୍ପୂର୍ଣ ଅଲଗା l ବିଜେପି ଦଳ ନିର୍ବାଚନ ଇସ୍ତାହାରରେ ପ୍ରତିଶୃତି ଦେଇଥିଲେ ଜେ ଆମଦଳ ସରକାରକୁ ଆସିଲେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ତିନି ହଜାର କରାଯିବ କିନ୍ତୁ ସରକାର ସେ ପ୍ରଶତିଶୃତିରୁ ଓହରିଗଲେ l ପାନୀୟ ଜଳ ସମସ୍ୟା,

କ୍ଷେତକୁ ପାଣି ନଯିବା ମାଳ ମାଳ ସମସ୍ୟା ଦୈନ ନ୍ଦିନ ଗଣମାଧ୍ୟମରେ ସରକାରଙ୍କୁ ଅବଗତ କରାଯାଉଥିଲେ ମଧ୍ୟ ସରକାରଙ୍କ ନିଦ ଭାଙ୍ଗୁନାହିଁ l ଏଣୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ଦଳକୁ ଉଚିତ ଜବାବ ଦିଆଯିବ ବୋଲି ସରକାରଙ୍କୁ ନିଶାନା କରି ବିରୋଧୀ ଦଳର ନେତୃବୃନ୍ଦ ନିଜନିଜ ଅଭିଭାଷଣରେ କହିଥିଲେ l ଏହି ବିଶାଳ କର୍ମୀ ସମାବେଶରେ ପ୍ରାୟ ହଜାର ହଜାର ଜନସାଧାରଣ, କର୍ମୀ ଓ ମହିଳାମାନେ ଯୋଗଦେଇଥିଲେ l ଶେଷରେ ଶିବପ୍ରସାଦ ଜେନା ଧନ୍ୟବାଦ ଦେଇଥିଲେ l

Exit mobile version