ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଖୋର୍ଦ୍ଧାଜିଲ୍ଲା ବୋଲଗଡ଼ ବ୍ଲକରେ ଗତ ୧ମାସ ଧରି ବିଡିଓ ଓ ଜନପ୍ରତିନିଧିଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏହାର ବିସ୍ଫୋରକ ପରିସ୍ଥିତି ଦେଖିବାକୁ ମିଳିଥିଲା ଚଳିତ ମାସ ୧୮ ତାରିଖ ଦିନ । ବ୍ଲକ ସମ୍ମୁଖରେ ୯ ଦିନ ଧରି ଅହୋରାତ୍ର ଗଣଧାରଣ ଦିଆଯାଇଥିଲା । ୧୮ତାରିଖ ଦିନ ଜିଲ୍ଲା ପ୍ରଶାସନ ଏହି ଆନ୍ଦୋଳନକୁ ଅଣଦେଖା କରିବାରୁ ବାଧ୍ୟହୋଇ ବିଜେଡି ଦଳର ଶତାଧିକ କର୍ମୀ ବ୍ଲକ କାର୍ଯ୍ୟଳୟ ଅଫିସରେ ଧସେଇ ପଶି ବିଡିଓଙ୍କ ସରକାରୀ ଗାଡ଼ି ଭଙ୍ଗାରୁଜା କରିବା ସହିତ ବିଡିଓଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା,
