ଗଜପତିରେ ପୁଣି ଜନନୀ ଯନ୍ତ୍ରଣା…. କଦର୍ଯ୍ୟ ରାସ୍ତା ଯୋଗୁଁ ଅଧା ରାସ୍ତାରେ ଆମ୍ବୁଲାନ୍ସ ମଧ୍ୟରେ ପ୍ରସବ କଲେ ଗର୍ଭବତୀ

ପାରଳାଖେମୁଣ୍ଡି  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତିରେ ପୁଣି ଜନନୀ ଯନ୍ତ୍ରଣାର ବିକଳ ଚିତ୍ର ସାମ୍ନାକୁ ଆସିଛି । ପାଞ୍ଚ କିମି ରାସ୍ତା ଭଲ ନ ଥିବାରୁ ମେଡିକାଲ୍ ନେବା ବେଳେ ଅଧା ରାସ୍ତାରେ ଆମ୍ବୁଲାନ୍ସରେ ଜଣେ ଗର୍ଭବତୀ ମହିଳା ପ୍ରସବ କରିଥିବା ସୂଚନା ମିଳିଛି. ଏଭଳି ଅଭାବ ଅଭାବନୀୟ ଘଟଣା ଦେଖୁବାକୁ ବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକ ଢେପାଗୁଡା ପଂଚାୟତର ଗୋଠକେଳି ଗ୍ରାମରେ।ଏହି ଗ୍ରାମର ଭବାନୀ ମଲ୍ଲିକଙ୍କ ପତ୍ନୀ ସୁନିତା ମଲ୍ଲିକ ବୟସ (୨୬)ବର୍ଷ. ଦ୍ୱିତୀୟ ପ୍ରସବ ଯନ୍ତ୍ରଣା ହେବା ପରେ ୧୦୮କୁ ଖବର ଦେଇଥିଲେ ।

ଗ୍ରାମରେ ଆମ୍ବୁଲାନ୍ସ ପହଞ୍ଚୁବା ପରେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସରେ ଡଙ୍ଗାଓସ୍ତା ସ୍ଥିତ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେବା ସମୟରେ ରାସ୍ତା କଦର୍ଯ୍ୟ ଥିବା ଯୋଗୁଁ ଅଧା ରାସ୍ତାରେ ମହିଳା ଜଣଙ୍କ ଏକ ପୁତ୍ର ସନ୍ତାନ ପ୍ରସବ କରି କରିଛନ୍ତି ଆମ୍ବୁଲାନ୍ସ ଫାର୍ମସିଷ୍ଟ ଓ ଆଟେଡେଣ୍ଟଙ୍କ ସହାୟତାରେ ସୁରକ୍ଷିତ ଭାବେ ମହିଳାଙ୍କ ପ୍ରସବ ହୋଇଥିବା ଜଣା ପଡିଛି. ହେଲେ ରାସ୍ତା ଭଲ ନଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି । ମା ଓ ପୁଅ ସୁସ୍ଥ ଅବସ୍ଥାରେ ଘରକୁ ଫେରିଛନ୍ତି । ଭୀଷ୍ମଗିରି ଠାରୁ ଗୋଠକେଳି ରାସ୍ତା ଦୀର୍ଘ ବର୍ଷ ହେଲା ଖାଲ ଖମା ହୋଇ ରହିଛି। ଯାହା ଦ୍ଵାରା ଜରୁରୀକାଳୀନ ସେବା ପହଂଚିବାରେ ବିଳମ୍ବ ହେଉଥ‌ିବା ଅଞ୍ଚଳବାସୀ ଅଭିଯୋଗ କରି ତୁରନ୍ତ ଏହି ରାସ୍ତାକୁ ନିର୍ମାଣ କରାଯାଉ ବୋଲି ଦାବି ଜଣାଇଛନ୍ତି. l

Exit mobile version