ଜଙ୍ଗଲ ଜମି ପଟ୍ଟା, ମାଗଣା ୩ଶହ ୟୁନିଟ ବିଦ୍ୟୁତ ଯୋଗାଣ ଦାବିରେ ସିପିଆଇ (ଏମଏଲ) ଲିବରେସନ ବ୍ଲକ କମିଟିର ରାଲି

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି ଜିଲ୍ଲା ସିପିଆଇ (ଏମଏଲ) ଲିବରେସନ ଗୋଷାଣୀ ବ୍ଲକ କମିଟି ତରଫରୁ ଜଙ୍ଗଲ ଜମି ପଟ୍ଟା, ମାଗଣା 3 ଶହ ୟୁନିଟ ବିଦ୍ୟୁତ ପ୍ରଦାନ ସହ ଅନ୍ୟାନ୍ୟ ଦାବି ଗୁଡିକୁ ନେଇ ଏକ ରାଲି ଆୟୋଜିତ ହୋଇଥିଲା. ରାଲି ପରେ ଉପଲଡା ପଞ୍ଚାୟତର ଖାରଡା ଠାରେ ସିପିଆଇ(ଏମ୍‌ଏଲ୍) ଲିବରେସନ ଗୋଷାଣୀ ବ୍ଲକ କମିଟିର ବ୍ଲକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେରେଡା ଠାରୁ ପିଡବ୍ଲ୍ୟୁଡି ରାସ୍ତା ପର୍ଯ୍ୟନ୍ତ ପକ୍କା ରାସ୍ତା, ଉପଲଡା ଶବରସାହି, ଖାରଡା, ବୁଜିଗୁଡା,

କୁଡୁଡା ନୂଆସାହି ଓ ଗୋଷାଣୀ ନୂଆସାହିର ଆଦିବାସୀଙ୍କୁ ଘରଡିହ ପଟ୍ଟା ପ୍ରଦାନ, ପାଣି, ଜଙ୍ଗଲ ଜମିପଟ୍ଟା, ଜଙ୍ଗଲ ଜମି ଚିହ୍ନଟ କରିବା ପାଇଁ ଆରଆଇ ଓ ଅମିନ ମାସିକ ୧୫ ଦିନ କାମ କରିବା, ଭିବି ଜି ରାମ ଜି ଆଇନ ବାତିଲ କରିବା ସହ ମନରେଗା ଆଇନ ଲାଗୁ କରିବା, ଦୈନିକ ୬୦୦ ଟଙ୍କା ମଜୁରି ପ୍ରଦାନ କରିବା, ସମସ୍ତଙ୍କୁ ମାଗଣା ୩୦୦ ୟୁନିଟ୍ ବିଦ୍ୟୁତ ଯୋଗାଇବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ ଲକ୍ଷ ଟଙ୍କା ଯୋଗାଇବା, ଶ୍ରମିକ ବିରୋଧି ଶ୍ରମ କୋଡ଼ ବାତିଲକରିବା,

କୃଷକ ବିରୋଧି ବିହନ ବିଲ୍ ବାତିଲ କରିବା, ଜନବିରୋଧୀ ବିଦ୍ୟୁତ୍ ସଂଶୋଧନ ବିଲ୍ ବାତିଲ ଆଦିକୁ ନେଇ ଆଲୋଚନା ହୋଇଥିଲା। ଏଥିରେ ସିପିଆଇ (ଏମ୍‌ସ୍ଏଲ୍) ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ ଯୋଗ ଦେଇ ବକ୍ତବ୍ୟ ରଖିବା ସହ ସରକାର ମାର୍ଚ୍ଚ ୧୫ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ପାରଳାଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଆହ୍ବାନ ଦେଇଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୈଳାସ ଶବର, ନରସିଂହ ମଣ୍ଡଳ, ଲାଜାର ଶବର, ମୋଜେସ ଶବର, ତମାସ ରଇତ, ରବି ବେହେରା, ମୋଜେସ ଶବର, ଆମସ ଶବର, ୱାଇ. ଗଙ୍ଗା ରାଓ, ଟିମା ପାତ୍ର, ସନ୍ତୋଷୀ ଶବର, ସୁନିତା ଶବର, ଶ୍ୟାମ ଆନ୍ଦ୍ରାପୁ, ଆୟୁବ ଶବର, ବାସୁରା ମଣ୍ଡଳ, ଅରୁଣ ମଣ୍ଡଳ ପ୍ରମୁଖଙ୍କ ସମେତ ବହୁ ସିପିଆଇ (ଏମ୍ସ୍ଏଲ୍)ର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Exit mobile version