Home ଓଡ଼ିଶା କୋଣାର୍କ : କଂଗ୍ରେସ ଜାତୀୟ ଯୁବ ସଭାପତି ଉଦୟ ଭାନୁ ଚିବ୍ ଙ୍କୁ ଅଗଣତାନ୍ତ୍ରିକ ଗିରଫ ପ୍ରତିବାଦରେ କୋଣାର୍କ ମେଡିକାଲ ଛକ ଠାରେ କାକଟପୁର ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ ଗୃହ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ଓ ବିକ୍ଷୋଭ ପ୍ରଦର୍ଶନ। by Proprietor Abhimanyu Maharana 5 months ago Share on FacebookShare on TwitterWhatsapp କୋଣାର୍କ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କେନ୍ଦ୍ର ସରକାରଙ୍କ ନେତୃତାଧୀନ ବିଜେପି ସରକାର ଅଗଣତାନ୍ତ୍ରିକ ଓ ବେଆଇନ ଭାବେ କଂଗ୍ରେସ ଯୁବ କଂଗ୍ରେସ ଜାତୀୟ ସଭାପତି ଉଦୟ ଭାନୁ ଚିବ୍ ଙ୍କ ଗିରଫ ପ୍ରତିବାଦରେ କୋଣାର୍କ ମେଡିକାଲ ଛକ ଠାରେ କାକଟପୁର ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଖବରରୁ ପ୍ରକାଶ ଯେ ଚୀନର ଗଲଗୋଟିଆ ବିଶ୍ବ ବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ ଚାଇନା ରୋବ କୁକୁର କୁ ଆଣି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ନିଜସ୍ବ ଜ୍ଞାନ କୌଶଳରେ ନିର୍ମିତ ବୋଲି ନୂଆଦିଲ୍ଲୀ ଠାରେ ଆୟୋଜିତ ଏଆଇ ସବମିଟ ଠାରେ ପ୍ରଦର୍ଶିତ କରାଯାଇଥିଲା ବେଳେ କଂଗ୍ରେସ ଜାତୀୟ ଯୁବ ସଭାପତି ଉଦୟ ଭାନୁ ଚିବ୍ ଙ୍କ ନେତୃତ୍ଵରେ ଶତାଧିକ ଯୁବ କଂଗ୍ରେସ କର୍ମୀମାନେ ପିନ୍ଧି ଥିବା ପୋଷାକ ଖୋଲି ସରକାର ବିରୋଧରେ ନାରାବାଜି ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଘଟଣାକୁ ନେଇ ଗଣତାନ୍ତ୍ରିକ ପଦ୍ଧତିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଦିଲ୍ଲୀ ପୋଲିସ କଂଗ୍ରେସ ଜାତୀୟ ଯୁବ ସଭାପତି ଉଦୟ ଭାନୁ ଚିବ୍ ଙ୍କ ସମେତ ଯୁବ କଂଗ୍ରେସ କର୍ମୀଙ୍କୁ ବେଆଇନ ଓ ଅଗଣତାନ୍ତ୍ରିକ ଉପାୟରେ ଗିରଫ କରିଥିଲେ। କଂଗ୍ରେସ ଜାତୀୟ ଯୁବ ସଭାପତି ଉଦୟ ଭାନୁ ଚିବ୍ ଙ୍କୁ ବେଆଇନ ଗିରଫ ପ୍ରତିବାଦରେ କାକଟପୁର ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ବିରଂଚି ନାରାୟଣ ପତିଙ୍କ ନେତୃତ୍ବରେ କୋଣାର୍କ ମେଡିକାଲ ଛକ ଠାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କୁଶପୁତ୍ତଳିକା ଦାହ କରାଯାଇ କେନ୍ଦ୍ର ସରକାରଙ୍କ ଆଇନ ବିରୋଧୀ କାର୍ଯ୍ୟର ସମାଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୋପ ବ୍ଲକ ପ୍ରାକ୍ତନ ସଭାପତି ଭାସ୍କର ଚନ୍ଦ୍ର ସେଠ, ରାଜ୍ୟ ସୋସିଆଲ ମିଡିଆ ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ, ପୁରୀ ଜିଲ୍ଲା ପୂର୍ବତନ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ନୃସିଂହ ପ୍ରସାଦ ନାୟକ, କୋଣାର୍କ ନଗର କଂଗ୍ରେସ ସଭାପତି ଉପେନ୍ଦ୍ର କାଣ୍ଡି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦେଶପ୍ରାଣ ଲେଙ୍କା, ଯୁବ କଂଗ୍ରେସ ରାଜ୍ୟ ପରିଷଦ ସଦସ୍ୟ କୃଷ୍ଣଚନ୍ଦ୍ର ବେହେରା, ଯୁବ ନେତା ଲୋକନାଥ ବେହେରା, ପୂର୍ବତନ ଯୁବ କଂଗ୍ରେସ ସଭାପତି ସ୍ବାଧୀନ ନାୟକ, ପ୍ରତାପ କାଣ୍ଡି, ନିରଞ୍ଜନ ଖୁଣ୍ଟିଆ ଓ ଦିଲ୍ଲୀପ ନାୟକଙ୍କ ସମେତ ଶତାଧିକ ଯୁବ କଂଗ୍ରେସ କର୍ମୀମାନେ ସାମିଲ ହୋଇଥିଲେ। Categories: ଓଡ଼ିଶା, ପୁରୀ, ହୋମ୍ Related Content Suryakheetra Foundation hosts Climate Conclave in Delhi by Proprietor Abhimanyu Maharana August 10, 2026 ବାଙ୍କୋଇ - ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ by Proprietor Abhimanyu Maharana August 10, 2026 ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଆରଙ୍ଗ ମହାନଦୀ - ଟିଟିଲାଗଡ ସେକ୍ସନ ନିରୀକ୍ଷଣ by Proprietor Abhimanyu Maharana August 10, 2026 ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ କବୀମାନେ ଯତ୍ନ୍ନବାନ ହୁଅନ୍ତୁ by Proprietor Abhimanyu Maharana August 10, 2026 ସ୍ବର୍ଗତ ଛାତ୍ର ସନ୍ତୋଷ ସାହୁଙ୍କ ସ୍ମୃତି ଚାରଣ ସଭା by Proprietor Abhimanyu Maharana August 10, 2026 1984 ମସିହା ISc ଵେଚ ର ବନ୍ଧୁ ମିଳନ by Proprietor Abhimanyu Maharana August 10, 2026