ରାସନ ସାମଗ୍ରୀ ବଣ୍ଟନ ନିମନ୍ତେ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ, ଗ୍ରାମବାସୀ

ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବୋଲଗଡ଼ ବ୍ଲକ ସାନପଦର ପଞ୍ଚାୟତ ଅନ୍ତର୍ଗତ ରlସୋଳ ଗ୍ରାମରେ ପି ଡି ଏସ ଚାଉଳ ସୁ-ବଣ୍ଟନ ନିମନ୍ତେ ରlସୋଳ ଗ୍ରାମବାସୀମାନେ ଗୁରୁବାରଦିନ ବୋଲଗଡ଼ ବିଡ଼ିଓ ସୁମନ ସୁଧା କୁଣ୍ଡୁଙ୍କୁ ଲିଖିତ ଅଭିଯୋଗ କରିଅଛନ୍ତି  ! ଗ୍ରାମବାସୀଙ୍କ ଅଭିଯୋଗ ସାନପଦର ଗ୍ରାମପଞ୍ଚାୟତ କାର୍ଯ୍ୟାଳରୁ ରାସୋଳ ଗ୍ରାମର ୱାର୍ଡ ନଂମ୍ବର ୧ ଓ ୨ର ଜନସାଧାରଣମାନେ P.D,S ସାମଗ୍ରୀ ଆଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି । ଉକ୍ତ ଅସୁବିଧାଗୁଡ଼ିକ ଯଥା ଗ୍ରାମଠାରୁ P.D.S ସେବା କେନ୍ଦ୍ରର ଦୂରତା କି.୩.୫ମି. ହୋଇଥିବାବେଳେ ଅସହାୟ କିମ୍ବା ନିସହାୟ ବୃଦ୍ଧ ଓ ବୃଦ୍ଧାମାନେ ଚାଲି କରି ଯାଉଅଛନ୍ତି ।

ତେବେ ଚାଉଳର ମୂଲ୍ୟ ମାଗଣା ଥିଲେ ମଧ୍ୟ ତାହା ଆଣିବା ପାଇଁ ଅଟୋ ଖର୍ଚ୍ଚ ବାବଦକୁ ୩୫୦ଟଙ୍କା ଦେବାକୁ ପଡ଼ୁଅଛି । ଘରଠାରୁ ଦୂରତା ସତ୍ତ୍ବେ ମଧ୍ୟ ଘରର ମହିଳାମାନେ ପଦାକୁ ଯିବାପାଇଁ ଅନିଶ୍ଚl ପ୍ରକାଶ କରୁଅଛନ୍ତି ! ଗରିବମାନେ ନିଜର ମଜୁରୀକୁ ବନ୍ଦ କରି ଗୋଟିଏ ଦିନ ପଡ଼ିଆ ହୋଇ ଘଣ୍ଟା ଘଣ୍ଟା ଧାଡିରେ ଛିଡ଼ାହୋଇ ରହୁଅଛନ୍ତି । ପ୍ରାକୃତିକ ଦୁର୍ବିପାକର ସାମ୍ନା କରିବାକୁ ମଧ୍ୟ ପଡ଼ୁଅଛି ।

ଏହି ସମସ୍ୟାର ସମାଧାନ ତଥା ଗରିବମାନଙ୍କ ମନରେ ହସ ଫୁଟାଇବା ପାଇଁ P.D.S ସାମଗ୍ରୀକୁ ରାସୋଳଗ୍ରାମରେ ବଣ୍ଟନ କରାଯିବା ପାଇଁ ଗ୍ରାମବାସୀମାନେ ଶୀଘ୍ର ଏହାର ସମାଧାନ କରିବା ନିମନ୍ତେ ବୋଲଗଡ଼ ବିଡ଼ିଓଙ୍କୁ ଅନୁରୋଧ କରି ଅଛନ୍ତି l ରlସୋଳ ଗ୍ରାମବାସୀମାନଙ୍କ ଲିଖିତ ଅଭିଯୋଗକୁ ଗ୍ରହଣ କରି ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅଭିଯୋଗର ତଦନ୍ତ କରି ଶୀଘ୍ର ସୁ -ସମାଧାନ କରାଯିବ ବୋଲି ବୋଲଗଡ଼ ବିଡ଼ିଓ ସୁମନ ସୁଧା କୁଣ୍ଡୁ ପ୍ରତିଶ୍ରୁତି ଦେଇଥିଲେ l

Exit mobile version